ତିହିଡି: 07/1/2021 (ସନ୍ଧାନ ନ୍ୟୁଜ୍ / ପ୍ରଶାନ୍ତ ବାରିକ୍) ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ତିହିଡି ଅନ୍ତର୍ଗତ ସିନ୍ଦୋଳ ଲକ୍ଷ୍ମୀ ନାରୟଣ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି। ଆଜି ଭୋରରୁ ଭାରସ୍ୟାମ ହରାଇ ରାସ୍ତା ତଳକୁ ଓଲଟି ପଡିଲା ଏକ ଆଳୁ ବୋଝେଇ ଟ୍ରକ୍ । ଉଭୟ ଡ୍ରାଇଭର ଏବଂ ହେଲପର ସୁରକ୍ଷିତ ଥିବା ଜଣାପଡିଛି ।ତେବେ ରାସ୍ତା କଡ଼ରୁ ଜଣେ ଲୋକ ଗାଡ଼ି ଧରି ହଠାତ୍ ଆସି ବାରୁ ଟ୍ରକଟି ବାମ ପଟକୁ ମାଡ଼ି ହୋଇ ଯାଇଥିଲା । ଟ୍ରକଟି ପଶ୍ଚିମବଙ୍ଗରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇକୁ ଯାଉଥିବା ସୂଚନା ମିଳିଛି । ପ୍ରଥମେ ରାସ୍ତା ପାଖ ଗଛ ଗୁଡ଼ିକୁ ଭାଙ୍ଗି ରାସ୍ତା ତଳକୁ ଓଲଟି ପଡ଼ିଛି। ଗାଡି ଟିର ବେଗ ଦ୍ରୁତ ଥିବା ଅନୁମାନ କରାଯାଇଛି।
ଓଲଟିଲା ଆଳୁ ବୋଝେଇ ଟ୍ରକ୍
|
January 8, 2021 |