କନାକୁଣ୍ଡ ପର୍ଯ୍ୟଟନ ସ୍ଥଳର ଉନ୍ନତିକରଣ ବିଳମ୍ବରେ ଅନେକ ଜୀବନ ହାନିର ଆଶଙ୍କା

Spread the love

 

ସୁନ୍ଦରଗଡ ତା:୨/୬/୨୦୨୫( ସନ୍ଧାନ ନ୍ୟୁଜ) ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ଅନେକ ପର୍ଯ୍ୟଟନ ଅଞ୍ଚଳରେ ବିକାଶର ସୁଅ ଛୁଟୁଥିବା ବେଳେ ଘୋଘର୍ ଗ୍ରାମର କାନାକୁଣ୍ଡ ରାସ୍ତା କାର୍ଯ୍ୟ ସହିତ ପର୍ଯ୍ୟଟନ ସ୍ଥଳ ର ଉନ୍ନତିକରଣ ରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବହୁ ସମୟ ରାସ୍ତା କାମରେ ବ୍ୟତିକ୍ରମ ସହିତ ପାନୀୟ ଜଳର ବ୍ୟବସ୍ଥା ଭୁଶୁଡି ପଡ଼ିଛି । ପର୍ଯ୍ୟଟନ ସ୍ଥଳ ରେ ଗୋଟିଏ ମାତ୍ର ନଳକୂପ ଥିବା ବେଳେ ପର୍ଯ୍ୟଟକମାନେ କପଡ଼ାରେ ଛାଣୀ ପାଣି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପିକନିକ ପାଇଁ ଯିବା ରାସ୍ତା ସଂକୀର୍ଣ୍ଣ ଥିବା ସହିତ ଯାନ ବାହାନ ପାଇଁ ସୁବିଧା ନ ଥିବା କାରଣରୁ ପର୍ଯ୍ୟଟକ ବିଭିନ୍ନ ଅସୁବିଧା ଭୋଗୁଛନ୍ତି । ତା ସହିତ କନାକୁଣ୍ଡ ପର୍ଯ୍ୟଟକ ସ୍ଥଳ ର ଉନ୍ନତିକରଣ ରେ ବିଳମ୍ବ ହେବା କାରଣରୁ ଅନେକ ପର୍ଯ୍ୟଟକଙ୍କ ଜୀବନ ବିପଦରେ ରହୁଥିବା ଦେଖାଦେଇଛି ।ଆଗାମୀ ଦିନରେ ଏଥିପ୍ରତି ବିଶେଷ ଦୃଷ୍ଟି ଦିଆ ନ ଗଲେ ଜନ ହାନିର ଆଶଙ୍କା ଦେଖାଦେବାର ସମ୍ବାଭନା ରହୁଥିବା ପର୍ଯ୍ୟଟକଙ୍କ ସୂତ୍ରରୁ ଜଣାପଡିଛି ।

Related Posts

About The Author

Add Comment