କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ଚୋରି ହେବା ଅଭିଯୋଗ ୨ ପୋଲିସ୍‌ ନିଲମ୍ବିତ

Spread the love

ଯାଜପୁର, : ୧୮/୮/୨୬ (ସନ୍ଧାନ ନ୍ୟୁଜ)  ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅଙ୍ଗାଳ ପଞ୍ଚାୟତରେ ୧ କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ଚୋରି ହେବା ଘଟଣା ଯାଜପୁର ଜିଲ୍ଲାରେ ଚହଳ ପକାଇଛି। ଗତ ୧୪ ତାରିଖରେ ବିଝାଂରପୁର ଥାନା ନିକଟସ୍ଥ ଅଙ୍ଗାଳ ପଞ୍ଚାୟତରେ ଧ୍ରୁବଚରଣ ସାମଲ ଶ୍ରୀ ବିଶ୍ଵାଳଙ୍କ ଘରୁ ଡକାୟତ ହୋଇଥିବା ଘଟଣାକୁ ନେଇ ଚୋରି ହୋଇଥିବା ଘର ମାଲିକ ବିଝାଂର ପୁର ଥାନାରେ ଏତଲା କରିଥିଲେ । ବିଝାଂର ପୁର ଥାନା ଆଇଆଇସି ବିଲୋ ମଙ୍ଗଳ ସେଠି ଏବଂ ବିଝାଂର ପୁର ପୋଲିସ  ଆସାମିକୁ ଗିରଫ କରାଯାଇଥିଲା  । ଆସାମୀ ବିଝାଂର ପୁର ଥାନାରୁ ଚମ୍ପଟ ମାରିବା ଘଟଣା ବଡ଼ ଆଚମ୍ବିତ କରି ଦେଇଛି । ଚମ୍ପଟ ମାରିଥିବା ଆସାମୀ ଅଙ୍ଗାଳ ଗ୍ରାମର ଟୁକୁନା ଦାସ ବୋଲି ଜଣାଯାଇଛି । କର୍ତ୍ତବ୍ୟରେ ଅବହେଳା କରିଥିବାରୁ ୨ ଜଣ ପୋଲିସ୍‌ କର୍ମଚାରୀ ବିଝାଂର ପୁର ଥାନା ଏସ୍ଆଇ ରମାକାନ୍ତ ମାଝି,କନେଷ୍ଟବଳ ସୁନିଲ କୁମାର କୁଲୁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏନେଇ ବିଝାଂର ପୁର ଥାନା ଆଇଆଇସି ବିଲୋ ମଙ୍ଗଳ ସେଠି ଯାଜପୁର ଜିଲ୍ଲା ଏସ୍‌ପି ୟସ୍ ପ୍ରତାପ ଶ୍ରୀମଲଙ୍କୁ ଥାନା ଆଇଆଇସି ଶ୍ରୀ ସେଠି ଜଣାଇଥିଲେ । ଘଟଣାର ତଦନ୍ତ କରାଯିବା ପରେ କର୍କବ୍ୟରେ ଅବହେଳା କରିଥିବା ଅଭିଯୋଗରେ ଏସ୍ଆଇ ଶ୍ରୀ ମାଝି ଓ କୁଲୁଙ୍କୁ ନିଲମ୍ବିତ କରାଯାଇଛି ବୋଲି ଏସ୍ ଡିପି ପ୍ରସାନ୍ତ ମାଝି ସୂଚନା ଦେଇଛନ୍ତି । ଏହି ଘଟଣାରେ ପୋଲିସ ତଦନ୍ତ କରୁଥିବା ବେଳେ ରିପୋର୍ଟ ଲେଖା ହେଲା ବେଳକୁ ଥାନାରୁ ଚମ୍ପଟ ମାରିଥିବା ଆସାମୀ ଟୁକୁନା ଦାସକୁ ଗିରଫ କରାଯାଇନଥିବା ଜଣାଯାଇଛି ।

Related Posts

About The Author

Add Comment