Homeଜିଲ୍ଲା ପରିକ୍ରମାକେନ୍ଦୁଝରକେନ୍ଦୁଝର: ବାଇକ ଉପରେ ଚଢ଼ିଗଲା ପିକଅପ ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର କେନ୍ଦୁଝର: ବାଇକ ଉପରେ ଚଢ଼ିଗଲା ପିକଅପ ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର Sandhan News | October 24, 2018 | Spread the love କେନ୍ଦୁଝର ୨୪/୧୦ (ସନ୍ଧାନ ନିୟୁଜ)- କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଚେମେଣା ଶାଳ ଜଙ୍ଗଲ ନିକଟରେ ଏକ ପିକଅପ ବାଇକକୁ ଧକା ଦେବା ଫଳରେ ଘଟଣା ସ୍ଥଳରେ ୫ଜଣ ଗୁରୁତର ହୋଇ ରାସ୍ତା ଉପରେ ମୁମୂର୍ଷୁ ଅବସ୍ଥାରେ ଛିଟିକି ପଡ଼ିଥିଲେ। ଖବର ନେବାରୁ ଜଣା ପଡ଼ିଛି କି ଚଢ଼େଇଭଳର ଏମ୍ ଡି ସାଜାଦ୍ ନିଜ ପତ୍ନୀ ଏବଂ ୩ ଛୁଆ ଙ୍କ ସହିତ ବାଇକ ଯୋଗେ କେନ୍ଦୁଝର ପଟୁ ଚଢେଇଭୋଳକୁ ଫେରୁଥିବା ସମୟରେ ତୁରୁମୁଙ୍ଗା ପଟୁ ଯାଉଥିବା OR 04N 3541 ନମ୍ବର ବିଶିଷ୍ଟ ପିକଅପ ଭ୍ୟାନଟି ବାଇକକୁ ଧକ୍କା ଦେବା ସହିତ ଉପରେ ଚଢିଯାଇଥିଲା। ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କାରାଯାଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାମୀ ଏମ୍ ଡି ସାଜିଦ୍ ସ୍ତ୍ରୀ ତମନା ବିବି ଏବଂ ୪ ବର୍ଷ ଝିଅର ଅଫିନା ତେରିନ୍ ମୃତ୍ୟୁ ଘଟିଛି। ଅନ୍ୟ ଛୁଆ ର ତେହେସିନ୍ ପର୍ଵିନ୍ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି କ୍ଷତିପୂରଣ ଦାବି ରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାଜପଥକୁ ଅବରୋଧ କରିଛନ୍ତି। ୪୯ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି। Report. A Jena , Keonjhar Related Posts ମିଡିଆକିଆରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ October 8, 2023 | Hemanta Bhainsa | ଅଧିକ ପଢନ୍ତୁ କଣ୍ଟେନମେଣ୍ଟ ହଟାଇବା ଦାବିରେ ପୋଲିସ-ସାମ୍ବାଦିକଙ୍କୁ ପଥରମାଡ May 26, 2020 | Manas Kumar Rout | ଅଧିକ ପଢନ୍ତୁ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ June 30, 2019 | Manas Kumar Rout | ଅଧିକ ପଢନ୍ତୁ ଜାନୁଆରୀ୧ରେ ସାଇବାବାଙ୍କ ନିରାଡମ୍ବର ପାଲିଙ୍କି ଯାତ୍ରା December 31, 2020 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.