ଧର୍ମଶାଳା,୧୧ ।୯(ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡପୁର, ବିଛାଖଣ୍ଡି, ବାଘୁଆ, କୁସୁନପୁର, ସାହାଣିଡିହ ଆଦି ପାହାଡରେ କଲାପଥର ଚୋରିକୁ ରୋକିବାକୁ ଜିଲ୍ଲା ପ୍ରଶାସନପକ୍ଷରୁ ବୁଧବାର ୧୪୪ଧାର ପ୍ରୟୋଗ କରାଯାଇଛି । ବେଆଇନ କଳାପଥର ଚୋରା ଚାଲାଣ ଉପରେ ଆଙ୍କୁଶ ଲଗାଇବାକୁ ଯାଇ ତହସିଲ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯିବା ସହ ଖାଦାନକୁ ସଂଯୁକ୍ତ ରାସ୍ତାକୁ ଟ୍ରେଞ୍ଜ ଖୋଳି ଅବରୋଧ କରିଦିଆଯାଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକାମନଙ୍କୁ ସତର୍କ କରାଇଦିଆଯାଇଛି । ଏବଂ ରାଇଛନ୍ଦା ବେଆଇନ ବାଲିଘାଟ ଉପରେ ମଧ୍ୟ ୧୪୪ଜାରି କରାଯାଇଛି । ଧର୍ମଶାଳା ତହସିଲ ଅନ୍ତର୍ଗତ ଉପରଲିଖିତ ÿକଳାପଥର ପହାଡ ଉପରେ ପଥର ମାଫିଆ ମାନଙ୍କ ରାଜୁତି ଦୀର୍ଘଦିନ ଧରି ଚାଲିଆସିଛି । ରାହାଡପୁର କଳାପଥର ପାହାଡ ଏବେ ପଥର ମାଫିଆଙ୍କ ପାଇଁ ଭୁସ୍ୱର୍ଗ ପାଲଟିି ଯାଇଛି । ରାହାଡପୁର ପାହାଡରେ ୧୪୪ ଜାରି ହୋଇଥିଲେ ବି ପଥର ମାଫୀଆ ଏହାର ଖୋଲା ଉଲଙ୍ଘନ କରିଚାଲିଛନ୍ତି । ପାହାଡ ତଳେ ଥିବା କ୍ରସର ଗୁଡିକ ଚାଲିବା ପାଇଁ ଦୈନିକ ଶହଶହ ହାୱାର କଳାପଥର ଆବଶ୍ୟକତାକୁ ପୁରା କରିବା ପାଇଁ ମାଫିଆମାନେ ଏହି ସୈରାତରୁ ପ୍ରଶାସନକୁ ଆଖିଠାର ମାରି ଶହ ଶହ ଟ୍ରିପ ଲୁଟ କରୁଛନ୍ତି । ରାହାଡପୁର ପାହାଡର ପାଦ ଦେଶରେ ଗଢି ଉଠିଥିବା ବଡ ମେଗା କ୍ରସର ଗୁଡିକୁ କଞ୍ଚାମାଲ ଯୋଗାଣ ହେଉଛି ଏହି ସୈରାତରୁ । ଉକ୍ତ ପାହଡରେ ଲିଜ ଖାଦାନକୁ ଛାଡି ପୁରା ଦୁଇ ଶହ ଏକର ପାହାଡ ଖୋଳିତାଡି ହଜାର ହଜାର ମେଟ୍ରିକ ଟନ କଳାପଥର ଦୈନଦିନ ଲୁଟ ହୋଇଚାଲିଛି । ଏହି ପାହାଡର ୧୦,୪,୬ନଂ ଖାଦାନରେ ପୁର୍ବରୁ ଜାରି ହୋଇଥିବା ଧାର ୧୪୪କୁ ପଥର ମାଫିଆ ଫୁଙ୍କରେ ଉଡାଇ କାର୍ଯ୍ୟ କରିଚାଲିଛନ୍ତି । ଏମଏମ ଇମ୍ଫ୍ରାର ଲିଜ ଅବଧି ସରିଯାଇଥିଲେ ମଧ୍ୟ କମ୍ପାନୀ ସେଠାରେ ତିନି ଚାରୋଟି ହିଟାଚି ମେସିନ ସାହାଯ୍ୟରେ ତାର କାର୍ଯ୍ୟଜାରି ରଖିଛି । ସେହିପରି ପୁର୍ବରୁ ଅନେକ ଥର ଚଢାଉ କରାଯାଇଥିଲେବି ପଥର ମାଫିଆ ପ୍ରଶାସନକୁ ଖାତିର ନକରି ବାଘୁଆ ୧ନଂ କଠୋଣି ପାହାଡରେ ନିଜର ଦବଦବା ଜାହିର କରି ପଥର ଉତ୍ତୋଳନ କରିଆସିୁଛନ୍ତି । କିନ୍ତୁ ଏହି ସବୁ ଖାଦାନରୁ ପଥର ମାଫୀଆ ଆନାୟାଶରେ ପଥର ଉତ୍ତୋଳନ କରିଚାଲିଛନ୍ତି । ସେହିପରି ଭାବରେ ବଳରାମପୁର ସଂରକ୍ଷିତ ଜଙ୍ଗଲ ଜମିରୁ ବେଆଇନ ଖନନ ବନ୍ଦ କରିବାକୁ ପୁଣି ଥରେ ଚେଷ୍ଟାକରିଛି ପ୍ରଶାସନ । ବାଘୁଆ ପାହାଡରୁ ସର୍ବାଧିକ ଲୁଟ କରୁଛନ୍ତି ସ୍ଥାନୀୟ ମକୁନ୍ଦପୁରର ଗାାଁର ବାସିନ୍ଦା ବୋଲି ଜଣା ପଡିଛି । ଲୋକମାନଙ୍କ କହିବା ଅନୁଯାଇ ଏହିପାହାଡରେ ୧୪୪ଧାରା ଜାରି ହେଲେ ମଧ୍ୟ ଏହିଗାଁର ମାଫୀଆ ମାନେ ଏହାକୁ ମାନିବେ ନାହିଁ । ପ୍ରଶାସନକୁ ଆଖିଠାର ମାରି ପଥର ଲୁଟ ଜାରି ରହିବ ବୋଲି ସ୍ଥାନୀୟ ଲୋକାମନଙ୍କ ଠାରୁ ପ୍ରକାଶ । ବିଛାଖଣ୍ଡି ଜଙ୍ଗଲଜମି ଉପରେ ସ୍ଥାନୀୟ ମାଫିଆଙ୍କର କବ୍ଚା ରହିଛି । ଶହ ଶହ ଟ୍ରିପ କଳା ପଥର ଏଠାରୁ ଚୋରାରେ ଚାଲାଣ କରାଯାଇ କ୍ରସରମାନଙ୍କରେ ପେଡା ଯାଇ ବିଭିୁନ୍ନ ଜିଲାକୁ ଯୋଗାଇ ଦିଆଯାଉଛି । ନିକଟରେ ଏହି କ୍ରସର ଗୁଡିକ ଉପରେ ତହସିଲ ପକ୍ଷରୁ ରେଡ କରାଯାଇ ଗଛିତ ରହିଥିବା ଲକ୍ଷ,ଲକ୍ଷଟନର ପଥର କୋଉଠୁ ଆସିଲା ବୋଲି ପ୍ରମାଣ ମାଗି ନୋଟିସ ଜାରି କରାଯାଇଥିଲା । ନୋଟିସ କରିବାକୁ ୨୦ଦିନରୁ ଉଦ୍ଦ୍ୱର୍ ସମୟ ବିତି ଯାଇଛି । ସେଠାରେ ଏବେ ପୁର୍ବବତ କ୍ରସର ଚାଲିବା ସହିତ ପାହାଡରେ ବଡ ବଡ ମେସିନ ସହାୟତାରେ କାର୍ଯ୍ୟ କରାଯାଉଥିବା ସ୍ଥାନୀୟ ଲୋକମାନଙ୍କଠାରୁ ପ୍ରକାଶ । କୋଟିଏ ଟଙ୍କା ପାଖାପାଖି ଦାଖଲ କରି ପିଆରପିଏଲ ଏହି ପାହାଡକୁ ଲିଜ ନପାଇ ଲିଜ ଅପେକ୍ଷାରେ ରହିଥିବା ବେଳେ ପଥର ମାଫିଆ କଠୋଣି ମଠକୁ ଆୟୁଧ କରି କୋଟି କୋଟି ଟଙ୍କା ଲୁଟିଚାଲିଛନ୍ତି । ତେବେ ଅଜିସକାଳ୧୧ଟା ସମୟରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ସଦଳବଳେ ସାହାଣିଡିହ, ବିଛାଖଣ୍ଡ , କୁସୁନପୁର , ବାଘୁଆ , ରାଇଛନ୍ଦା ବାଲିଘାଟ, ରାହାଡପୁର ପର୍ବତ କିଷମ ଜାଗାରେ ଥିବା ୧୦ ନଂକ୍ୱାରୀ ଓ ୬ନମ୍ବର କ୍ୱାରୀ ଉପରେ ବେଆଇନ ଉତ୍ତୋଳନ ହେଉଥିବାରୁ ୧୪୪ଧାରା ଜାରି କରି ଡାକବାଜି ଜନ୍ତ୍ର ମାଧ୍ୟମରେ ଲୋକାମଙ୍କୁ ୧୪୪ ଜାଗା ଉପରକୁ ନଜିବାକୁ ଚେତାବନି ଦିଆଯାଇଛି । ଏଥିସହ ଏହି ସରକାରୀ ସମ୍ପତିର ରକ୍ଷା ପାଇଁ ଜେନାପୁର ଥାନାଧିକାରୀଙ୍କୁ କ୍ଷମତା ଅର୍ପଣ କରାଯାଇଛି । ୧୪୪ଧାରା ଜାରି ହୋଇଥିବା ପାହାଡ ଖାଦାନର ସୁରକ୍ଷା ଦାୟୀତ୍ୱ ଏବେ ଜେନାପୁର ଥାନାଧିକାରୀଙ୍କ ହାତରେ ନ୍ୟସ୍ତ ହୋଇଥିବାରୁ ତାଙ୍କର ଦାୟିତ୍ୱ ଏବେ ଯଥେଷ୍ଟ ବଢିଯାଇଥିବା କୁହାଯାଉଛି । ଅପରପକ୍ଷେ ପୁର୍ବ ଚଢାଉରେ ନୋଟିସ କରାଯାଇଥିବା କ୍ରସର ପିଚୁ ପ୍ଲାଣ୍ଟ, ହାର୍ଡକୋକ ପ୍ଲାଣ୍ଟ ଗୁଡିକ ଚାଲୁ ରହିଥିବାରୁ ସାଧାରଣରେ ପ୍ରଶାସନର ଏହି କାର୍ଯ୍ୟକ୍ରମକୁ କେବଳ ଲୋକ ଦେଖାଣିଆ ବୋଲି କୁହାଯାଉଛି । ଏପରି ସ୍ଥଳେ ପ୍ରଶାସନ ସେହି ସବୁ ଅଂଚଳରେ ଚୋରା ପଥର କାରବାରକୁ ରୋକିବାକୁ ଆପ୍ରଣ ଉଦ୍ୟମ ଜାରିି ରଖିଥିବା ତହସିଲଦାର ସରୋଜ କୁମାର ପଣ୍ଡା ସୁଚନା ଦେଇଛନ୍ତି ।
କଳାପଥର ଚୋରି ରୋକିବାକୁ ପ୍ରଶାସନର ଗୋଟିଏ ଅସ୍ତ୍ର ୧୪୪ଧାରା, ମାଫିଆଙ୍କ ପାଖରେ କାମ ଦେଉନି ! ବାପ ୧ନମ୍ବରୀ ତୋ ବେଟା ୧୦ନମ୍ବରୀ
|
September 11, 2019 |
