ଯାଜପୁର ସଦର, ୧୧ା୦୨: ଯାଜପୁର ଜିଲ୍ଲାକୁ ଦିନିକିଆ ଗସ୍ତ କରିଥିବା ଯାଜପୁରର ପୂର୍ବତନ ଜିଲ୍ଲାପାଳ ଏବଂ କେନ୍ଦ୍ରାଞ୍ଚଳ ରଜସ୍ୱ ଆୟୁକ୍ତ ରଂଜନ କୁମାର ଦାସ ଯାଜପୁର ଜିଲ୍ଲା ଦିନିକିଆ ଗସ୍ତ କରିଥିବା ବେଳେ, ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ତଦାରଖ କରିବା ସହିତ ଯାଜପୁର ଜିଲ୍ଲାପାଳଙ୍କ ସମ୍ମୀଳନୀ ଗୃହରେ ସମୀକ୍ଷା କରିଥିବା ବେଳେ, ଏହି ବୈଠକରେ ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଯୋଗ ଦେଇଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱା ସୁଭେନ୍ଦୁ କୁମାର ସାମଲ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଲଙ୍କେଶ୍ୱର ଅମାତ, ଅତିରିକ୍ତ ଅରକ୍ଷୀ ଅଧ୍ୟକ୍ଷ ଅନିରୁଦ୍ଧ ରାଉତରାୟ ଏବଂ ଯାଜପୁର ଜିଲ୍ଲାର ସମସ୍ତ ବ୍ଲକର ବିଡ଼ିଓ ତହସିଲଦର ମାନେ ଯୋଗଦେଇଥିଲେ । ଶ୍ରୀଯୁକ୍ତ ଦାସ ବିଭିନ୍ନ ଉନ୍ନତ୍ତି ମୁଳକ କାର୍ଯ୍ୟର ତଦନ୍ତ କରିବା ସହିତ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ । ସାଧାରଣ ନିର୍ବାଚନ ନିକଟ ହୋଇ ଆସୁଥିବାରୁ ତାରିଖ ଘୋଷଣା ହେବା ପୂର୍ବରୁ କାର୍ଯୟାଦେଶ ପ୍ରଦାନ କରାଯାଇଥିବା ପ୍ରକଳ୍ଫ ଗୁଡ଼ିକର କାମ ସମାପ୍ତ କରିବା ପାଇଁ ଜାଗା ମାନଙ୍କର ସମସ୍ୟା ରହିôତବା ପ୍ରକଳ୍ପ ଗୁଡ଼ିକର ତହସିଲଦାର ମାନଙ୍କ ଅଗ୍ରଗତିକୁ ନେଇ ଏହି ପ୍ରକଳ୍ପ ଗୁଡ଼ିକର କାମ ଆଗେଇ ନେବାପାଇଁ ସେ ଗୁରୁତ୍ୱ ଦେଇଥିଲେ । ସେହିପିର ପର୍ତ୍ତ ଜଳ ସେଚନ, ଉଠା ଜଳ ସେଚନ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ ନିର୍ମାଣ, ରାଜସ୍ୱଜଳ ସେଚନ, ଅଙ୍ଗନୱାଡ଼ି କାର୍ଯ୍ୟ ନିର୍ମାଣ ଆଦି କାର୍ଯ୍ୟ ଉପରେ ବିଭାଗୀୟ ଅଧିକାରୀ ମାନଙ୍କୁ ଶ୍ରୀ ଦାସ ଅବଗତ କରାଇଥିଲେ । ଯାଜପୁର ଜିଲ୍ଲା ନଗଡ଼ା ଅଞ୍ଚଳର ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଠ କାର୍ଯ୍ୟକ୍ରମ ଗୁଡ଼ିକୁ ତଦାରଖ କରିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଶ୍ରୀ ଦାସ ନିର୍ଦ୍ଦେଷ ଦେଇଥିଲେ । ରାଜସ୍ୱ ଆଦାୟ ବୃଦ୍ଧି କରିବା, ସରକାରୀ ଜମି ଜବରଦଖଲ ମାମଲା ଗୁଡ଼ିକ ସମାଧାନ କରିବା ମୁଖ୍ୟମନ୍ତ୍ରୀଙ୍କ କଳାକାର ଯୋଜନା ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କୁ ଯୋଗାଇ ଦେବାପାଇଁ ଶ୍ରୀ ଦାସ ନିର୍ଦ୍ଦେଷ ଦେଇଥିଲେ । ଏହା ସହିତ ଜିଲ୍ଲା ସମନୟନ ବୈଠକ ଡକାଇ ସମସ୍ଥ ଯୋଜନାର ରୁପ ରେଖକୁ ଫଳପ୍ରଦ କରାଇବା ଦିଗରେ ଜିଲ୍ଲାପାଳଙ୍କ ଆନୟକ୍ତ ଆଲୋଚନା କରିଥିଲେ । ଏହି ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ମୁଖ୍ୟ ଜିଲ୍ଲାପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀନିବାସ କର, ଜିଲ୍ଲା ବେସାମରିକ ଅଧିକାରୀ ସାଲାଉଦ୍ଦିନ ଖାଁ, ମତ୍ସ୍ୟ ବିଭାଗ ଅଧିକାରୀ ପ୍ରମୋଦ ରାଉତ, ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶୁଶ୍ରୀ ସୋନାଲି ବେହେରା, ଜିଲ୍ଲା କୃଷି ଅଧିକାରୀ ଉଦିପ୍ତ ତ୍ରୀପାଠୀ ଏହି ବୈଠକରେ ବିଭାଗୀୟ ଅଧିକାରୀ ମାନେ ଯୋଗଦାନକରି ଥିଲେ ।
କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଯାଜପୁର ଜିଲ୍ଲା ଗସ୍ତ ବିଭିନ୍ନ କାର୍ଯ୍ୟର ତଦାରଖ
|
February 11, 2024 |