(ଝାରସୁଗୁଡା/ବିଶ୍ଵଜିତ): ଓଡିଶା ଭଳି ଏକ ଜନବହୁଳ ରାଜ୍ୟରେ ଜନ ବସତି ବୃଦ୍ଧି ହେଉଥିବା ବେଳେ ଏଠାରେ ପରିବହନ ଏବଂ ଯାତାୟତର ସୁବିଧା ସ୍ଥିର ରହିଛି । ମୋଟ ୧୨୮ ଟି ରେଳ ଷ୍ଟେସନ ଥିବା ବେଳେ ୧୭ ଟି ବିମାନ ବନ୍ଦର ରହିଛି । ଏଥି ମଧ୍ୟରୁ ୬ଟି ବନ୍ଦର ବେସରକାରୀ ଥିବା ବେଳେ ୮ ଟି ବନ୍ଦର ଗୃହପାଳିତ ରହିଛି । ଦେଖିବାକୁ ଗଲେ ସର୍ବ ମୋଟ ଗୋଟିଏ ଆନ୍ତର୍ଜାତୀୟ ବିମାନ ବନ୍ଦର ରହିଛି ଓଡିଶାରେ । ଏହା ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦର ।
ତେବେ ଯାତ୍ରୀ ମାନଙ୍କର ଏ ପ୍ରକାରର ଅସୁବିଧାକୁ ଦୂର କରିବା ନିମନ୍ତେ ଓଡିଶା ସରକାର ଝାରସୁଗୁଡା ନିକଟରେ ଅନ୍ୟ ଏକ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲେ । ଏ ନେଇ ଆଜି ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଝାରସୁଗୁଡାରେ ଏହି ବିମାନ ବନ୍ଦର ଉଦ୍ଘାଟନ କରିଛନ୍ତି ।
ନୂତନ ବିମାନ ବନ୍ଦରଟିକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, “ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର” ରୂପରେ ନାମକରଣ କରିଛନ୍ତି ।
ଏହି ବିମାନ ବନ୍ଦରକୁ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ସରକାର ରାଜସ୍ଵରୁ ୧୨୦ ଏକର ଜମି ସହିତ ୭୫ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି ବୋଲି ଜଣ ପଡିଛି ।
ତେବେ ଏକ ସଭାରେ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିମାନ ବନ୍ଦରଟିକୁ ସୂଚାରୁ ରୂପରେ କାର୍ଯ୍ୟକାରୀ କରାଯାଉ । ବର୍ଷତମାମ ଯାହା ଆରକ୍ଷଣ ରହିବା ଏହାକୁ ରାଜ୍ୟ ସରକାର ଭରଣ କରିବେ।