ଏଜି ସ୍କାନର୍ ରେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ

Spread the love

ବାରିପଦା,୩/୯/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା); ଆକାଉଣ୍ଟଟାଣ୍ଟ୍ ଜେନେରାଲ(ଏଜି)ଙ୍କ ସ୍କାନରରେ ପଡ଼ିଛି ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟର ପୁଳାପୁଳା ଦୁର୍ନୀତି । ବେଆଇନ ନିଯୁକ୍ତି, କାଗଜପତ୍ରରେ ଜାଲିଆତି ଆଦି ଅନେକ ଦୁର୍ନୀତି ସାମ୍ନାକୁ ଆସିଛି । ବିଶ୍ଵବିଦ୍ୟାଳୟର ସଂସ୍କୃତି ବିଭାଗରେ ୨୯ ଜୁଲାଇ ୨୦୧୫ରେ ପ୍ରସନ୍ନ କୁମାର ପାତ୍ରଙ୍କୁ ରିଡର୍ ଭାବେ ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା। ଯଦିଓ ଶ୍ରୀ ପାତ୍ରଙ୍କ ଯୋଗ୍ୟତା ପିଏଡି ନୁହେଁ, ତଥାପି ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ କିନ୍ତୁ ତାଙ୍କୁ ପିଏଡି ଦର୍ଶାଇ ନିଯୁକ୍ତି ପତ୍ର ଦେଇଥିଲେ। ଏପରିକି ବିଶ୍ଵବିଦ୍ୟାଳୟ ୱେବ୍‌ସାଇଟ୍‌ରେ ମଧ୍ୟ ଶ୍ରୀ ପାତ୍ରଙ୍କ ନାମ ପୂର୍ବରୁ ପିଏଡି ଡିଗ୍ରୀ ଧାରକ ଭାବେ ଡକ୍ତର ଉପାଧି ଲଗାଇ ତଥ୍ୟ ଅପଲୋଡ଼ କରାଯାଇଥିଲା । ଏପରିକି ବିଭିନ୍ନ ସମୟରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ମଧ୍ୟ ଶ୍ରୀ ପାତ୍ରଙ୍କ ନାମ ପୂର୍ବରୁ ଡକ୍ତର ଲଗାଇ ସେ ପିଏଡି କରିଥିବା ପ୍ରମାଣ କରିବାକୁ ଭରପୁର ପ୍ରୟାସ କରିଛନ୍ତି । ଏନେଇ ଯୋଗ୍ୟତା ଥାଇ ମଧ୍ୟ ଉପେକ୍ଷିତ ହୋଇଥିବା ଅନ୍ୟ ଆଶାୟୀ ପ୍ରାର୍ଥୀମାନେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଏହି ସାଂଘାତିକ ତ୍ରୁଟି ସମ୍ପର୍କରେ ଏଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଶ୍ବବିଦ୍ୟାଳୟରେ ଏକ ଅଡିଟ୍ କରାଯାଇଥିଲା। ୨୮ ଜୁଲାଇରୁ ୨୦୧୭ରୁ ୧୯ ଅଗଷ୍ଟ ୨୦୧୭ ମଧ୍ୟରେ ଏହି ଅଡିଟ୍ ହୋଇଥିଲା । ଆଉ ଏହି ଅଡିରେ ଧରାପଡ଼ିଛି ବିଶ୍ବବିଦ୍ୟାଳୟରେ ହୋଇଥିବା ବେଆଇନ ନିଯୁକ୍ତି ଓ ଅର୍ଥ ହେରଫେର୍ ଘଟଣା । ଏନେଇ ଏଜି ଅଫିସ୍ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗ ସଚିବଙ୍କୁ ଚଳିତ ବର୍ଷ ଜୁନ୍ ୧୧ରେ ଏକ ବିଭାଗୀୟ ତଦନ୍ତ ରିପୋର୍ଟ ମଗାଯାଇଥିଲା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବର୍ତ୍ତମାନର କୁଳସଚିବ ପିକେ ଶତପଥୀଙ୍କୁ ଏ ନେଇ ୧୫ ଦିନ ମଧ୍ୟରେ ଏକ ରିପୋର୍ଟ ପ୍ରଦାନ କରିବାକୁ ୮ ଜୁଲାଇ ୨୦୨୦ରେ ଚିଠି ଆସିଥିଲା । ମାତ୍ର ଏଯାଏ ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଭାଗକୁ କୌଣସି ରିପୋର୍ଟ ପ୍ରଦାନ କରାଯାଇନାହିଁ। ବରଂ ଉଚ୍ଚଶିକ୍ଷା ବିଭାଗ ରିପୋର୍ଟ ମିଳିବାରେ ବିଳମ୍ବକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଗତ ୨୧ ତାରିଖରେ ପୁଣିଥରେ କୈଫିୟତ ମଗିଛି। ତେବେ ବିଶ୍ବବିଦ୍ୟାଳୟରେ ହୋଇଥିବା ଏହି ସାଂଘାତିକ ତୁଟିକୁ ଆଜି ମାନିଛନ୍ତି କୁଳସଚିବ ଶ୍ରୀ ଶତପଥୀ। ଏଜି ଅଫିସ୍‌ରୁ ମଗାଯାଇଥିବା ରିପୋର୍ଟ ପ୍ରସ୍ତୁତି ପାଇଁ ବିଶ୍ବବିଦ୍ୟାଳୟରେ ଏକ କମିଟି ଗଠନ କରାଯାଇଛି । ଦିନେ ଦୁଇଦିନ ମଧ୍ୟରେ ଏନେଇ ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବା ତକାଳୀନ ଅଧିକାରୀମାନଙ୍କ ତ୍ରୁଟି କାରଣରୁ ଏପରି ହୋଇଥିବା କୁଳସଚିବ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି। ସିଲେକ୍ସନ ବୋର୍ଡରେ ଥିବା ଅଧିକାରୀଙ୍କ ଭୁଲ୍ କାରଣରୁ ଏପରି ହୋଇଥିବା ସେ ମାନିଛନ୍ତି। ତେବେ ବିଶ୍ବବିଦ୍ୟାଳୟରେ ହୋଇଥିବା ଏହି ଗୋଟିଏ ଅନିୟମିତତାକୁ ନେଇ ଏଜି ରିପୋର୍ଟ ମାଗିନାହାନ୍ତି। ଆହୁରି ଏକାଧିକ ବେଆଇନ କାର୍ଯ୍ୟକୁ ନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି । କୁଳାଧିପତିଙ୍କ କାର୍ଯ୍ୟାଳୟରୁ କୌଣସି ନିର୍ଦ୍ଦିଷ୍ଟ ଆଦେଶ ବିନା ମଧ୍ୟ ବିଶ୍ଵବିଦ୍ୟାଳୟରେ ବିଶ୍ବନାଥ ରଥ ଓ ନାମକ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଓଏସ୍‌ଡି ଭାବେ । ନିଯୁକ୍ତି ଦିଆଯାଇଥିଲା। ଯାହାକି ବିଶ୍ବବିଦ୍ୟାଳୟରେ ନଟିଚିଙ୍ଗ୍ କର୍ମଚାରୀ ନିଯୁକ୍ତି ଅଧିନିୟମ ଏବଂ ସାଧାରଣ ପ୍ରଶାସନ ବିଭାଗର ରହିଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ନିୟମକୁ ଉଲ୍ଲଙ୍ଘନ କରିଥିବା ଏଜି ତାଙ୍କ ଅଡିଟ୍ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୨୦ ଜୁନ୍ ୨୦୧୫ରେ ଏହି ନିଯୁକ୍ତି ହୋଇଥିଲା। ସେହିପରି ସେ ଫାଇନାନ୍ସି କୋର୍ସରେ ଶିକ୍ଷକ ନିଯୁକ୍ତିକୁ ନେଇ ମଧ୍ୟ ଏଜି ଆପତ୍ତି ଉଠାଇଛନ୍ତି। ଏହିପରି ଏକାଧିକ ବେଆଇନ୍ କାର୍ଯ୍ୟକଳାପ ଏବଂ ଆର୍ଥିକ ହେଫେର୍‌କୁ ନେଇ ଅଡୁଆରେ ଛନ୍ଦି ହୋଇଛନ୍ତି ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ କତୃପକ୍ଷ ସମସ୍ତ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ଜରୁରୀ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟ ସଂଘର୍ଷ ବାହିନୀର ପ୍ରତିଷ୍ଠାତା ଆବାହକ ବିଭୁଦତ୍ତ ଦାସ।

Related Posts

About The Author

Add Comment