କାନ୍ଥପଡି ଆଇ ଓ ନାତୁଣୀ ମୃତ

Spread the love

ଭୁବନେଶ୍ଵର, ୦୨/୦୪ (ସନ୍ଧାନ ନିୟୁଜ) : ହାତୀ ଘର ଭାଙ୍ଗି ଦେବାରୁ କାନ୍ଥ ତଳେ ଚାପିହୋଇ ଦୁଇଜଣଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ସମ୍ବଲପୁର ଜିଲ୍ଲା କେଶାପାଲି ପଞ୍ଚାୟତର କୁଲ ଗାଁରେ ଘଟିଛି। ମୃତକ ଦ୍ୱୟ ହେଲେ ଆଇ ଉର୍ମିଳା ମିର୍ଦ୍ଧା ଓ ନାତୁଣୀ ରଶ୍ମିତା ମାଝୀ। ମୃତ ଉର୍ମିଳାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସରପଞ୍ଚଙ୍କ ବାପାମାଆ ଓ ଭାଣିଜୀ ଇଟାକାନ୍ଥ ଘରେ ଶୋଇଥିଲେ। ଗତକାଲି ରାତି ପ୍ରାୟ ୨ଟା ସମୟରେ ଗୋଟାଏ ହାତୀ ଜଙ୍ଗଲରୁ ଆସି ଘର ଭାଙ୍ଗି ଦେବାରୁ ଭିତରେ ଶୋଇଥିବା ତିନିଜଣଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। ପଡ଼ିଶାମାନେ ତୁରନ୍ତ ତିନିଜଣଙ୍କୁ ଉଦ୍ଧାର କରି ଯୁଯୁମୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଊର୍ମିଳା ଓ ରଶ୍ମିତା ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ।

Related Posts

About The Author

Add Comment