ଏଣ୍ଡଳବା ପଞ୍ଚାୟତରେ ଘରେ ଘରେ ପହଞ୍ଚିଲା ପେନସନ୍ ଅର୍ଥରାଶି

Spread the love
ଜେନାପୁର, ୨୭/୦୩ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ରାଜ୍ଯ ସରକାରଙ୍କ ଘୋଷଣା ମୁତାବକ ଏବେ ପ୍ରଶାସନ ପକ୍ଷରୁ ଘରେ ଘରେ ନେଇ ହିତାଧିକାରୀଙ୍କୁ ତାଙ୍କ ପେନସନ ଟଙ୍କା ଦିଆଯାଉଛି l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ଅଞ୍ଚଳରେ   ସରକାରୀ ଅଧିକାରୀ ମାନେ ଗାଁ ଗାଁ ବୁଲି ହିତାଧିକାରୀ ମାନଙ୍କୁ ଘରୁ ଡାକି ତାଙ୍କୁ ତାଙ୍କର ପେନସନ୍ ଟଙ୍କା ପ୍ରଦାନ କରାଯାଇଛି l ଏଥିରେ ହିତାଧିକାରୀ ମାନେ ଏହି ଯୋଜନାରେ ନିଜର ଖୁସି ବ୍ୟକ୍ତ କରିଥିବା ଜଣା ପଡିଛି l ସେହିପରି ଏଣ୍ଡଳବା ପଞ୍ଚାୟତର ବିଛାଖଣ୍ଡି ,କଲାଣ୍ଡ, ପାଟପୁର, ମାଳ,ଏଣ୍ଡଳବା, ପୋତୁଅ, ବାଘୁଆବଣା,ମହନ୍ତ ଷୋହଳ, ରାଧାକାନ୍ତ ପୁର, ଚନ୍ଦନ ନଗର ଏହି ପରି ପ୍ରତ୍ୟକ ଗ୍ରାମରେ ହିତାଧିକାରୀ ମାନଙ୍କୁ ତାଙ୍କ ଘରେ ପହଁଚି ଏଣ୍ଡଳବା ପଞ୍ଚାୟତର ପି ଇ ଅ ସଞ୍ଜୟ କୁମାର ପିଙ୍ଗୁଆ  ପେନସନ ରାଶି ପ୍ରଦାନ କରିଛନ୍ତି l
Attachments area

Related Posts

About The Author

Add Comment