ଯାଜପୁର,(ସନ୍ଧାନ ନୁ୍ୟଜ୍/ତ୍ରୈଲୋକ୍ୟନାଥ ନାୟକ): ଆୟୁର୍ବେଦ ଚିକିସôାର ବିକାଶ ପାଇଁ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ଯୋଗାଉଥିଲେ ମଧ୍ୟ ଏହି ସଂସ୍ଥାର ବିକାଶ ହେବାରେ ବାଧକ ସାଜୁଛନ୍ତି ଏଲିପାଥିକ ସଂସ୍ଥା । ସମଗ୍ର ଦେଶରେ ବସବାସ କରୁଥିବା ଲୋକଙ୍କୁ ବିଭିନ୍ନ ରୋଗର ନିରାକରଣ ପାଇଁ ଶତକଡା ୭୦ଭାଗ ଆୟୁବିଜ୍ଞାନ ଦ୍ୱାରା ଚିକିସôା ଏବଂ ଆଉ ୩୦ପ୍ରତିଶତ ସର୍ଜରୀ ଦ୍ୱାରା କରାଯାଇ ରୋଗର ନିରାକରଣ କରାଯାଇପାରିବ ବୋଲି ଆୟୁବିଜ୍ଞାନୀ ମାନେ ଯୁକ୍ତି ବାଢୁଛନ୍ତି । ଆମ ରାଜ୍ୟରେ ଆୟୁବିଜ୍ଞାନ ପ୍ରତି ଜନସାଧାରଣ ଆକୃଷ୍ଟ ହୋଇ ଆଗେଇ ଆସୁଥିଲେ ମଧ୍ୟ ସରକାର ଦୃଷ୍ଟି ନଦେବାରୁ ଏହା ଏବେ ଡୁବିବାକୁ ବସିଲାଣି । ତଥାପିି ଲୋକମାନେ ଆୟୁର୍ବେଦ ଚିକିସôା ପାଇଁ ଆସୁଥିଲେ ମଧ୍ୟ ଔଷଧ ଏବଂ ଉନ୍ନତ ମାନର ଚିକିସôା ଅଭାବ ହେତୁ ରୋଗୀ ମାନେ ମୁହ ଫେରାଉଥିବା ଦେଖିବାକୁ ମିଳିଲାଣି । ଏ ହେଉଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବୈରୀ ଠାରେ ଥିବା ସରକାରୀ ଆୟୁର୍ବେଦ ଚିକିସôାଳୟର ଅବସ୍ଥା । ଚିକିସôାଳୟର ନୂତନ ଗୃହ ନିର୍ମାଣ ୨୦୧୧ ମସିହାରେ ହୋଇଥିବା ବେଳେ ଏବେ ସାମାନ୍ୟ ବର୍ଷାରେ ଛାତରୁ ପାଣି ଗଳୁଛି । ସିଢିଘରର ଛାତ ଉଡିଯିବାରୁ ଅସରାଏ ବର୍ଷାରେ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଆଣ୍ଠୁଏ ଉଚ୍ଚର ପାଣି । ରୋଗୀ ଓ ତାଙ୍କ ସହଯୋଗୀ ଆସିଲେ ନାହି ନଥିବା ଅବସ୍ଥାର ସମ୍ମୁଖିନ ହୁଅନ୍ତି । ଛାତରୁ ପାଣି ଗଳୁଥିବାରୁ ବିଭାଗ ତରଫରୁ ଯୋଗାଇ ଦିଆଯାଇଥିବା ସିଲିଂ ଫ୍ୟାନ ଓ ବିଦୁ୍ୟତ ଉପକରଣ ସର୍ଟ୍ଟସର୍କିଟ ହୋଇ ନଷ୍ଟ ହୋଇଯାଉଛି । ମୁଖ୍ୟଗେଟ ମଧ୍ୟ ଭାଙ୍ଗିରୁଜି ଯିବାରୁ ଗାଇଗୋରୁ ମାନେ ଅବାଧ ପ୍ରବେଶ କରିବାରୁ ସ୍ୱାସ୍ଥ୍ୟକେନ୍ଦ୍ରଟି ଅସ୍ୱାସ୍ଥ୍ୟକର ପରିବେଶରେ ପରିଣତ ହେଲାଣି ।
ଛତିଆ,ସୋଲର,ବୈରୀ,ପାରିଆ ଆଦି ଅନେକ ପଞ୍ଚାୟତର ଜନସାଧାରଣ ଏହି ଚିକିସôାଳୟ ଉପରେ ନିର୍ଭର କରୁଥିବାବେଳେ ଏଠାରେ ଡାକ୍ତର ଖାଲି ଚିଠା ପ୍ରସ୍ତୁତି କରୁଥିବା ଦେଖାଯାଇଛି । ଔଷଧ ନମିଳିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସରକାର ଏଲିଓପାଥିକ ଚିକିସôାଳୟକୁ ପ୍ରଚୁର ପରିମାଣର ଔଷଧ ଯୋଗାଉଥିବା ବେଳେ ଆୟୁର୍ବେଦ ଚିକିସôାଳୟକୁ ଔଷଧ ଯୋଗାଉନଥିବାରୁ ରୋଗୀ ମାନେ ଔଷଧ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ୪ବର୍ଷ ପୂର୍ବରୁ ଏହି ଚିକିସôାଳୟକୁ ଦୈନିକ ୭୦ରୁ ଉର୍ଦ୍ଧ ରୋଗୀ ଆସୁଥିବା ବେଳେ ଏବେ ୧୦ରୁ ୧୫ଜଣରେ ରୋଗୀଙ୍କ ସଂଖ୍ୟା ସିମିତ ଥିବା ଦେଖାଯାଇଛି । ଏହି ଚିକିସôାଳରେ ମାତ୍ର ଜଣେ ଡାକ୍ତର,ଜଣେ ରାତ୍ର ଜଗୁଆଳିକୁ ନେଇ ଚିକିସôାଳୟ ଚାଲୁଥିବା ଦୃଷ୍ଟିଗୋଚର ହୋଇଛି । ଏଭଳି ଘଟଣାକୁ ନେଇ ଡାକ୍ତର ସାରଦା ପ୍ରସନ୍ନ ବିଶ୍ୱାଳଙ୍କ ସହ ଯୋଗାଯୋଗ କରିବାରୁ ବିଭାଗ ତରଫରୁ ଜୋଗରାଜ ଗୁଗୁଲ ଓ ଲକ୍ଷ୍ମୀବିଳାସ ଔଷଧ ଯୋଗାଇଛନ୍ତି ଅନ୍ୟ ଔଷଧ ଖୁବଶିଘ୍ର ରୋଗୀ ମାନଙ୍କୁ ଯୋଗାଇଦିଆଯିବ ବୋଲି ପ୍ରକାଶ କରିଛନ୍ତି । ଏଥିପ୍ରତି ରାଜ୍ୟ ଆୟୁର୍ବେଦ ନିଦେ୍ର୍ଧଶକ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।