କଳା ଓ କଳାକାର ସମାଜପାଇଁ ହେବା ଆବଶ୍ୟକ: ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ଉତ୍କଳ ଦିବସ ସମାରୋହ

Spread the love

କଟକ, ୨/୪ (ସନ୍ଧାନ ନିୟୁଜ/ମାନସ ରାଉତ) କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ସଦାନନ୍ଦ ସିହ୍ନା ମେମୋରିଆଲ ହଲ ପରିସରରେ ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ସଂସ୍ଥାପିତ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ତରଫରୁ ଉତ୍କଳ ଦିବସ ସମାରୋହ ପାଳିତ ହୋଇଯାଇଛି । କଳା ପ୍ରତିଷ୍ଠାନର ସଭାପତି ଜିତେନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ପ୍ରଫେସର ଶୁଭେନ୍ଦୁ ମହାନ୍ତି ଯୋଗଦେଇ କଳା ଓ କଳାକାର ସମାଜ ପାଇଁ ହେବା ଆବଶ୍ୟକ, ଯେଉଁ କଳାର ଲୋକମାନେ ଆଦର କରିବେନି ତେବେ ତାହା ସମାଜର କାର୍ଯ୍ୟରେ ଲାଗିପାରିବ ନାହଁ । ଯଦି ଜଣେ କବି କବିତା ଲେଖୁଛି ତାହାକୁ ପାଠକ ପଢ଼ିବେନି ତେବେ ସେ କବିତାରେ ଗଣାଯିବ ବା କେମିତି ତେଣୁ କଳା ଓ କଳାକାର ଉଭୟ ସମାଜ ପାଇଁ ହେଲେ ତାହା ଅଦୃତ ହୋଇପାରିବ ବୋଲି ମତ ରଖିଥିଲେ । ମୁଖ୍ୟ ବକ୍ତାଭାବେ ବିବେକାନନ୍ଦ ଲୋକ ସଂସଦର ସଭାପତି ଡକ୍ଟର ସନ୍ତୋଷ ମହାପାତ୍ର ଓଡିଆ ଭାଷା ଏବଂ ଜାତି ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ସଭାରେ ଟ୍ରଷ୍ଟି ସଭ୍ୟ କିଶୋର ଚନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବନମାଳି ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ କଣ୍ଠଶିଳ୍ପି ଅର୍ପିତାରାଣୀ ପତି, ନୃତ୍ୟଶିଳ୍ପୀ ଲୋପାମୁଦ୍ରା ଜେନା, କଳାକାର ରବିନ୍ଦ୍ର ନାଥ ସାହୁଙ୍କ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅଭୟ ସୂତାର ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୋଳାନାଥ ରାଉତ, ବିନାୟକ ଘୋଷ, ମାନସ କୁମାର ରାଉତ, ଅନନ୍ୟ ମହାନ୍ତି, ଅଭୟ ସୂତାର ପ୍ରମୁଖ ଉପସ୍ଥିତ ଥିଲେ । ପରେ ଆସନ୍ତା ବର୍ଷ ନିମନ୍ତେ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା ।

Related Posts

About The Author

Add Comment