ଓଲଟିଲା ଟ୍ରକ:ଅଳ୍ପକେ ବଂଚିଲେ ଚାଳକ

Spread the love

ବଡଚଣା,୮/୭(ସନ୍ଧାନ ନିୟୁଜ):ବଡଚଣା ଥାନା ଅନ୍ତର୍ଗତ ବନ୍ଦାଳେ ପଞ୍ଚାୟତର ହାଟକରନ୍ଦା ଛକର ଏକ ଅଟାକଳକୁ ଯାଇଥିବା ରାସ୍ତାରେ ଏକ ଟ୍ରକ ଓଲଟିବା ଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତିଥିବା ଜଣାଯାଇଛି । ୧୬ନମ୍ବର ଜାତୀୟ ରାଜପଥ ହାଟକରନ୍ଦା ଛକରୁ ନୂଆଗ୍ୟାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅର୍ନ୍ତଭୁକ୍ତ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଗହମ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ୧୧କେଭି ବିଦୁ୍ୟତ ଖୁଣ୍ଟକୁ ଧକ୍କାଦେଇ ଓଲଟିପଡିଥିଲା । ଫଳରେ ଟ୍ରକ ଚାଳକ ଅଳ୍ପକେ ବତ୍ତିଯାଇଥିବା ଜଣାଯାଇଛି । ସୂଚନା ମୁତାବକ ଚଣ୍ଡିଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗର ୧୬ନମ୍ବର ଜାତୀୟ ରାଜପଥ କଡରୁ ହାଟକରନ୍ଦା-ନୂଆଗାକୁ ସଂଯୋଗ କରୁଥିବା ରାସ୍ତା ଉପରେ ଦୈନିକ ଆବଶ୍ୟକ ଠାରୁ ଅଧିକ ଓଜନର ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତା ଅବସ୍ଥା ମରଣଯନ୍ତା ହୋଇଥିବାରୁ ବେଳେ ବେଳେ ଦୁର୍ଘଟଣା ମାନ ଘଟି ବହୁ ଧନଜୀବନ ନଷ୍ଟ ହେଉଥିବା ନଜିର ଅଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

News by Artatrana Sahu, Badachana

Related Posts

About The Author

Add Comment