ଭୁବନେଶ୍ୱର, ୨୭/୦୪/୨୦ (ସନ୍ଧାନ ନିଉଜ) : ସାରା ଦେଶରେ ଏବେ ଏଭଳି ଚିତ୍ର ଆପଣ ପ୍ରାୟ ପ୍ରତ୍ୟେକ ଦିନ ଟିଭି ସ୍କ୍ରିନରେ ଦେଖୁଥିବେ । ସାଧାରଣତଃ ଶ୍ରମିକ ଶ୍ରେଣୀର ଏହି ଲୋକେ ପ୍ରତିଦନ ରୋଜଗାର କରନ୍ତି ଓ ନିଜର ଗୁଜୁରାଣ ମେଂଟାନ୍ତି । କିନ୍ତୁ କରୋନା ଏମାନଙ୍କ ଉପରେ ଏଭଳି ପ୍ରହାର ପକାଇଛି, ଯେ ଆଉ ରୋଜଗାରର ବାଟ ନାହିଁ, ତେଣୁ ଯେଉଁମାନେ ଖାଇବା ବାଂଟୁଛନ୍ତି ତାଙ୍କ ପାଖରେ ପହଂଚି ଯାଉଛନ୍ତି । କରୋନା ଭଳି ଏକ ନିଷ୍ଠୁର ବ୍ୟାଧି ଏଭଳି ଭୟ ତିଆରି କରିଛି, ଯେ ସରକାରରେ ରହି ଯେଉଁମାନେ ନିଷ୍ପତି ନେଉଛନ୍ତି, ସେମାନେ ବି ଏହି ଶ୍ରମିକମାନଙ୍କ କଥା ଚିନ୍ତା କରିପାରୁନାହାନ୍ତି । କରୋନାର ଭୟ ଏଭଳି ମାଡିଛି, ଯେ ଆଗ କରୋନାରୁ ବଂଚିବା ଏବଂ ପରେ ଯାହା ହେବ ଏହି ନ୍ୟାୟରେ ଚିନ୍ତା କରୁଛନ୍ତି ।
କରୋନା କଟକଣା ପାଇଁ କଲବଲ ଶ୍ରମିକ
|
April 27, 2020 |