ମାଟି ତ ମାଟି ଜନମ ମାଟି ମଉନ ସଦା ନ ଖୋଲେ ପାଟି
ପତାଇ ଦେଲା ଛାତି ଘରଦ୍ୱାର ତିଆରି କରି
ରହିଲେ ନାନା ଜାତିର ତା ଠାରୁ ବଡ଼ ନାହିଁ କେ ଆଉ ||
ସବୁଜ କ୍ଷେତେ ସୁନାର ଢେଉ ଗଛରେ ନାନା ଫଳ
ନଦୀ ଝରଣା ସାଗର ତା’ର ଯୋଗାଇ ଦିଏ ଜଳ
ବଣ ପାହାଡ଼ ପରବତରେ ସାଧୁସନ୍ଥଙ୍କ ଧ୍ଵନି ଓଁକାର
ମନରେ ଭରେ ଖୁସି ||
ପରୋପକାର ଜଗତ ହିତେ। କରିବା ଆମେ ମିଶି
ଜନମ ମାଟି ଉଠିବ ହସି ମମତା ବାରି ଯିବ ବରଷି
ଶାନ୍ତି ମମତା ପାଇଁ ଆସରେ ଆସ ଶପଥ ନେବା
ଯେତେ ଭାଉଣୀଭାଇ ||
ସରିତା ପ୍ରିୟଦର୍ଶିନୀ
ଭଦ୍ରକ