ଓଡ଼ିଆ ସଂସ୍କୃତିର ବାର୍ତାବହ ବୋଇତ ବନ୍ଦାଣ ଉତ୍ସବ ମେଲୋଡ଼ିରେ ଝୁମିଲେ ଦର୍ଶକ

Spread the love

ରାଉରକେଲା, ୧୧/୧୧ (ସନ୍ଧାନ ନିଉଜ/ ଏସ ନାୟକ) : ଆଜି ସଂଧ୍ୟାରେ ସାରନଗରୀ ସ୍ଥିତ ବୋଇତ ବନ୍ଦାଣ ପଡ଼ିଆରେ ଦକ୍ଷିଣ ରାଉରକେଲା ବୋଇତ ବନ୍ଦାଣ ସମିତି ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜଗାଙ୍ଗପୁରର ପୂର୍ବ ବିଧାୟକ ତଥା ବିଜେଡ଼ିର ବରିଷ୍ଠ ନେତା ମଙ୍ଗଳା କିସାନ ଯୋଗଦେଇ କାର‌୍ୟ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଓଡ଼ିଆ ସଂସ୍କୃତିର ବାର୍ତାବହ ବୋଇତ ବନ୍ଦାଣ ଉତ୍ସବ ବୋଲି ସେ ପ୍ରକାଶ କରିବା ସହ, ଓଡ଼ିଆ ସଂସ୍କୃତିକୁ ଉଜ୍ଜିବୀତ ରଖିବାକୁ ଦକ୍ଷିଣ ରାଉରକେଲା ବୋଇତ ବନ୍ଦାଣ ସମିତିର ଏଭଳି ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ କବି ତଥା ରାଜନେତା ଶଙ୍କର୍ଷଣ ପରିଡ଼ା, ବିଜେଡ଼ି ରାଜ୍ୟ ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାନ୍ତି ଓ ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପିକା ରୁକ୍ମଣୀ ସାହୁ ଯୋଗଦେଇ ନିଜ ଓଡ଼ିଆ ସମାଜରେ ବୋଇତ ବନ୍ଦାଣ ଉତ୍ସବର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । କବି ଅଜୟ ବିଶ୍ୱାଳ ବିଜୟ  ମଂଚ ପରିଚାଳନା କରିଥିବା ବେଳେ, ଦକ୍ଷିଣ ରାଉରକେଲା ବୋଇତ ବନ୍ଦାଣ ସମିତିର ସଭାପତି ବିଜୟ ମହାନ୍ତି, ସାଧାରଣ ସମ୍ପାଦକ ଅକ୍ଷୟ ପ୍ରହରାଜ, ବିନୟ ବେହୁରିଆ, ଗୌରାଙ୍ଗ ନାୟକ, ସୁଶାନ୍ତ ରାଉତ, କେଶବ ସାହୁ, ଅନୀଲ ମଲ୍ଲିକ, ଦିଲ୍ଲୀପ ମଲ୍ଲିକ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ । ଅଂଚଳର ବରିଷ୍ଠ ନାଗରିକ ଚିନ୍ମୟ ମହାପାତ୍ର, କୃଷ୍ଣଚନ୍ଦ୍ର ନାୟକ, ଅନାଦି ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ରାଉତ, ବି.ଏନ. ସାହୁ, ନୃସିଂହ ସାହୁ, ନନ୍ଦ ଖଣ୍ଡୁଆଳ, ପ୍ରଫୁଲ୍ଲ ଘଡ଼େଇ, ମୂରଲୀଧର ଦାଶଙ୍କୁ ସମିତି ପକ୍ଷରୁ ଉପଢୌଙ୍କନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସମଲେଶ୍ୱରୀ ମେଲୋଡ଼ି ଗ୍ରୁପ ପକ୍ଷରୁ ପ୍ରସ୍ତୁତ ଅର୍କେଷ୍ଟ୍ରାରେ ଦର୍ଶକ ମାନେ ଝୁମି ଉଠିଥିଲେ । ସ୍ଥାନୀୟ ପୁଲିସ ପକ୍ଷରୁ ପଡ଼ିଆରେ ଶାନ୍ତିଶୃଖଂଳା ବଜାୟ ପାଇଁ ପୁଲିସ କର୍ମୀ ମୁତୟନ ହୋଇଥିଲେ ।

Related Posts

About The Author

Add Comment