ସୁନ୍ଦରଗଡ଼ ତା:୨୨/୦୬/୨୦୨୫ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ହେମଗିର ବ୍ଲକ ବାଙ୍କୀ ବାହାଲ ଟପରିଆ ରାସ୍ତା ଛକ ରେ ଥିବା ଲୁଆବାହାଲ ଲ୍ୟାମ୍ପ୍ ପାଖରେ ଏକ କୋଇଲା ବୋଝେଇ ଟ୍ରକ ନିଜର ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି l ଉକ୍ତ ଟ୍ରକଟି ଭାରସାମ୍ୟ ହରାଇ ପାଖରେ ଥିବା ଲ୍ୟାମ୍ପ ଘର୍ ଉପରେ ଓଲଟି ପଡିଥିଲା l ଯହା ଦ୍ୱାରା ଲ୍ୟାମ୍ପର କିଛି ଅଂଶ କ୍ଷତି ହୋଇଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଲରୁ ଚାଳକ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି । ଅନେକ ସମୟ ଧରି ଏହି ଦୁର୍ଘଟଣା ଲାଗିରହିଥିବାରୁ ଜୀବନ ହାନି ହେଉଥିବା ଅଞ୍ଚଳବାଶି ପ୍ରକାଶ କରିଛନ୍ତି । ତା ସହିତ ଏହି କୋଇଲା ପରିବହନ ପାଇଁ ସ୍ବତନ୍ତ୍ର ବାଇପାସ୍ ରାସ୍ତା ଅନେକ ସମୟ ଦାବି ହେଉଥିବା ବେଳେ ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ଅଞ୍ଚଳବାସୀ ପରିପ୍ରକାଶ କରିଛନ୍ତି ।ଏହି କୋଇଲା ପରିବହନ କୁ କେନ୍ଦ୍ରକରି ଗତକାଲି ଜଣେ ଲୋକଙ୍କ ଗୋଡ କରିଥିବା ସୂଚନା ରହିଛି ।
ଓଲଟିଲା କୋଇଲା ବୋଝେଇ ଟ୍ରକ ଓ ପଡିଲା ଲ୍ୟାମ୍ପ ଘରରେ
|
June 22, 2025 |



