ଏଟିଏମରୁ ପାଇଥିବା ୧୦ ହଜାର ଟଙ୍କା ଫେରାଇ ଉଦାହରଣ ପାଲଟିଲେ ତାପସ

Spread the love

ବଡଚଣା,୨୫/୦୬ (ସନ୍ଧାନ ନିଉଜ) ଏବେବି ବଞ୍ଚିରହିଛି ମାନବିକତା, ଏଟିଏମରୁ ପାଇଥିବା ୧୦ ହଜାର ଟଙ୍କା ବ୍ୟାଙ୍କରେ ଫେରାଇ ନିଜ ପାଇଁ ଉଦାହରଣ ପାଲଟିଲେ ଯୁବକ ତାପସ କୁମାର ସାହୁ । ଏବିଷୟରେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି । ଛତିଆ ବଜାରରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମକୁ ସ୍ଥାନୀୟ ରଘୁଦାସପୁର ଗ୍ରାମର ତାପସ ସାହୁ ନିଜର ଟଙ୍କା ଉଠାଇବା ପାଇଁ ଯାଇଥିଲେ, ହେଲେ ସେ ଏଟିଏମ ଭିତତରେ ପ୍ରବେଶ କରି ନିଜର ଏଟିଏମ କାର୍ଡକୁ ଭର୍ତ୍ତି କରିଥିଲେ ଏବଂ ଦେଖିବାକୁ ପାଇଲେ କି ଏଟିଏମରୁ ୧୦ ହଜାର ଟଙ୍କା ବାହାରିଛି ଏବଂ ସେଠାରେ କେହି ଲୋକ ମଧ୍ୟ ନଥିଲେ । ତେବେ ତାପସ ଉକ୍ତ ୧୦ ହଜାର ଟଙ୍କାକୁ ନିଜ ପାଖରେ ରଖିଥିଲେ ଏବଂ ଆବଶ୍ୟକ ଅନୁସାରେ ନିଜ ଟଙ୍କା ଉଠାଇଥିଲେ । ତେବେ ଶିକ୍ଷିତତ ଯୁବକ ତାପସ ଏହି ଟଙ୍କାକୁ କାହାରିକୁ କିଛି ନକହି ବୈରୀସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାକୁ ଯାଇଥିଲେ ଏବଂ ସେଠାରେ ଥିବା ଶାଖା ପରିଚାଳକଙ୍କୁ ଏବିଷୟରେ କହିଥିଲେ ଏବଂ ପାଇଥିବା ୧୦ ହଜାର ଟଙ୍କା ସେ ଶାଖା ପରିଚାଳକଙ୍କୁ ଫେରାଇ ଦେଇଥିଲେ । ଏଥିପାଇଁ ତାପସକୁ ।ାଖାପରିଚାଳକ ଧନ୍ୟବାଦ ଜଣାଇଛନ୍ତି । ଏହା ପୂର୍ବରୁ ତାପସ ବୈରୀ ପୁଲିସକୁ ଅଅବଗତ କରିଥିଲେ ଏବଂ ଏହି ଟଙ୍କାକୁ ଷ୍ଟେଟବ୍ୟାଙ୍କ ଶାଖାରେ ଫେରାଇଦେବାକୁ ପୁଲିସ ପକ୍ଷରୁ କୁହାଯାଇଥିଲା । ଏପରି କାର୍ଯ୍ୟ ପାଇଁ ତାପସକୁ ତାଙ୍କ ପରିବା, ବନ୍ଧୁମାନେ ବେଶ ପ୍ରସଂଶା କରିବା ସହିତ ଆଜିର ଦିନରେ ଏପରି ଯୁବକ ଅଛନ୍ତି ବୋଲି ଏଠାରେ ଆଲୋଚନା ହେଉଛି ।

Related Posts

About The Author

Add Comment