ଭୁବନେଶ୍ୱର ,୨୯ ।୯ (ସନ୍ଧାନ ନିଉଜ) : ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି , କଂଗ୍ରେସ ଓ ବିଜେପିର ପାର୍ଥୀ ଚୟନ ପ୍ରକ୍ରିୟା ଶେଷ ହୋଇଛି । ପାର୍ଥୀ ଚୟନ ପ୍ରକ୍ରିୟାରେ କଂଗ୍ରେସ ଆଗୁଆ ଥିଲାବେଳେ ବିଜେପି ଶେଷରେ ରହିଥିଲା । ପ୍ରଥମେ କଂଗ୍ରେସ ପାର୍ଥୀ ଭାବେ ଦିଲ୍ଲୀପ ପଣ୍ଡାଙ୍କ ନାମ ଘୋଷଣା କରିଥିଲା । ପରେ ଶନିବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ଦଳୀୟ ପ୍ରାର୍ଥୀ କରିଥିଲେ । ରବିବାର ବିଜେପି ପୁନର୍ବାର ସନତ ଗଡତିଆଙ୍କ ଉପରେ ଆସ୍ଥା ସ୍ଥାପନ କରି ତାଙ୍କୁ ପାର୍ଥୀ ଘୋଷଣା କରିଛି । ଅର୍ଥାତ୍ ବିଜେପୁର ମୈଦାନ ପାଇଁ ପ୍ରାଥୀ ଘୋଷଣା କରିଛନ୍ତି । ଅର୍ଥାତ ବିଜେପୁର ମୈଦାନ ପାଇଁ ପ୍ରାର୍ଥୀ ତୟାର ହୋଇଯାଇଛନ୍ତି । ଆସନ୍ତା କାଲି ସୋମବାର ଏହି ଉପନିର୍ବାଚନ ପାଇଁ ପ୍ରାର୍ଥି ପତ୍ର ଦାଖଲ ଶେଷ ଦିବସ । ସୁତରାଂ ଶେଷ ଦିବସରେ କଂଗ୍ରେସରୁ ଦିଲ୍ଲୀପ , ବିଜେଡିରୁ ରୀତା ଏବଂ ବିଜେପିରୁ ସନତ୍ ପ୍ରାର୍ଥୀପତ୍ର ଦାଖଲ କରିବେ । ପ୍ରାର୍ଥୀମାନଙ୍କ ନାମ ଘୋଷଣା ପରେ ବିଜେପୁରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଏଥର ଲଢେଇ ସରଗରମ୍ ହେବ ବୋଲି ତିନି ରାଜନୈତିକ ଦଳର ନେତାମାନେ ଦାବି କରୁଛନ୍ତି । ଅନ୍ୟ ପକ୍ଷରେ ବିଜେପୁର ନିର୍ବାଚନ ମଣ୍ଡଳବାସୀଙ୍କ ଦେଢ ବର୍ଷ ମଧ୍ୟରେ ତୃତୀୟ ଥର ସକାଶେ ଭୋଟ ଦେବାକୁ ଯାଉଥିôବାରୁ କେତେ ଉସôୁକତା ପ୍ରକାଶ କରିବେ, ଇଭିଏମ୍ରେ କେତେ ପ୍ରତିସତ ଭୋଟ ପଡି,ସେ ନେଇ ରାଜନୈତିକ ମହଲ ଆଗ୍ରହର ସହ ଅପେକ୍ଷା କରିଛି । ସୂଚନା ଅନୁଯାୟୀ ୨୦୦୦ ମସିହାରୁ ବିଜୁ ଜନତା ଦଳ (ବିଜେଡି)କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ଅଦ୍ୟାବଧି ପ୍ରାୟ ୧୭ଟି ଉପନିର୍ବାଚନ ହୋଇଛି । ତନ୍ମଧ୍ୟରୁ ସର୍ବାଧିକ ୧୧ ଥର ଉପନିର୍ବାଚନ ଫଳ ଶାସକ ବିଜେଡି ପକ୍ଷରେ ଯାଇଛି । ୨୦୧୮ ଫେବୃଆରୀରେ ବିଜେପୁରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅକାଳ ବିୟୋଗ ଯୋଗୁଁ ବିଜେପୁର ଆସନରେ ଉପନିର୍ବାଚନର ଆବଶ୍ୟକତା ପଡିଥିଲା । ସେତେବେଳେ ସୁବଳଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ସାମିଲ ହୋଇ ପ୍ରାର୍ଥୀ ହୋଇଥିଲେ । ସେ ତଙ୍କେର ନିକଟତମ ପୟମୂଲ୍ୟ ଉପରେ ଲଗାମ ପାଉର୍ କେନ୍ଦ୍ରର ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଭ୍କୁ ୪୦ ହଜାରରୁ ଉଦ୍ଧ୍ôର୍ ଭୋଟ୍ରେ ହରାଇ ନିର୍ବାଚିତ ହୋଇଥିଲେ । ସେତେବେଳେ ବିଜେଡିରୁ ଟିକଟ ଆଶାୟୀ ଥିବା ସନତ୍ ଗଡତିଆ ଉପନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ବିଜେପିରେ ଯେଗେ ଦେଇଥିଲେ । ଦଳ ତାଙ୍କୁ ୨୦୧୯ ସାଧାରଣ ନିର୍ବାଚନବେଳେ ବିଜେପୁରରୁ ପ୍ରାର୍ଥୀ କରିଥିଲା । ମାତ୍ର ସେ ସେହି ନିର୍ବାଚନ ମଣ୍ଠଳୀରେ ବିଜେଡି ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତୀ ନବିନ ପଟ୍ଟନାୟକଙ୍କ ଠାରୁ ହାରିଯାଇଥିଲେ ।
ତାଜା ଖବର
- ଅକ୍ଟୋବର ମାସ ପାଇଁ ନିର୍ମାଣ ଓ ଅଣସଙ୍ଗଠିତ ଶ୍ରମିକଙ୍କ ଖାତାକୁ ଗଲା 2 କୋଟି 62 ଲକ୍ଷ 2 ହଜାର 800 ଟଙ୍କା
- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ପକ୍ଷରୁ ଏକତା ଦିବସ ପାଳନ
- ମନ୍ଦିର ରେ ଡାକ ବାଜି ଯନ୍ତ୍ର ବାଜିବା ଦ୍ବାରା ଜନ ଅସନ୍ତୋଷ ବୃଦ୍ଧି
- ଯାଜପୁର ଜିଲ୍ଲାସ୍ତରୀୟ ପୋଷ୍ଟ ଡିଜାଷ୍ଟର ଫିଲ୍ଡ ଆସେସମେଣ୍ଟ (PDNA) ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
- କେନ୍ଦ୍ରାଞ୍ଚଳ ଆଇଜି କାର୍ଯ୍ୟାଳୟରେ ଜାତୀୟ ଏକତା ଦିବସ ପାଳିତ; ଶପଥ ନେଲେ ଡ. ସତ୍ୟଜିତ ନାୟକ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ତଳସରା ଥାନା ପକ୍ଷରୁ ତଳସରା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଯାଜପୁରରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ
- ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ସୁରକ୍ଷିତ ଶୈଶବ ଅଭିଯାନ’ ଶିଶୁଙ୍କ ସୁରକ୍ଷା ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା



