ଭୁବନେଶ୍ୱର ,୨୯ ।୯ (ସନ୍ଧାନ ନିଉଜ) : ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି , କଂଗ୍ରେସ ଓ ବିଜେପିର ପାର୍ଥୀ ଚୟନ ପ୍ରକ୍ରିୟା ଶେଷ ହୋଇଛି । ପାର୍ଥୀ ଚୟନ ପ୍ରକ୍ରିୟାରେ କଂଗ୍ରେସ ଆଗୁଆ ଥିଲାବେଳେ ବିଜେପି ଶେଷରେ ରହିଥିଲା । ପ୍ରଥମେ କଂଗ୍ରେସ ପାର୍ଥୀ ଭାବେ ଦିଲ୍ଲୀପ ପଣ୍ଡାଙ୍କ ନାମ ଘୋଷଣା କରିଥିଲା । ପରେ ଶନିବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ଦଳୀୟ ପ୍ରାର୍ଥୀ କରିଥିଲେ । ରବିବାର ବିଜେପି ପୁନର୍ବାର ସନତ ଗଡତିଆଙ୍କ ଉପରେ ଆସ୍ଥା ସ୍ଥାପନ କରି ତାଙ୍କୁ ପାର୍ଥୀ ଘୋଷଣା କରିଛି । ଅର୍ଥାତ୍ ବିଜେପୁର ମୈଦାନ ପାଇଁ ପ୍ରାଥୀ ଘୋଷଣା କରିଛନ୍ତି । ଅର୍ଥାତ ବିଜେପୁର ମୈଦାନ ପାଇଁ ପ୍ରାର୍ଥୀ ତୟାର ହୋଇଯାଇଛନ୍ତି । ଆସନ୍ତା କାଲି ସୋମବାର ଏହି ଉପନିର୍ବାଚନ ପାଇଁ ପ୍ରାର୍ଥି ପତ୍ର ଦାଖଲ ଶେଷ ଦିବସ । ସୁତରାଂ ଶେଷ ଦିବସରେ କଂଗ୍ରେସରୁ ଦିଲ୍ଲୀପ , ବିଜେଡିରୁ ରୀତା ଏବଂ ବିଜେପିରୁ ସନତ୍ ପ୍ରାର୍ଥୀପତ୍ର ଦାଖଲ କରିବେ । ପ୍ରାର୍ଥୀମାନଙ୍କ ନାମ ଘୋଷଣା ପରେ ବିଜେପୁରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଏଥର ଲଢେଇ ସରଗରମ୍ ହେବ ବୋଲି ତିନି ରାଜନୈତିକ ଦଳର ନେତାମାନେ ଦାବି କରୁଛନ୍ତି । ଅନ୍ୟ ପକ୍ଷରେ ବିଜେପୁର ନିର୍ବାଚନ ମଣ୍ଡଳବାସୀଙ୍କ ଦେଢ ବର୍ଷ ମଧ୍ୟରେ ତୃତୀୟ ଥର ସକାଶେ ଭୋଟ ଦେବାକୁ ଯାଉଥିôବାରୁ କେତେ ଉସôୁକତା ପ୍ରକାଶ କରିବେ, ଇଭିଏମ୍ରେ କେତେ ପ୍ରତିସତ ଭୋଟ ପଡି,ସେ ନେଇ ରାଜନୈତିକ ମହଲ ଆଗ୍ରହର ସହ ଅପେକ୍ଷା କରିଛି । ସୂଚନା ଅନୁଯାୟୀ ୨୦୦୦ ମସିହାରୁ ବିଜୁ ଜନତା ଦଳ (ବିଜେଡି)କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ଅଦ୍ୟାବଧି ପ୍ରାୟ ୧୭ଟି ଉପନିର୍ବାଚନ ହୋଇଛି । ତନ୍ମଧ୍ୟରୁ ସର୍ବାଧିକ ୧୧ ଥର ଉପନିର୍ବାଚନ ଫଳ ଶାସକ ବିଜେଡି ପକ୍ଷରେ ଯାଇଛି । ୨୦୧୮ ଫେବୃଆରୀରେ ବିଜେପୁରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅକାଳ ବିୟୋଗ ଯୋଗୁଁ ବିଜେପୁର ଆସନରେ ଉପନିର୍ବାଚନର ଆବଶ୍ୟକତା ପଡିଥିଲା । ସେତେବେଳେ ସୁବଳଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ସାମିଲ ହୋଇ ପ୍ରାର୍ଥୀ ହୋଇଥିଲେ । ସେ ତଙ୍କେର ନିକଟତମ ପୟମୂଲ୍ୟ ଉପରେ ଲଗାମ ପାଉର୍ କେନ୍ଦ୍ରର ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଭ୍କୁ ୪୦ ହଜାରରୁ ଉଦ୍ଧ୍ôର୍ ଭୋଟ୍ରେ ହରାଇ ନିର୍ବାଚିତ ହୋଇଥିଲେ । ସେତେବେଳେ ବିଜେଡିରୁ ଟିକଟ ଆଶାୟୀ ଥିବା ସନତ୍ ଗଡତିଆ ଉପନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ବିଜେପିରେ ଯେଗେ ଦେଇଥିଲେ । ଦଳ ତାଙ୍କୁ ୨୦୧୯ ସାଧାରଣ ନିର୍ବାଚନବେଳେ ବିଜେପୁରରୁ ପ୍ରାର୍ଥୀ କରିଥିଲା । ମାତ୍ର ସେ ସେହି ନିର୍ବାଚନ ମଣ୍ଠଳୀରେ ବିଜେଡି ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତୀ ନବିନ ପଟ୍ଟନାୟକଙ୍କ ଠାରୁ ହାରିଯାଇଥିଲେ ।
ତାଜା ଖବର
- ମହାବୀର ପାହାଡ଼ରେ ହାତୀ ପଳର ଆଗମନ, ଅଞ୍ଚଳ ବାସୀଙ୍କୁ ସଚେତନ କଲେ ବନ ବିଭାଗ
- ବିଲ କୁ ଯାଇଥିବା ବେଳେ ବଜ୍ରାଘାତରେ ଯୁବ ଚାଷୀ ର ମୃତ
- ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଅନୁଷ୍ଠିତ; ଶିକ୍ଷା, ନବସୃଜନ ଓ ସ୍ଥାୟୀ ବିକାଶ ଉପରେ ଗୁରୁତ୍ୱ
- କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଡିଭାଇନ ୱାଡ ଗାଇବିରା କଲେଜ ହଷ୍ଟେଲ ଛାତ୍ରୀ ନୀବାସରେ ଛାତ୍ରୀ ଙ୍କ ଆତ୍ମହତ୍ୟା
- ତଲସରା ଥାନା ସାମ୍ନା ରେ ଆଗ ପଟୁ ଥାନା କର୍ମଚାରି ଙ୍କୁ ଏକ ମାରୁତି ଭ୍ୟାନ ମାରିଲା ଧକ୍କା l ଥାନା କର୍ମଚାରି ଗୁରୁତର l
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ !
- ବି.ଡି.ଓଙ୍କୁ ଭେଟିଲେ ପ୍ରତିନିଧି ଦଳ ସହାୟତା ପାଇଁ ଦାବି



