ଯାଜପୁର ସଦର, ୨୫ା୦୯ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲାରେ ବିଭିନ୍ନ ଜାଗାରେ ନିଶା ବେପାରିଙ୍କ ଆଡ୍ଡା ଜମୁଥିବା ବେଳେ, ବାହାର ରାଜ୍ୟରୁ ନିଶା ବେପାରୀ ମାନେ ହେରୋଇନ ଠାରୁ ଆରମ୍ଭ କରି ବହୁ ମୂଲ୍ୟର ନିଶା ଦ୍ରବ୍ୟ ବିକ୍ରୀ କରାଯାଉଥିବା ବେଳେ, ସେଥିପ୍ରତି ଅବକାରୀ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଚେଇଁ ଶୋଇଥିବା ବେଳେ, ନିଶା ବେପାରୀ ମାନେ ଖୁଲମ ଖୁଲା ବେପାର କରୁଥିବା ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖି।। ବଜାର ନିକଟସ୍ଥ ଯାଜପୁର ଅବକାରୀ ବିଭାଗ ସ୍କୋଡ ପେଟ୍ରୋଲିଂ କରୁଥିବା ସକାଳୁ ୮୦ ଗ୍ରାମର ହେରୋଇନ ନିଶା ବେପାରୀଙ୍କ ଠାରୁ ଜବତ କରାଯିବା ସହିତ ଏହାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ନିଶା ବେପାରୀର ଘର ଯାଜପୁର ରୋଡ ନିକଟସ୍ଥ ଅଜୁ ଦାସ ବୋଲି ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଅବକାରୀ ଇନ୍ସପେକ୍ଟର ସୋପ୍ନାରାଣୀ ସାହୁ ସକାଳୁ ପେଟ୍ରୋଲିଂ କରୁଥିବା ବେଳେ, ଅଜୁ ସେଠାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଯାହାକି ଶ୍ରୀମତୀ ସାହୁଙ୍କର ସନ୍ଧେହ ହେବାରୁ ଅଜୁକୁ କାବୁ କରିବା ସହିତ ତାହା ନିକଟରୁ ୮ଲକ୍ଷ ଟଙ୍କାର ହେରୋଇନ ଜବତ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଅଜୁ ନିକଟରେ ଥିବା ୪ ହଜାର ଟଙ୍କା ଜବତ କରାଯାଇଚି । ଅଜୁ ବାଲେଶ୍ୱର, ଭଦ୍ରକ ଅଞ୍ଚଳରୁ ହେରୋଇନ ଆଣି ବେପାର କରୁଥିବା ଜଣାଯାଇଚି । ଏହା ପୂର୍ବରୁ ଅଜୁ ଗିରଫ ହୋଇ ଜେଲ ଯାଇଥିବା ବେଳେ, ପୂର୍ବପରି ତାହାର ବେପାର ଚାଲୁ ରଖିଥିଲା । ଅଜୁକୁ ଗିରଫ କରାଯାଇ ହେରୋଇନ ବିକ୍ରୀ କରିବା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ୨୦୨୦ ନଭେମ୍ବର ୧୦ ତାରିଖ ଦିନ ଅଜୟ ଦାସ ବିପୁଳ ପରିମାଣର ବ୍ରାଉନସୁଗାର ସହିତ ଗିରଫ ହୋଇ ଜେଲ ଯାଇଥିଲା । ଯାଜପୁର ସ୍କୋଡଙ୍କ ତତ୍ୱାବଧାନରେ ସବଇନିସ୍ପେକ୍ଟର ଭରତ ମିଶ୍ର, ଜଜାତି ପଣ୍ଡା, ଏସଆଇ ସତ୍ୟ ପ୍ରଧାନ, ରାକେଶ ମୁର୍ମୁ, ଗୟାଧର ପ୍ରଧାନ, ବିପିନ ପ୍ରଧାନ, ବିଶ୍ୱନାଥ ଜେନା, ଶୋପ୍ନାରାଣୀ ସାହୁ ଏହ ଚଢ଼ାଉରେ ସାମିଲ ଥିଲେ ।
କୁଆଖିଆରୁ ୮ଲକ୍ଷ ଟଙ୍କାର ହେରୋଇନ ଜବତ ଆସାମୀ ଗିରଫ
|
September 25, 2022 |
