କିଞ୍ଜିରକେଲା ନୂତନ ବ୍ଲକ ସ୍ୱୀକୃତୀ ନିମନ୍ତେ ଦାବି ତେଜିଲା l

Spread the love

ସୁନ୍ଦରଗଡ଼ ତା:୧୩-୧0-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଗତକାଲି ନୂତନ ବ୍ଲକ କିଞ୍ଜିରକେଲା ଗଠନ ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ବାଲିଶଙ୍କରା ବ୍ଲକ କିଞ୍ଜିରକେଲା +୩କଲେଜ ଠାରେ ଶ୍ରୀ ଧ୍ରୁବ କାଲୋ, ବରିଷ୍ଠ ବିଜେପି ନେତା ତଥା ସ୍ବେଛାସେବୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ବୈଠକ କୁ ଶ୍ରୀ କାଲୋ ସଂଚାଳନ କରି ନୂତନ ବ୍ଲକ ଦାବି ର ଯଥାର୍ଥତା, ପ୍ରସ୍ତୁତି, ହସ୍ତାକ୍ଷର ଅଭିଯାନ, କମିଟି ଗଠନ ଓ ଯଥା ଶୀଘ୍ର ଦାବି କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ମାନ୍ୟବର ପଂଚାୟତି ରାଜ ମନ୍ତ୍ରୀ ଙ୍କୁ ମାନ୍ୟବର ଉପବlଚସ୍ପତି ଓଡିଶା ତଥା ବିଧାୟକ ତଲସରା ଙ୍କ ମାଧ୍ୟମ ରୁ ପ୍ରଦାନ କରିବାର ଯୋଜନା ଆଲୋକ ପାତ କରିଥିଲେ l ମଞ୍ଚସ୍ଥ ବୟୋଜ୍ୟେଷ୍ଠ ଅତିଥି ଶ୍ରୀ ରବୀନ୍ଦ୍ର କୁମାର ନାଏକ, ଶ୍ରୀ ନିରଞ୍ଜନ ଦାସ ତଥା ଶ୍ରୀ ସତ୍ୟାନନ୍ଦ ପଟେଲ ଓ କୈଳାସ ତନ୍ତୀ ଆଦି ୧୯୮୬ମସିହା ରୁ କିଞ୍ଜିରକେଲା କୁ ନୂତନ ବ୍ଲକ ନିମନ୍ତେ ଜନ ଶୁଣାଣି ମାଧ୍ୟମରେ ଉପ ସ୍ଥାପନା କରିବାର ଇତିହାସ କୁ ଜଣାଇଥିଲେ l ଯୁବ ନେତା ଶ୍ରୀ ରିଙ୍କୁ ଦାସ, ଶ୍ରୀ ଚନ୍ଦ୍ରଭାନୁ ଜୁରା, ଶ୍ରୀ ଦାମୋଦର ଭିତ୍ରିଆ, ଶ୍ରୀ ହୃଦାନନ୍ଦ କଉଡ଼ି, ବିରକାଳ ଡ଼ିହି ସରପଞ୍ଚ ଶ୍ରୀ ଚନ୍ଦ୍ରମଣି ବାଘ, ସମିତି ମେମ୍ବର ପାଣପୁଲ ତୀର୍କୀ ଆଦି ପ୍ରମୁଖ ସମସ୍ତ ସରପଞ୍ଚ, ସମିତି ମେମ୍ବର, ୱାର୍ଡ ମେମ୍ବର ତଥା ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟ ମାନଙ୍କୁ ଯୋଜନା ରେ ସକ୍ରିୟ ଭାଗ ନେବା ପାଇଁ ଯୋଡିବାର ଦାୟିତ୍ୱ ନେଇଥିଲେ l ଶେଷରେ ସର୍ବ ସମତି କ୍ରମେ ଅନ୍ତିମ ପ୍ରସ୍ତୁତି ଓ ଦାବି ରାଜ୍ୟ ସରକାର ଙ୍କୁ ଦେବାର ହୋଇଥିଲା l କିଞ୍ଜିରକେଲା +୩କଲେଜ ପ୍ରିନ୍ସପାଲ ଶ୍ରୀ ଗୁରୁ ଚରଣ ମିଶ୍ର ଯୋଜନା ର ସଠିକ ସଫଳତା ନିମନ୍ତେ ମାର୍ଗ ଦର୍ଶନ କରିଥିଲେ l ବୈଠକ ରେ ଶ୍ରୀ ସୁରେନ୍ଦ୍ର ସାହୁ, ଶ୍ରୀ ଶିବ ଶଙ୍କର ଭୋଇ, ଶ୍ରୀ ମହେଶ୍ୱର ବୁଡ଼ା, ଶ୍ରୀ ରାଜୀବ ଭିତ୍ରିଆ, ଶ୍ରୀ ଲମ୍ବୋଦର ସାହୁ, ଶ୍ରୀ ଅର୍ଜୁନ ଅମାତ, ଶ୍ରୀ ମତି ସଂଯୁକ୍ତା ପଟେଲ, ଶ୍ରୀ ହେମନ୍ତ ନାଏକ, ଶ୍ରୀ ସରୋଜ ଦାନୀ, ଶ୍ରୀ ସୁଶୀଲ କିଷାନ, ସହ ବହୁ ସଂଖ୍ୟା ରେ ଲୋକେ ଏହି ବୈଠକ ରେ ଉପସ୍ଥିତ ଥିଲେ l

Related Posts

About The Author

Add Comment