ଏୟାରପୋର୍ସର ଜାଗୁଆର ବିମାନ କ୍ରାସ୍: ପାଇଲଟ ସହୀଦ

Spread the love
  •  ଜାମନଗର ଏୟାରବେସରୁ ଉଡ଼ାଣ ଭରିଥିଲା ଏହି ବିମାନ

  • କିଛି ସମୟ ପରେ ଏକ ଗ୍ରାମରେ କ୍ରାସ୍ ହେଲା

ଗାନ୍ଧିନଗର ୫/୬ (ସନ୍ଧାନ ନିୟୁଜ୍/ପିଟିଆଇ) ଗୁଜରାତର କଚ୍ଛରେ ଭାରତୀୟ ବାୟୁସେନାର ଜାଗୁଆର ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନର ପାୟଲଟ ଏୟାର କମୋଣ୍ଡର ସଂଜୟ ଚୌହାନ ସହୀଦ ହୋଇଛନ୍ତି।

ପ୍ରାପ୍ତ ସୂଚନା ମୁତାବକ, ଏହି ବିମାନ ରୁଟିନ ଟ୍ରେନିଙ୍ଗ ମିଶନ ପାଇଁ ଜାମନଗର ଏୟାରବେସରୁ ଉଡ଼ାଣ ଭରିଥିଲା। କିନ୍ତୁ ଅଳ୍ପ ସମୟ ପରେ ନିକଟରେ ଥିବା ବଜେରା ଗ୍ରାମରେ କ୍ରାସ୍ ହୋଇଯାଇଥିଲା। ଏହି ବିମାନ ଗ୍ରାମର ଚାଷ ଜମିରେ ଖସିପଡ଼ିଥିଲା। ଏଥିରେ କୌଣସି ଅନ୍ୟ ବ୍ୟକ୍ତିଙ୍କର ହତାହତ ହେବାର ଖବର ନାହିଁ। ଅବଶ୍ୟ ବାୟୁସେନା ମୁଖ୍ୟାଲୟ ଏହି ଦୁର୍ଘଟଣାର କାରଣ ପାଇଁ କୋର୍ଟ ଅଫ ଇଂକ୍ଵାୟରୀର ଆଦେଶ ଦେଇଛନ୍ତି।

Related Posts

About The Author

Add Comment