ଯାଜପୁରସଦର, : ୨୬/୫/୨୬ (ସନ୍ଧାନ ନ୍ୟୁଜ ) ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସଦ୍ୟ ପ୍ରକାଶିତ +୨ କଳା ପରୀକ୍ଷାରେ କଟକ ସ୍ଥିତ ରେଭେନ୍ସା ମହାବିଦ୍ୟାଳୟରେ ପଢ଼ୁଥିବା ଦଶରଥପୁର ବ୍ଲକ ଖାନନଗର ଅଞ୍ଚଳର ପ୍ରମୋଦ ନାୟକ ଓ ରଶ୍ମିତା ନାୟକଙ୍କ ସୁପୁତ୍ରୀ ଅଙ୍କିତା ନାୟକ ସର୍ବମୋଟ ୬୦୦ ନମରରୁ ୫୮୫ନମ୍ବର ରଖି ରାଜ୍ୟ ସ୍ତରରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ସମଗ୍ର ଦଶରଥପୁର ବ୍ଲକ ପାଇଁ ଗୌରବ ଆଣିଛନ୍ତି।ପ୍ରାଥମିକ ସ୍ତରରୁ ଜଣେ ମେଧାବୀ ଛାତ୍ରୀ ଭାବେ ଅଙ୍କିତା ଗାଁ ସ୍କୁଲରେ ହାଇସ୍କୁଲ ଶିକ୍ଷା ପରେ ରେଭେନ୍ସା ମହାବିଦ୍ୟାଳୟରେ +୨ କଳା ବିଭାଗରେ ନାମ ଲେଖାଇଥିଲେ।ପାଠ ପଢା ପ୍ରତି ଥିବା ତାଙ୍କର ଅଦମ୍ୟ ନିଷ୍ଠା, ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା, ବାପାମାଆଙ୍କ ସମେତ ଈଶ୍ୱରଙ୍କ ଆଶୀର୍ବାଦ ଯୋଗୁ ତାଙ୍କୁ ଏହି ସଫଳତା ମିଳିଛି ବୋଲି ଅଙ୍କିତା ପ୍ରକାଶ କରିଛନ୍ତି। ତାଙ୍କ ସଫଳତା ପାଇଁ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସମେତ ବରିଷ୍ଠ ସମାଜସେବୀ ତଥା କମାରଡ଼ିହି ପାକ୍ସ ସଭାପତି ଭାଗିରଥି ସାହୁ, ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟପ୍ରକାଶ ନାୟକ, ଖାନନଗର ସରପଞ୍ଚ ଶୁଭଶ୍ରୀ ମଲ୍ଲିକ, ଯୁବନେତା ବିରଜା ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ନିନାରାଣୀ ସାମଲ, ଯୁବ ନେତା ପ୍ରିୟବ୍ରତ ବିଶ୍ୱାଳ, କୟାଁ ପଞ୍ଚାୟତ ବିଜେଡି ସଭାପତି ଚୌବନ ବାରିକ,ସମାଜସେବୀ ମଳୟ କୁମାର ପଣ୍ଡା,ଶିକ୍ଷାବିତ ବିପିନ ରାୟ ପ୍ରମୁଖ ଅଙ୍କିତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହିତ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଭବିଷ୍ୟତରେ ପ୍ରଶାସନିକ ସେବାରେ ଯୋଗ ଦେଇ ଦେଶ ସେବା କରିବାକୁ ଇଛା ରଖିଥିବା ଅଙ୍କିତା ପ୍ରକାଶ କରିଛନ୍ତି।
ଦଶରଥପୁର ପାଇଁ ଗୌରବ ଆଣିଲେ ଅଙ୍କିତା +୨ କଳାରେ ରାଜ୍ୟ ଟପ୍ପର
|
May 26, 2026 |



