କରୋନା ପାଇଁ ବଦଳିଗଲା ରବିବାର ନିୟମ : ଶ୍ରେଣୀକକ୍ଷରେ ଖଡ଼ି ଧରିବେ ଶିକ୍ଷକ ଶିକ୍ଷୟତ୍ରୀ

Spread the love

ବାଲିଗୁଡା,09/01.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ସପ୍ତାହକ ୭ ଦିନ ମଧ୍ୟରେ ରବିବାର ଏକ ଛୁଟିଦିନ ବୋଲି ସମସ୍ତଙ୍କୁ ବେଶ ଭଲ ଭାବେ ଜଣା ।ଏହି ଦିନରେ ସ୍କୁଲ, କଲେଜ ସମେତ ରାଜ୍ୟ ଓ କେନ୍ଦ୍ର ସରକାର ଅଧିନସ୍ଥ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହୁଥିବା ବେଳେ କେତେକ ସ୍ଥଳେ ବେସରକାରୀ ଅନୁଷ୍ଠାନ ଅବା ବ୍ୟବସାୟିକ ପ୍ରତିଷ୍ଠାନ ସମୂର୍ଣ୍ଣ ବନ୍ଦ ଅବା ସକାଳ ଓଳି ଖୋଲା ରହିଥାଏ । ମାତ୍ର ଚଳିତ ବର୍ଷ ଛୁଟିର ଦିନ ଏହି ରବିବାରରେ କିଛିଟା ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଛି। ଏଣିକି ପ୍ରତି ରବିବାରରେ ଖୋଲା ରହିବ ସ୍କୁଲ । ଆସନ୍ତାକାଲି ଶିକ୍ଷାବର୍ଷ ପାଇଁ ହେବ ଏକ ନିଆରା ରବିବାର । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସମେତ ଆଖପାଖରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ, ଶିକ୍ଷୟତ୍ରୀ ସ୍କୁଲର ଶ୍ରେଣୀ କକ୍ଷରେ ହାତରେ ଚକ ଖଡ଼ି ଧରି ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରିବେ ପ୍ରଶାସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯିବା ପରେ ୧୦୦ ଦିନର ପାଠପଢାକୁ ଆଗେଇ ନେବା ପାଇଁ ଏଣିକି ରବିବାର ଶିକ୍ଷକ, ଶିକ୍ଷୟିତ୍ରୀମାନେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାଦାନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଆଦର୍ଶ ବିଦ୍ୟାଳୟର ଜୈନକ ଶିକ୍ଷକ ନିଜସ୍ୱ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଶିକ୍ଷାବର୍ଷରେ ପ୍ରଥମ ଥର ପାଇଁ ଏପରି ନିଆରା ପଦକ୍ଷେପ ନିଆଯାଇଥିବାରୁ ସେ ଏହାକୁ ସ୍ୱାଗତ କରିଥିଲେ।ସେହିପରି ବାଲିଗୁଡା ଦଣ୍ଡପଦର ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀ ସ୍ନେହସ୍ମିତା ପାଣିଗ୍ରାହୀ ଙ୍କ କହିବା ଅନୁଯାୟୀ, ଦଶମ ଶ୍ରେଣୀ ପରୀକ୍ଷା ନିକଟତର ଥିବାରୁ ରବିବାର ସ୍କୁଲରେ କ୍ଲାସ ହେବା ପାଇଁ ନିଷ୍ପତି କରାଯାଇଛି । ଏହା ଖୁବ ଭଲ କଥା, ହେଲେ ରବିବାର ଘରେ ଅନ୍ୟାନ୍ୟ ଯାବତୀୟ କାର୍ଯ୍ୟ ରହୁଛି । ମାଟ୍ରିକ ପରୀକ୍ଷା ସମୟ ପାଖେଇ ଆସୁଥିବାରୁ ମନଲଗାଇ ପାଠ ପଢିବା ସହ ସମସ୍ତ ବିଷୟରେ ଉତ୍ତମ ମାର୍କ ରଖିବାକୁ ଚେଷ୍ଟା ଜାରି ରଖିବା ଉଚିତ ବୋଲି ସେ ମତ ଦେଇଥିଲେ । ଶୁକ୍ରବାର ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତି ରବିବାରରେ ଶ୍ରେଣୀକକ୍ଷରେ ଶିକ୍ଷାଦାନ କରାଯିବ ବୋଲି ବିଭିନ୍ନ ଉଚ୍ଚ ବିଦ୍ୟାଳୟ କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । କେବଳ ସାଧାରଣତନ୍ତ୍ର ଦିବସ, ସରସ୍ୱତୀ ପୂଜା, ଉତ୍କଳ ଦିବସରେ ସ୍କୁଲ ଛୁଟି ରହିବା ଯୋଗୁ ଶ୍ରେଣୀକକ୍ଷରେ ଶିକ୍ଷାଦାନ ବନ୍ଦ ରହିବ ବୋଲି ଜଣାପଡ଼ିଛି । ଗତ ଶୁକ୍ରବାର ସ୍କୁଲର ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରାୟ ଅଧା ରହିଥିବା ଦେଖିବାକୁ ମିଳିଥିବା ବେଳେ, ରବିବାରରେ ସ୍କୁଲରେ ପିଲାଙ୍କ ସଂଖ୍ୟା କମିପାରେ ବୋଲି କିଛି ଶିକ୍ଷାବିତଙ୍କ ମହଲରେ ମତ ପ୍ରକାଶ ପାଇଛି ।

Related Posts

About The Author

Add Comment