ଯାଜପୁର: ୧୬/୦୨: (ସନ୍ଧାନ ନ୍ୟୁଜ): କେନ୍ଦ୍ର ବିଜେପି ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧୀ ପଦକ୍ଷେପ ବିରୁଦ୍ଧରେ ଦେଶବ୍ୟାପି ଶ୍ରମିକ ଧର୍ମଘଟ ଓ ଗ୍ରାମୀଣ ବନ୍ଦ ସମର୍ଥନରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଯାଜପୁର ଟାଉନ ଠାରେ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ଜିଲ୍ଲା ସଂପାଦକ ସୁରେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଜିଲ୍ଲା କମିଟି ସଭ୍ୟ ରାଧାବଲ୍ଲଭ ମଲ୍ଳିକ, ସୁଲୋଚନା ପ୍ରଧାନ, ବୀର କିଶୋର ନାୟକ, ଅଭିମନ୍ୟୁ ମଲ୍ଲିକ, ତରଙ୍ଗିନୀ ଦାସ, ଅକ୍ଷୟ ପଣ୍ଡା ଓ ସଂଗଠକ ଶୈଳେନ୍ଦ୍ର ନାୟକ, ପଲ୍ଲି ମଲ୍ଲିକ, ବିନୋଦ ଜେନା, ମଧୁ ସେଠୀ, କବି ସେଠି, ଲବଙ୍ଗଲତା ଜେନା ପ୍ରଭୃତି ଶୋଭାଯାତ୍ରାକାରୀମାନେ ହାତରେ ଫ୍ଲାଗ୍କାର୍ଡ଼, ଫେଷ୍ଟୁନ୍, ବ୍ୟାନ ଧରି, ଏମ୍.ଏସ୍.ପିକୁ ଆଇନର ଗ୍ୟାରେଣ୍ଟି ଦେବା, ବିଦ୍ୟୁତ ଆଇନ ୨୦୨୩ କୁ ବାତିଲ କରିବା, ଆଶା, ଅଙ୍ଗନୱାଡ଼ି, ପାଚିକା-ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବା, ସର୍ବନିମ୍ନ ମାସିକ ୨୮ ହଜାର ଟଙ୍କା ମଜୁରୀ ଦେବା, ପୁରୁଣା ପେନ୍ସନ୍ ସ୍କିମ୍ ଲାଗୁ କରିବା, ସମସ୍ତ ବେକାରୀଙ୍କୁ ନିଯୁକ୍ତି ଦେବା ଓ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦାମ ବୃଦ୍ଧି ବନ୍ଦ କରିବା ପ୍ରଭୃତି ଶ୍ଲୋଗାନ ଦେଇ ଏକ ପ୍ରତିବାଦ ଶୋଭାଯାତ୍ରା ମେଡ଼ିକାଲ ଛକରୁ ବାହାରି ଗାନ୍ଧିଛକ, ଥାନା ଛକ, ବସ୍ଷ୍ଟାଣ୍ଡ ଦେଇ ସହର ପରିକ୍ରମା କରିଥିଲା । ଯଦି ସରକାର ଉପରୋକ୍ତ ଦାବୀ ଗୁଡ଼ିକ ପୁରଣ ନକରନ୍ତି ତେବେ ଲଗାତାର ଦୁର୍ବାର ଗଣ ଆନ୍ଦୋଳନ ହେବ ବୋଲି ଆନ୍ଦୋଳନକାମରୀମାନେ ଚେତାବନି ଦେଇଥିଲେ ।
ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା
|
February 18, 2024 |



