ନୂଆଦିଲ୍ଲୀ, (ସନ୍ଧାନ ନିଉଜ) : ଦୀର୍ଘ ୧୨ ଦିନ ଧରି ଲାଗି ରହିଛି ଋଷ – ୟୁକ୍ରେନ୍ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ବିଭୀଷିକା ଏଯାଏଁ ଥମିବାର ନା ନେଉନି । ତେବେ ଏଭଳି ସ୍ଥିତିରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ମଧ୍ୟ ଫୋନ୍ ଯୋଗେ ମୋଦି ଆଲୋଚନା କରିଥିଲେ । ତେବେ ପୁଟିନ୍ଙ୍କ ସହିତ ଦୀର୍ଘ ୫୦ ମିନିଟ୍ ଧରି ମୋଦି କଥା ହୋଇଛନ୍ତି । ପାଖାପାଖି ଘଣ୍ଟାଏ ଧରି ଉଭୟ ନେତାଙ୍କ ମଧ୍ୟରେ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଋଷ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନର ରାସ୍ତା କେବେ ବାହାରିକ ସ୍ଥିତି ଆଗକୁ କଣ ହେବ ଏହାକୁ ପୁରା ବିଶ୍ୱ ଆଶଙ୍କାରେ ରହିଥିବା ବେଳେ ଆଜି ଦୁଇ ଦେଶର ରାଷ୍ଟ୍ରପତିଙ୍କ ସହ କଥା ହୋଇ ନୂଆ ଆଶା ସଂଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଋଷ-ୟୁକ୍ରେନ୍ ଯୁଦ୍ଧ ସଙ୍କଟ: ଥମିବ କି ଯୁଦ୍ଧ ବିଭୀଷିକା! ପୁଟିନ୍ଙ୍କ ସହ ଆଲୋଚନା କଲେ ମୋଦି
|
March 7, 2022 |
