ଓଡ଼ିଶାର ଆଦିବାସୀ

Spread the love
  •  
  •  
  •  
  •  
  •  

ଲିଙ୍ଗରାଜ ପଣ୍ଡା ,ବାରିପଦା

ଆଦିବାସୀ ଶବ୍ଦର ଅର୍ଥ ହେଉଛି କୌଣସି ସ୍ଥାନର ଆଦିମ ଅଧିବାସୀ ବା ପ୍ରଥମ ଆଦିବାସୀ । ଆଦିବାସୀ ଶବ୍ଦର ଏକ ବ୍ୟାପକ ଅର୍ଥ ନୃତ ଅଭିଧାନରେ ଦେବାକୁ ମିଳେ । ସେଥିରେ କୁହାଯାଇଅଛି, ଏହା ବିଶେଷ କ୍ରମେ ଏକ ଭାଷା, ଏକ ସଂସ୍କୃତି ଏକ ସାମାଜିକ ଜୀବନର ଭିଭି ଉପରେ ପ୍ରତିଷ୍ଠିତ ଏକ ସାମାଜିକ ଗୋଷ୍ଠୀ । ଆଦିବାସୀ ଶବ୍ଦର ଅର୍ଥ ଖୋଜିବାକୁ ଯାଇ ଆଜି ଏ ପ୍ରକାର ବହୁ ଅର୍ଥ ସହିତ ପରିଚୟ ହୋଇଥାଏ । ମାତ୍ର ସୁଳଭାବରେ ଆଦିବାସୀ କହିଲେ ଯେ କୌଣସି ଅଞ୍ଚଳ ବା ସ୍ଥାନର ଆଦିମ ଅଧିବାସୀଙ୍କୁ ବୁଝାଇଥାଏ ।

ପୃଥିବୀର ବହୁ ଅଞ୍ଚଳରେ ଆଦିବାସୀମାନଙ୍କର ବସତି ଦେଖାଯାଏ । ସେମାନେ ବର୍ତ୍ତମାନ କାଳରେ ବନଜଙ୍ଗଲରେ ଏକ ପ୍ରଭାବ ଜୀବନଯାପନ କରନ୍ତି । ସେମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଏବେ ମଧ୍ୟ ସମ୍ଭବ ହୋଇନାହିଁ । ସେମାନଙ୍କର ଭାଷା ସେମାନଙ୍କ ମଧ୍ୟରେ ଆବଦ୍ଧ । ଆଧୁନିକ ସଭ୍ୟଜଗତରେ ସେମାନେ ଏବେ ମଧ୍ୟ ଅସଭ୍ୟ ଭାବରେ ସଭ୍ୟସମାଜର ନିସ୍ପେଷଣ ସହ୍ୟକରି ଜୀବନଯାପନ କରନ୍ତି । ସେମାନଙ୍କର ସରଳତାର ସୁଯୋଗନେଇ ଆଧୁନିକ ସଭ୍ୟସମାଜ ସେମାନଙ୍କଠାରୁ କେବଳ ସୁବିଧା ହାସଲ କରିବାର ଦେଖାଯାଉଅଛି ।

ଓଡିଶାର ଆଦିବାସୀ କହିଲେ, କୋହ୍ମ, ହୋ, ସାନ୍ତାଳ, ଭୂୟାଁ, ଜୁଆଙ୍ଗ, ଶବର, ମଣ୍ଡା ଓରାଓଁ, କୁରୁକ, ଗଦବା, ପରଜା, କୋୟା, ବାଥୁଡି, ଗଣ୍ଡ ପ୍ରଭୃତି ଜାତିର ଲୋକମାନଙ୍କୁ ବୁଝାଇଥାଏ । ସେମାନେ ଓଡ଼ିଶାର ବିଭିନ୍ନ ଅରଣ୍ୟଅଞ୍ଚଳରେ ବସବାସ କରି ରହିଥାଆନ୍ତି । ଭାରତର ବିଭିନ୍ତିଅଞ୍ଚଳରେ ଆଦିବାସୀମାନଙ୍କର ବସବାସ ରହିଛି । ଐତିହାସିକମାନେ ମତପ୍ରଦାନ କରିଛନ୍ତି ଯେ, ଆମଦେଶକୁ ଆର୍ଯ୍ୟ ଓ ଦ୍ରାବିଡମାନେ ଆସିବା ପୂର୍ବରୁ ଆଦିବାସୀମାନେ ଥିଲେ ଯଥାର୍ଥରେ ଦେଶବାସୀ ।

ଅରଣ୍ୟର ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ଆଦିବାସୀମାନଙ୍କର ସରଳ ଜୀବନ ଅତ୍ୟନ୍ତ ଆକର୍ଷଣୀୟ ହେଲେହେଁ ସଭ୍ୟତାର ପ୍ରୟାର ସଙ୍ଗେ ସଙ୍ଗେ ସେମାନଙ୍କର ଜୀବନଧାରା କ୍ରମେ କ୍ରମେ କଳୁଷିତ ହେବାରେ ଲାଗିଛି । ସେମାନଙ୍କର ନିଜସ୍ୱ ସଂସ୍କୃତି ସେମାନଙ୍କୁ ସଭ୍ୟମାନବ ଠାରୁ ଦୂରରେ ରଖିଛି । ତଥାପି ସେମାନେ ଆଧୁନିକ ଜଗତର ନିୱେଷଣର ଶିକାର ହୋଇପଡ଼ିଛନ୍ତି । ଆଦିବାସୀ ଜୀବନରେ ନୃତ୍ୟସଙ୍ଗୀତ ଧାରା ନିରବଚ୍ଛିନ୍ନ  ସାରାଦିନର ପରିଶ୍ରମ ପରେ   ସଂନ୍ଧ୍ୟା ହେଲେ ଦିନକର କ୍ଲାନ୍ତ ଦୂରକରିବା ପାଇଁ ଆଦିବାସୀ ଗ୍ରାମମାନଙ୍କରେ ଜମିଉଠେ ନୃତ୍ୟ ଗୀତର ଆସର । ଏହି ଆସରକୁ ଦେଖିଲେ ମନେହୁଏ ସତେ ଯେପରି ନୃତ୍ୟସଂଗୀତ ଆଦିବାସୀ ଜୀବନର ଅଂଶବିଶେଷ । ଆଦିବାସୀ ଗ୍ରାମମାନଙ୍କରେ ଧଡା ଘର ଓ ଧାଡୀ ଘର ଥାଏ । ଅବିବାହିକ ଯୁବକମାନେ ରାତିରେ ଧଡାଘରେ ଓ ଅବିବାହିତା ଯୁବତୀମାନେ ଧଡ଼ୀରେ ରହନ୍ତି ଦଳବଦ୍ଧ ହୋଇ ସେମାନଙ୍କ ମଧ୍ୟରେ ଗୀତ ଛଳରେ ପ୍ରଶ୍ନୋତ୍ତର ଋଲେ । ବେଳେ ବେଳେ ଏହି ପ୍ରଶ୍ଳୋତ୍ତରରେ ସାରା ରାତି ବିତିଯାଏ । ଆଦିବାସୀ ସମାଜରେ ନୃତ୍ୟଗୀତର ପ୍ରାଧାନ୍ୟ ଏପରି ଭାବରେ ରହିଛି ଯେ ବିବାହ ପୂର୍ବରୁ ଯଦି କୌଣସି ଯୁବକ ନିର୍ଦ୍ଦିଷ୍ଟ ଗୀତ ବା ନୃତ୍ୟରେ ଅଜ୍ଞତା ଦେଖାଏ ତେବେ ତାର ବିବାହ ଅସମ୍ଭବ ହୋଇପଡ଼େ । ତେଣୁ ବିବାହ ପୂର୍ବରୁ ଆଦିବାସୀ ଯୁବକ ଓ ଯୁବତୀ ବିଶେଷ ଭାବରେ ମନଧ୍ୟନ ଦେଇ ନୃତ୍ୟଗୀତ ଶିକ୍ଷା କରିଥାଆନ୍ତି ।

ବର୍ଷର ବିଭିନ୍ନ ସମୟରେ ଆଦିବାସୀ ସମାଜରେ ବିଭିନ୍ନ ପର୍ବ ପାଳିତ ହେବାର ଦେଖାଯାଏ । ଏହି ସମୟରେ ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଭିନ୍ନ ଭିନ୍ନ ରୀତିରେ ନୃତ୍ୟଗୀତ ପରିବେଷଣ କରାଯାଏ । ଆଦିବାସୀ ଗ୍ରାମମାନଙ୍କରେ ଗ୍ରାମର ମଧ୍ୟସ୍ଥଳରେ ନାଚଘର ଥାଏ । ଏହି ଘର ଆଗରେ ଥିବା ଗଛମୂଳେ ଦେଖଣାହାରୀ ବସତି ଓ ସେମାନଙ୍କ ଆଗରେ ଯୁବକ ଯୁବତୀମାନେ ଗୀତଗାଇ ଗାଇ ନୃତ୍ୟ ପରିବେଷଣ କରନ୍ତି । ନୃତ୍ୟ ସମୟରେ ବିଭିନ୍ନ ପ୍ରକାର ପୋଷାକ ସେମାନେ ପରିଧାନ କରନ୍ତି ଓ ନୃତ୍ୟକୁ ତାଳ ଦେବା ଲାଗି ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବ୍ୟବହୃତ ହୁଏ । ଆଦିବାସୀ ମାନଙ୍କର ନୃତ୍ୟଗୀତ ମଧ୍ୟରେ ଦଣ୍ଡନାଚ, କରମା’ ଡାଲଖାଇ ପ୍ରଭୃତି ପ୍ରଧାନ ।

ଆଦିବାସୀ ସମାଜରେ କରମା ଏକ ପ୍ରଧାନ ଉତ୍ସବ । ଆଦିବାସୀ ବିଂଝାଲମାନେ ଏହି ପର୍ବକୁ ଦୁଇଦିନ ଧରି ପାଳନ କରନ୍ତି । ଭାଦ୍ରବ ଏକାଦଶୀ ଦିନ ସକାଳେ ବିଂଝାଲମାନେ କରମା ଡାଳ ଆଣୀବାକୁ ଜଙ୍ଗଲକୁ ଯାଆନ୍ତି । ଶାଳ ବାହଲିନ୍ ଗଛକୁକରମାସାନୀଙ୍କ ପ୍ରତୀକ ଭାବରେ ଗ୍ରହ କରାଯାଇଥାଏ । ଏହି ଡାଳକୁ ଆଣି ସେମାନେ ଗାଁର ଏକ ମୁଖ୍ୟ ସ୍ଥାନରେ ପୋତି ପରୋହିତଙ୍କ ଦ୍ବାରା ପୂଜା ଅର୍ଚ୍ଚନା କରନ୍ତି । କରମା ପୂଜାରେ ନୃତ୍ୟଗୀତ ଓ ମଦ୍ୟପାନ ସୀମାତିରିକ୍ତ କରିଥାଏ । ଝାଙ୍କର ବା ପୁରୋହିତ କରମାସାନୀଙ୍କୁ ପୂଜା କରି ସାରିବା ପରେ ତାଙ୍କର କାହାଣୀ ଶୁଣାନ୍ତି । ଦ୍ବିତୀୟ ଦିନ ମଧ୍ୟ ଏହିପରି ଭାବରେ ପର୍ବ ପାଳିତ ହୁଏ । ବିଂଝାଲ ଯୁବକ ଯୁବତୀମାନେ ଦଳଦଳ ହୋଇ ଗୀତ ଗାଇ ନାଚି ପର୍ବକୁ ଆନନ୍ଦ ମୁଖରିତ କରନ୍ତି । ତୃତୀୟ ଦିନ ସକାଳେ ସମସ୍ତ ଗ୍ରାମବାସୀ କରିମ୍ ସାନୀଙ୍କୁ ବା କରଡାଲକୁ ଶୋଭାଯାତ୍ରାରେ ଜଳାଶୟକୁ ନେଇ ସେଠାରେ ବିସର୍ଜନ କରନ୍ତି ।

କରମା ପୂଜା ଅବକାଶରେ ଝାଙ୍କର କରମସାନୀ ବା କରମ୍ବସାଇଁଙ୍କ ବିଷୟରେ ଯେଉଁ ମହିମାଳ୍ପିତ କାହାଣୀଟି ଶୁଣାନ୍ତି ତାହା ଅତ୍ୟନ୍ତ ବିଭାକର୍ଷକ । କାହାଣୀର ସାରକଥା ଏଠାରେ ଉଦ୍ଧାର କରାଯାଇପାରେ ।

ଜଣେ ଧନୀ ସୌଦାଗରଙ୍କର ସାତଝିଅ ଓ ସାତପୁଅ ଥିଲେ । ସୌଦାଗର ବିଦେଶକୁ ବାଣିଜ୍ୟ କରିବାକୁ ଯିବା ଅବକାଶରେ ତାଙ୍କ ସ୍ତ୍ରୀଙ୍କୁ ଭୋକ ଲଡୁ ଓ ଶୋଷ ଲଡୁ ପ୍ରସ୍ତୁତ କରିବାକୁ କହିଲୋ ସୌଦାଗର ସଙ୍ଗରେ ଲଡୁନେଇ ବିଦେଶ ଗଲେ । ବାଣିଜ୍ୟରେ ତାଙ୍କର ବହୁତ ଲାଭହେଲା । ବାଣିଜ୍ୟ ଶେଷରେ ବୋଇତରେ ଧନର ଲଦି ସୌଦାଗର ନିଜ ଗ୍ରାମକୁ ଫେରିଲେ । ବୋରତ ଆସି ନିଜ ଘର ଘର ଅଞ୍ଚଳରେ ପହଞ୍ଚିବାରୁ ସେ ନିଜ ପୁଅ ସ୍ତ୍ରୀଙ୍କୁ ବୋଇତ ବନ୍ଦାଇବା ପାଇଁ ଡକାଇ ପଠାଇଲେ । ସେହି ସମୟରେ ତାଙ୍କ ଗ୍ରାମରେ କରମା ପୂଜା ହେଉଥାଏ ପୁରୁଷମାନେ ମାଦଳ ବଜାଉଥିଲେ ଓ ସ୍ତ୍ରୀମାନେ ନାଚୁଥିଲେ । ତେଣୁ ସାଧବ ପୁଅମାନେ ଶ୍ରୀଘ ବୋଇତ ବନ୍ଦାଇବା ପାଇଁ ଯାଇ ପାରିଲେ ନାହିଁ । ଏଥିପାଇଁ ଦୌଦାଗର ଅତିଶୟ ରାଗିଗଲେ ଓ ଗ୍ରାମରେ ପ୍ରବେଶ କରି କରମାଡଳ ଉପାଡି ଫିଙ୍ଗିଦେଲେ ଓ କରମାସାଇଁଙ୍କ ନିମିତ୍ତ ନିର୍ମିତ ହୋଇଥିବା ସାତଗୋଟି ଦେବୀଙ୍କୁ ଭାଙ୍ଗିଦେଲେ ।

 ତା’ପରେ ତାଙ୍କର ପୁଅମାନେ ବଜାଉଥିବା ସାତଗୋଟି ମାଦଳକୁ ଭାଙ୍ଗି ପକାଇଲେ । ଏହା ଫଳରେ କରମର୍ସଙ୍କ କୋପରେ ସୌଦାଗରଙ୍କର ବୋଇତ ବୁଡିଗଲା । ବନକୁ ଚରିବାକୁ ଯାଇଥିବା ସୌଦାଗରଙ୍କର ଗୋରୁମାନେ ଆଉ ବନରୁ ଫେରିଲେ ନାହିଁ । ସୌଦାଗରଙ୍କର ଘର ଧ୍ବଂସସ୍ତପରେ ପରିଣତ ହେଲା । ଏଥରୁ ରକ୍ଷା ପାଇବା ନିମନ୍ତେ ସୌଦାଗର ଦିନେ ଜଣେ ଜ୍ୟୋତିଷୀଙ୍କ ନିକଟକୁ ଯାଇ ସବୁକଥା ପ୍ରକାଶ କଲେ । ଜ୍ୟୋତିଷୀ ତାଙ୍କୁ କହିଲେ ଯେ ସେ କରମ୍ ସାଇଁଙ୍କ ପ୍ରତି ଅବମାନନା ପ୍ରଦର୍ଶନ କରି ତାଙ୍କ ପୂଜା ନଷ୍ଟ କରିଥିବାରୁ ଏପରି ଦଣ୍ଡ ମିଳିଲା । ଜ୍ୟୋତିଷୀଙ୍କ ନିକଟରୁ ଫେରି ସୌଦାଗର କରମ୍ ସାଇଁଙ୍କ ଉଦ୍ଦେଶ୍ୟରେ ଧାରଣା ଦେଲା କରମ୍ ସାଇଁ ତାଙ୍କୁ ଆଦେଶ ଦେଲେ ଯେ ସାତଗୋଟି କରମାଡାଳ, ସାତଗୋଟି ମାଦଲ ଆଣି ସୌଦାଗରଙ୍କ ପୁଅ, ବୋହୁ ଓ ଝିଅମାନେ ସାତଦିନ ଉପବାସ ରହି କରମାନାଚ ନାଚି କରମାପୂଜା କଲେ ତାଙ୍କର ହୃଦେୟରଧନ ଫେରି ପାଇବେ । ସୌଦାଗର କରିମା ସାଇଁଙ୍କ ଆଦେଶ ଅନୁସାରେ ପୂଜାକଲେ ଓ ତାଙ୍କର ହୃଦୟ ଧନକୁ ଫେରି ପାଇଲେ ।

ପରଜାମାନଙ୍କର ଚୈତ୍ରପର୍ବ ଏକ ଉଲ୍ଲେଖେଯାଗ୍ୟ ଅନୁଷ୍ଠାନ ବୋଲି କୁହାଯାଇପାରେ । ପରଜମାନେ ବହୁ ଦେବାଦେବୀଙ୍କୁ ପୂଜାକରନ୍ତି । ପ୍ରତ୍ୟେକ ଗ୍ରାମରେ ଠାକୁରାଣୀଘର ଥାଏ । ପାହାଡରେ ଝାଙ୍କର ଦେବତା ଥାଆନ୍ତି । ଗାଁର ଜାନି ପୂଜାକାମ କରେ । ଗାଁର ଜ୍ୟୋତିଷୀ ଓ ବୈଦ୍ୟ ହେଉଛି। ଦିସାରି । ପରଜାମାନେ ଯେତେପ୍ରକାର ପର୍ବପର୍ବାଣୀ ମାନନ୍ତି ସବୁଠାରୁ ଅଧିକ ହେଉଛି ଚୈତ୍ରପର୍ବ । ଏହି ପର୍ବରେ ଗାଁର ସବୁ ପୁରୁଷ ଗାଁ ଛାଡି, ଧଣୁସର, ଟାଙ୍ଗିଆ ଓ ନିଆଁହୁଳା ଧରି ବଣକି ଶିକାର ଅମ୍ବେଷଣରେ ଯାଆନ୍ତି । କୌଣସି ଶିକାର ନ ପାଇବା ପର୍ଯ୍ୟନ୍ତ ସେମାନେ ଗାଁକୁ ଫେରନ୍ତି ନାହିଁ । ଯଦି କୌଣସି ଲୋକ ବଣକୁ ଶିକାର କରିବାକୁ ନଯାଇ ଘରେ ବସିରହେ ତେ ଗାଁର ସ୍ତ୍ରୀ ଲୋକମାନେ ତା’ ଉପରକୁ ଅଇଁଠାପାଣୀ ଓ ପଶ୍ଚସଢା ଦ୍ରବ୍ୟ ପକାନ୍ତି । ସେ ଅପମାନ ପାଇବା ଭୟରେ ବଣକୁ ପଳାଏ । ପୁରୁଷ ଲୋକମାନେ ଶିକାର ପାଇଲେ ତା ବେକରେ ଫୁଲମାଣ ପିନ୍ଧାଇ ତାକୁ ବହନ କରି ଗାଁକୁ ଆଣନ୍ତି । ଗାଁର ସ୍ତ୍ରୀ ଲୋକମାନେ ଗାଁ ମୁଣ୍ଡରୁ ନାଚ କରି ସେମାନଙ୍କୁ ପାଛୋଟି ଆଣନ୍ତି । ଗାଁରେ ଶିକାର ଜନ୍ତୁ ପୂଜାହୁଏ ଓ ତାପରେ ତାକୁ କାଟି ସମସ୍ତେ ବାଣ୍ଟି ନିଅନ୍
 କୋରାପୁଟ ଜିଲ୍ଲାର କନ୍ଧ, ପରଜା, ଭତେରା, ଡମ୍ବ ପ୍ରଭୃତି ଜାତିର ଆଦିବାସୀମାନେ ଚୈତ୍ରପର୍ବ ପାଳନ କରନ୍ତି ।

ଆଦିବାସୀ ସମାଜରେ ଏହିପରି ଭାବରେ ହୁ ପର୍ବପର୍ବାଣି ପାଳନ କରାଯାଏ । ବହୁ ପୂଜାରେ ସେମାନେ ବଳି ଦେଇଥାଆନ୍ତି । ଆଦିବାସୀମାନଙ୍କର ଭିନ୍ନ ଭିନ୍ନ ସମ୍ପ୍ରଦାୟରେ ବିବାହର ପଦ୍ଧତି ମଧ୍ୟ ଭିନ୍ନ । ପଣ୍ଡା ପରଜାମାନଙ୍କର ବିବାହ ପଦ୍ଧତି ଅତ୍ୟନ୍ତ କୌତୁହଳଜନକ । ଏହି ବିବାହରେ, ବର ଧାଙ୍ଗଡା ନାଚ କରିବା ସୁଯୋଗ ଦେଖୁ କନ୍ୟାକୁ ହଳେ ଖଡୁ ଦେଇଥାଏ । କନ୍ୟା ଖଡୁ ଗ୍ରହଣ କଲେ ବିବାହ ପାଇଁ ତାର ସମ୍ପତି ଅଛି ବୋଲି ଜଣାପଡେ । ତା’ପରେ ବର ଓ କନ୍ୟା ଉଭୟ ପକ୍ଷର ଲୋକେ ବଣକୁ ଭଲିଯାଆନ୍ତି । ସେଠାରେ ନିଆଁ ଜଳାହୁଏ ଓ କନ୍ୟା ବରଦେହରେ ଖଣ୍ଡେ ଜଳନ୍ତା ନିଆଁ ଝୁଣ୍ଟ। ମାତିଦିଏ । ବର ନିଆଁଖୁଣ୍ଡ ଗୁଞ୍ଜକୁ ଯେବେ ସହିଯାଏ ତେବେ ବିବାହ ହୁଏ । ବିବାହର ରୀତି ହେଉଛି ବରମୁଣ୍ଡରେ ଜଡାତେଲ ବୋଳାଯାଏ ଓ ପୁଣି କନ୍ୟା ମୁଣ୍ଡରୁ କିଛି ଅଂଶ ନେଇ ବର ମୁଣ୍ଡରେ ବୋଳାଯାଏ । ସେହିପରି ହଳଦି ମଧ୍ୟ ଲଗାଯାଏ । ବର ଓ କନ୍ୟା ଉଭୟଙ୍କର ଗୋଡ ଯୋଡାହୋଇ ରଖାଯାଏ ଓ କୁକୁଡା ବା ପାରା ବଳି ଦିଆଯାଏ ।

ଆଦିବାସୀ ସମାଜରେ ଚଳଣି ଅତ୍ୟନ୍ତ କୌତୁହଳାବ୍ଦୀପକ । ଆଦିବାସୀମାନେ ଅତ୍ୟନ୍ତ ସରଳବିଶ୍ଵାସୀ । ସେମାନେ ଅତ୍ୟନ୍ତ ପରିଶ୍ରମୀ । ସେମାନେ ଜୀବନରେ ବିଳାସିତ ସହିତ ଅପରିଚିତ । ସେମାନଙ୍କର ସରଳତାର ସୁଯୋଗନେଇ ସାହୁମହାଜନମାନେ ସେମାନଙ୍କର କୃଷିଜାତ ଦ୍ରବ୍ୟକୁ ସମାନ୍ୟ ମାତ୍ର ମୁଲ୍ୟରେ ଅପହରଣ କରନ୍ତି ଓ ସେମାନଙ୍କୁ ଗୋତିଖଟାନ୍ତି । ଆଧୁନିକ କାଳରେ ସେମାନଙ୍କର ସ୍ଵାର୍ଥରକ୍ଷା କରିବା ନିମନ୍ତେ ଜାତୀୟ ସରକାର ସେମାନଙ୍କୁ କେତେକ ସୁବିଧା ଦେବାପାଇଁ ଆଇନ ପ୍ରଣୟନ କରିଛନ୍ତି । ମାତ୍ର ବହୁ କ୍ଷେତ୍ରରେ ସେମାନଙ୍କର ଦୁଃଖ ଦୂର ହୋଇନାହିଁ ବା ହେବାର ସମ୍ଭାବନା ନାହିଁ ।

ଆଦିବାସୀମାନଙ୍କର ଭାଷା କଥିତ ଭାଷା । ଏହି ଭାଷାଗୁଡିକର ଲିପିନାହିଁ । ଆଧୁନିକ କାଳରେ ବହୁ ପଣ୍ଡିତ ଆଦିବାସୀ ଭାଷା ଉପରେ ଗବେଷଣା କରି ଭାଷାରେ ସ୍ବରୂପ ଉଦ୍‌ଘାଟନ କରିବାର ଦେଖାଯାଉଅଛି । ଆଦିବାସୀମାନଙ୍କୁ ଆଧୁନୀକ ଜୀବନ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଏବେ ମଧ୍ୟ ବହୁ ପ୍ରକାର ଉଦ୍ୟମ ଆରମ୍ଭ ହୋଇଛି ।

ଓଡ଼ିଆ ସାହିତ୍ୟରେ ଆଦିବାସୀ ଜୀବନର ଚିତ୍ର ସର୍ବପ୍ରଥମେ ଗୋପାଳ ବଲ୍ଲଭ ଦାସଙ୍କର ଭୀମାଭୂୟା ଉପନ୍ୟାସରେ ଉନ୍ମୋଚିତ ହୋଇଥିବାର ଦେଖାଯାଏ । ପରବର୍ତ୍ତୀକାଳରେ ଓଡ଼ିଶାର ବିଖ୍ୟାତ ଔପନ୍ୟାସିକ ଗୋପୀନାଥ ମହାନ୍ତି ତାଙ୍କର ପରଜା ଓ ଅମୃତର ସନ୍ତାନ ଉପନ୍ୟାସରେ ଏହି ଚିତ୍ରକୁ ଅଧ୍ବକ ପ୍ରାଞ୍ଜଳ ଭାବରେ ପରିବେଷଣ କରିଛନ୍ତି ।

ସ୍ଵର୍ଗତ ଭଗବତୀ ଚରଣ ପାଣିଗ୍ରାହୀଙ୍କର କ୍ଷୁଦ୍ରଗଳ୍ପ ଶିକାର ମଧ୍ୟ ଏହି ଦଷ୍ଟିରୁ ଅତ୍ୟନ୍ତ ଉଲ୍ଲେଖଯୋଗ୍ୟ । ବର୍ତ୍ତମାନ ଓଡ଼ିଆ ସାହିତ୍ୟର ବହୁ ଲେଖକ ସେମାନଙ୍କର ରଚନାରେ ଆଦିବାସୀ ଜୀବନର ଚିତ୍ର ପରିବେଷଣ କରିବାରେ ତତ୍ପର ।

 ଓଡିଶାର ସଂସ୍କୃତିକୁ ଆଦିବାସୀ ସଭ୍ୟତାର ଦାନ କମ୍ ନୁହେଁ । ଓଡିଶାର ଜାତୀୟ ଜୀବନର ପ୍ରାଣକେନ୍ଦ୍ର ହିନ୍ଦୁ ଜଗତର ପରମାଗଧ ଦେବତା ଶ୍ରୀ ଜଗନ୍ନାଥ ଶବର ଦେବତା ଭାବରେ ବିଦିତ୍ତ । ତେଣୁ ଶବର ସଭ୍ୟତାର ଉଭୁଙ୍ଗତା ସହଜରେ ଅନୁମେୟ । ଓଡିଶାର ଆଦିବାସୀ ସମାଜର ବିଚିତ୍ର ରୂପେ ଏବେ ମଧ୍ୟ ସମ୍ପୁର୍ଣ୍ଣ ଭାବରେ ଉନ୍ମୋଚିତ ହୋଇପାରିନାହିଁ । ସଭ୍ୟତାର ପ୍ରସାରରେ ଆଦିବାସୀ ମାନଙ୍କ ଜୀବନକାଳ ଧାରାକୁ ଉନ୍ନତ କରି ସେମାନଙ୍କୁ ଆମ ସମାଜ ସହିତ ମିଶାଇ ନେବା ପାଇଁ ବର୍ଭମାନ ଉପଯୁକ୍ତ ସମୟ ଆସିଯାଇଛି । ଏଥିପାଇଁ ଦେଶବାସୀଙ୍କର ଆନ୍ତରିକତା ଏକାନ୍ତ ପ୍ରୟୋଜନ ।

Related Posts

About The Author

Add Comment