କର୍ଣ୍ଣାଟକ: କଂଗ୍ରେସର ବାଜିମାତ, ଜୀତିଲେ ସୌମ୍ୟା ରେଡ୍ଡୀ

Spread the love

କର୍ଣ୍ଣାଟକ, ୧୩/୬ (ସନ୍ଧାନ ନିୟୁଜ୍) କର୍ଣ୍ଣାଟକର ଦକ୍ଷିଣ ବାଙ୍ଗାଲୁରୁର ଜୟନଗର ବିଧାନସଭା ସିଟରେ କଂଗ୍ରେସର ବାଜିମାତ୍। ବିଜେପିକୁ ୩୭୭୫ ଭୋଟରେ ହରାଇଲା। କଂଗ୍ରେସ ପ୍ରାର୍ଥୀ ସୌମ୍ୟା ରେଡ୍ଡୀ ୩୭୭୫ ଭୋଟରେ ବିଜୟ ଲାଭ କରିଛନ୍ତି। ସୌମ୍ୟା ରେଡ୍ଡୀଙ୍କୁ ୫୪୦୪୫ ଟି ଭୋଟ ମିଳିଥିବା ବେଳେ ବିଜେପି ବିଏନ ପ୍ରହ୍ଲାଦଙ୍କୁ ୫୦,୨୭୦ ଭୋଟ ମିଳିଛି।

ସୂଚନାଯୋଗ୍ୟଯେ, ବିଜେପି ପ୍ରାର୍ଥୀ ବିଏନ ବିଜୟ କୁମାରଙ୍କର ୪ ମଇରେ ନିଧନ ହେବା ପରେ ଏହି ସିଟ ଖାଲି ହୋଇଥିଲା। ବିଜୟ କୁମାର ଏହି ସିଟରୁ ବିଧାୟକ ମଧ୍ୟ ଥିଲେ। ତାଙ୍କ ପରେ ଏହି ସିଟରେ ସୋମବାରଦିନ ନିର୍ବାଚନ ହୋଇଥିଲା। ଏହି ଉପନିର୍ବାଚନରେରେ ୫୫ ପ୍ରତିଶତ ଭୋଟିଂ ହୋଇଥିଲା। ଏହି ସିଟରେ କଂଗ୍ରେସ ନିଜର ନେତା ରାମାଲିଙ୍ଗା ରେଡ୍ଡୀଙ୍କର ଝିଅ ସୌମ୍ୟା ରେଡ୍ଡୀଙ୍କୁ ପ୍ରାର୍ଥୀ କରିଥିଲା। ବିଜେପି ବିଏନ ପ୍ରହ୍ଲାଦଙ୍କୁ ନିଜର ପ୍ରାର୍ଥୀ କରିଥିଲା। ପ୍ରହ୍ଲାଦ ପାର୍ଟୀର ଦିବଙ୍ଗତ ପ୍ରାର୍ଥୀ ବିଏନ ବିଜୟ କୁମାରଙ୍କର ଛୋଟ ଭାଇ ଅଟନ୍ତି।

ଅଧିକାରୀ ଗଣମାଧେୟମକୁ କହିଛନ୍ତି, ‘ଜୟନଗର ବିଧାନସଭା ସିଟ ପାଇଁ ଭୋଟ ଗଣତି ଶିବାନନ୍ଦ ଶର୍ମା ମେମୋରିଆଲ ରାଷ୍ଟ୍ରୀୟ ବିଦ୍ୟାଳୟ (ଏସଏସଏମଆରବି) କଲେଜରେ ସକାଳେ ଆଠଟା ସମୟରେ ଆରମ୍ଭ ହୋଇଥିଲା।’ ଏହି ସିଟରେ ୨୧୬ ମତଦାନ କେନ୍ଦ୍ରରେ ପ୍ରାୟତଃ ୫୫ ପ୍ରତିଶତ ମତଦାନ ହୋଇଥିଲା। ଏହି ସମୟରେ ସର୍ବମୋଟ ୩,୧୨,୨୫୨ ପଞ୍ଜିକୃତ ମତଦାତା ନିଜର ମତାଧିକାର ପ୍ରଯୋଗ କରିଥିଲେ।

ଜୟନଗର ବ୍ୟତୀତ ଆରଆରନଗର ସିଟ ଜିତିବା ସହିତ କର୍ଣ୍ଣାଟକରେ କଂଗ୍ରେସର ବିଧାୟକଙ୍କର ସଂଖ୍ୟା ସର୍ବମୋଟ ୭୮ ବିଧାୟକ ହୋଇଯାଇଛି। ବିଜେପିକୁ ୧୦୫ ଏବଂ ଜେଡିଏସ କୁ ୩୯ ସିଟ ମିଳିଥିଲା।

Related Posts

About The Author

Add Comment