କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Spread the love

ବଡ଼ସାହି, ୨୮/୧୨ (ସନ୍ଧାନ ନିଉଜ) : ମୟୁରଭଞ୍ଜ ଜିଲା ବଡସାହି ଅନ୍ତର୍ଗତ ତାଳପଦା ଗ୍ରାମରେ ଶନିବାର ସନ୍ଧ୍ୟାରେ ଜଣେ ଛାତ୍ର ଆତ୍ମ ହତ୍ୟା କରିଥିବା ଜଣାପଡ଼ିଛି। ଘରେ କେହି ନ ଥିବାବେଳେ ଛାତ୍ର ଜଣଙ୍କ ଘର ଓରାରେ ଝୁଲି ଆତ୍ମହତ୍ୟା କରିଛନ୍ତି।  ମୃତକ ଜଣଙ୍କ  ହେଲେ ବଡ଼ସାହି କଲେଜର +୨ଦ୍ୱିତୀୟ ବର୍ଷ ଛାତ୍ର ଅବିନାଶ ।

ସୂଚନା ଅନୁଯାୟୀ, ବାପା ଅନନ୍ତ ବଡ଼ସାହି ହାଟକୁ ଯାଇଥିବା ବେଳେ ମା’ ଘର ବାହାରେ ଥିଲେ। ଏହି ସମୟରେ ଅବିନାଶ ଘର ଓରାରେ ଝୁଲି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପରିବାର ଲୋକେ ଜାଣିବା ପରେ ତାଙ୍କୁ ବଡ଼ସାହି ଡ଼ାକ୍ତରଖାନାକୁ ଆଣିଥିଲେ ହେଁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ବଡ଼ସାହି ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ତଦନ୍ତ ପୂର୍ବକ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

Related Posts

About The Author

Add Comment