କୁଶାଣ ଯୁଗର ସ୍ୱର୍ଣ୍ଣମୁଦ୍ରା ଆବିଷ୍କୃତ

Spread the love

ଯାଜପୁର , ୦୬/୦୮/୨୦୨୦ (ସନ୍ଧାନ ନିଉଜ) ଯାଜପୁର ଯେ ପୁରାତନ ଯୁଗରେ ଅନେକ ରାଜାଙ୍କ ଦ୍ୱାରା ଶାସିତ ହୋଇଛି । ଏପରକି ଏହି ଜିଲ୍ଲାରେ ବହୁ ପୁରାତନ ସମଗ୍ରୀ ଧ୍ୱାଂସାବଶେଷ ଆବିଷ୍କୃତ ହେବା ପରେ ଏହା ସ୍ୱଷ୍ଟ ହୋଇପାରିଛି । ଧର୍ମଶାଳା ଅନ୍ତର୍ଗତ ରାଧାନଗର ବହୁ ପୁରାତନ କାଳରୁ ପ୍ରତିଷ୍ଠିତ ହୋଇ ନଗରୀ ସଭ୍ୟାତା ଭାବେ ପ୍ରତିଷ୍ଠା ହୋଇପାରଥିଲେ । ଯେଉଁ ସଭ୍ୟାତା କାଳର କରାଳ ଗର୍ଭରେ ଦୀର୍ଘ କାଳ ଧରି ତିଷ୍ଠି ରହିପାରିଥିଲେବି ପରିଶେଷରେ ବିଲୟ ହୋଇଥିଲା । ହେଲେ ଆଜିବି ଏହାକୁ ଖନନ କରାଯାଇ ଅନେକ ଲୁକାୟିତ ଇତିହାସ ସଂସ୍କୃତି ଏବଂ କତ୍ତିରାଜି ଆବିଷ୍କୃତ ହେବା ସହିତ ଅନେକ ଲୁକାୟିତ ତଥ୍ୟ ପଦାକୁ ଆସିପାରିଛି । ଏବେ ଏହି ସଭ୍ୟାତ ଉପରେ ଆଧୁନିକ ଗ୍ରାମ ଗଢ଼ି ଉଠିଥିବା ବେଳେ ଯେତିକି ଅବଶେଷ ରହିଛି ତାହା ଭିତରୁ ଆନକ ଅବଶେଷ ଏବଂ ବିଭିନ୍ନ ଉପାଦାନା ସମୟ ସମୟରେ ପଦାକୁ ଆସୁଛି । ସେହିଭଳି ନିଜ ବିଲରେ କାର୍ଯ୍ୟ କରୁଥିବା ବେଳେ ଏବେ ଏକ କୁଶାଣ କାଳଳର ସ୍ୱର୍ଣ୍ଣମୁଦ୍ରା ଆବିଷ୍କୃତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ରାଧାନଗର ଗ୍ରାମର ବେଣୁଧର ନାୟକ ନିଜ ବିଲରେ ଚାଷ କାର୍ଯ୍ୟ ପାଇଁ ଖନନ କାର୍ଯ୍ୟ କରୁଥିବା ବେଳେ ଏକ ସ୍ୱର୍ଣ୍ଣ ମୁଦ୍ରା ପାଇଥିଲେ । ପରେ ସେ ତାହାକୁ ରଖିଥିବା ବେଳେ ଏଡା କୁଶାଣ କାଳୀନ ସ୍ୱର୍ଣ୍ଣମୁଦ୍ରା ବୋଲି ଐତିହାସିକ ମାନେ ମତପ୍ରକାଶ କରିଛନ୍ତି । ଏଥିରେ ଗ୍ରୀକ ଏବଂ ଖୋରୋସ୍ତି ଲିପି ବ୍ୟବହାର ହୋଇଥିବା ବେଳେ ଦୁଇଟଇ ପାର୍ଶ୍ୟରେ କୁଶାଣ ଯୁଗର ଛପା ଦେଖିାବକୁ ମିଳିଛି । ଏହା କୁଶାଣ ରଜା ହବିଷ୍କଙ୍କ ବୋଲି କୁହାଯାଇଛି । କୁଶାଣ ରାଜା ରାଜଦଣ୍ଡ ଧରିଥିବା ବେଳେ ଅନ୍ୟଟିରେ ଅଙ୍କୁଶ ଧରିଥିବାର ପ୍ରତୀୟମାନ ହେଉଛି । ଅନ୍ୟ କେତେକ ଐତିହାସିକଙ୍କ ମତରେ ମୁଦ୍ରାଟିରେ, ଗୋଟିଏ ପାର୍ଶ୍ୟରେ ଜଣେ ରାଜା ପଦ୍ମ ଧରି ବସିଥିବା ବେଳେ ଅନ୍ୟ ପଟରେ ଦଣ୍ଡାୟମାନ ଚକ୍ରବଳୟ ଭିତରେ ରହିଥିବା ଦୁଇବାହୁ ଦଇପଟକୁ ରହିଥିବା ବେଳେ ଗୋଟିଏ ଦିଗର ମୁହଁ କରିଛନ୍ତି । ଏପରିକି ଏଭଳି କିଛି ମୁଦ୍ରା ଗୁପ୍ତ ସମୟରେ ମୁଦ୍ର ନିମିର୍ତ ହୋଇଥିବା ଜଣାଯାଇଛି । ଏହି ମୁଦ୍ରା ଗୁଡିକ ବାଣିଜ୍ୟ କାରାବାର କାର୍ଯ୍ୟ ରେ ଲାଗୁଥିବା ବେଳେ ରାଧାନଗରରୁ ଏହି ମୁଦ୍ରା ଆବିଷ୍କୃତ ହେବା ପରେ ଏହାର ବୈଦେଶିକ ମାନଙ୍କ ସହିତ ବାଣିଜିକ କାରାବାର ରହିଥିବା ପ୍ରମାଣ କରୁଛି ବୋଲି ଯାଜପୁରର ଗବେଷକ ମାନସ କୁମାର ରାଉତ ମତ ଦେବା ସହିତ ପୂର୍ବ ଖନନ ସମୟରେ ଏଠାରୁ କୁଶାଣ ଯୁଗର ସ୍ୱର୍ଣ୍ଣମୁଦ୍ରା ମିଳିଛି ବୋଲି କହିଛନ୍ତି । ଏହି ମୁଦ୍ରା ଗୁଡିକ ଆବିଷ୍କୃତ ହେବା ପରେ ଏହାଯେ ବୈଦେଶିକ ମାନଙ୍କ ସହିତ ବାଣିଜିକ କାରବାର ଥିବାର ସ୍ପଷ୍ଟ ହୋଇଛି । ତେବେ ଏହି ରାଧାନଗର ଅଧିକ ଖନନ ଆବଶ୍ୟକତା ରହିଛି ବୋଲି ବହୁ ଐତିହାସିକ ମାନେ ମତ ଦେବା ସହିତ ଏହା ଏହାର ସୁରକ୍ଷା କରାଯିବାକୁ ଦାବି ହେଉଛି ।

 

Related Posts

About The Author

Add Comment