ସମ୍ବଲପୁର/ସନ୍ଧାନ ନ୍ୟୁଜ:ସ୍ଥାନୀୟ କେନ୍ଦ୍ରିୟ ବିଦ୍ୟାଳୟ କ୍ର ୧, ସମ୍ବଲପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି । ଏହି ପ୍ରତିଯୋଗିତା ରେ କେନ୍ଦ୍ରୀୟ ବିଦ୍ୟାଳୟ କ୍ର ୧ ର ପ୍ରାଥମିକ ବିଭାଗ ଏବଂ ସେକେଣ୍ଡାରୀ ବିଭାଗ ରୁ ଦୁଇ ଟି ଦଳ, କେନ୍ଦ୍ରୀୟ ବିଦ୍ୟାଳୟ ବନ୍ଧମୁଣ୍ଡା ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ପୁରୀ ସମେତ ଚାରୋଟି ଦଳ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ମ୍ୟାଚ କେନ୍ଦ୍ରୀୟ ବିଦ୍ୟାଳୟ ପୁରୀ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ କ୍ର ୧ ସମ୍ବଲପୁର ର ପ୍ରାଥମିକ ଦଳ ସହ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ ରେ କେନ୍ଦ୍ରୀୟ ବିଦ୍ୟାଳୟ ପୁରୀ ୭ ରନ ରେ ସମ୍ବଲପୁର କୁ ହରାଈ ଫାଇନାଲ ରେ ପ୍ରବେଶ କରିଥିଲା । ଦ୍ୱିତୀୟ ମ୍ୟାଚ କେନ୍ଦ୍ରୀୟ ବିଦ୍ୟାଳୟ ବନ୍ଧମୁଣ୍ଡା ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ବଲପୁର ର ସିନିୟର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କେନ୍ଦ୍ରୀୟ ବିଦ୍ୟାଳୟ ବନ୍ଧମୁଣ୍ଡା ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ ହୋଇଥିଲା । ଫାଇନାଲ ମ୍ୟାଚ କେନ୍ଦ୍ରୀୟ ବିଦ୍ୟାଳୟ ପୁରୀ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ବନ୍ଧମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ କୁ କେନ୍ଦ୍ରୀୟ ବିଦ୍ୟାଳୟ ପୁରୀ ଏକତରଫା ଭାବରେ ଜିତି ଚମ୍ପିଆନ ହୋଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟ ପୁରୀ ର ଷ୍ଟାର କ୍ରିକେଟର ମଂଜିତ ମନ୍ଦାର ପ୍ଲେୟାର ଅଫ ଦ ଟୁର୍ନାମେଣ୍ଟ ହୋଇଥିଲେ । ଉଦଯାପନ ଉତ୍ସବରେ ମୂଖ୍ୟ ଅତିଥି ଭାବରେ କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରଣରଂଜନ ସିଂହ ବିଜୟୀ ଦଳ ଓ ରନର୍ସ ଦଳ କୁ ଟ୍ରଫି ପ୍ରଦାନ କରିଥିଲେ । ତାଙ୍କ ଅବିଭାଷଣ ରେ ସେ କହିଥିଲେ କି ଏହି କ୍ରିଡ଼ା ପରସ୍ପର ମଧ୍ୟରେ ବନ୍ଧୁତା ସୃଷ୍ଟି କରି ନୂତନ ଇତିହାସ ଗଠନ କରିବ । ଭବିଷ୍ୟତ ରେ ଏମିତି କ୍ରିଡ଼ା ଆୟୋଜନ କରିବାରେ ସେ କେବେ ବି କୁଣ୍ଠାବୋଧ କରିବେ ନାହିଁ । ଏହି କ୍ରିଡ଼ା କୁ ସୁବ୍ରତ କୁମାର ବାରିକ, ସୁରେଶ ମିର୍ଧା ପରିଚାଳନା କରିଥିଲେ । ଧାରା ବିବରଣୀ ଶ୍ରୀ ଗଣ୍ଡରାମ ମେହେର ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଶଙ୍କର ନାଈକ, ଶ୍ରୀ ଅଜିତ ସାହୁ ଏବଂ ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷକ ବୃନ୍ଦ ସହଯୋଗ କରିଥିଲେ ।
କେନ୍ଦ୍ରୀୟ ବିଦ୍ୟାଳୟ ୧ ସମ୍ବଲପୁର ରେ କ୍ରିକେଟ ପ୍ରତିଯୋଗିତା
|
December 23, 2024 |