ଉପ ନିର୍ବାଚନ: ୩ ଲୋକସଭା ଓ ୨୯ ବିଧାନସଭା ଆସନ ପାଇଁ ଭୋଟ ଗଣତି ଆଜି

Spread the love

ନୂଆଦିଲ୍ଲୀ,୦୨/୧୦ (ସନ୍ଧାନ ନିଉଜ): ଦେଶର ଏକାଧିକ ରାଜ୍ୟରେ ଉପନିର୍ବାଚନ ହୋଇଛି। ୩ଟି ଲୋକସଭା ଓ ୨୯ଟି ବିଧାନସଭା ଆସନ ପାଇଁ ମତଦାତା ସେମାନଙ୍କର ଭୋଟ ଦେଇଛନ୍ତି। ଉପନିର୍ବାଚନ ପାଇଁ ଆଜି ମତଗଣନା ହେଉଛି। ସନ୍ଧ୍ୟା ପୂର୍ବରୁ ଏହାର ଫଳାଫଳ ମଧ୍ୟ ଆସିଯିବାର ଆଶଙ୍କା ରହୁଛି। ତେବେ ଉପନିର୍ବାଚନରେ ଅଧିକାଂଶ ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହେଉଛି। କିଛି ଆସନରେ ଆଂଚଳିକ ଦଳର ପ୍ରଭାବ ମଧ୍ୟ ରହିବ। ଲୋକସଭା ଆସନ କଥା ଯଦି କହିବା, ଆଜି ଦାଦର ନଗର ହାବେଳୀ, ହିମାଚଳ ପ୍ରଦେଶର ମଣ୍ଡି ଓ ମଧ୍ୟ ପ୍ରଦେଶର ଖଣ୍ଡବା ଆସନ ପାଇଁ ମତଦାନ ହୋଇଛି।

ସେହପିର ବିଧାନସଭା ଆସନ ପାଇଁ ଆସାମର ୫ଟି, ପଶ୍ଚିମବଙ୍ଗର ୪ଟି, ମଧ୍ୟପ୍ରଦେଶ, ମେଘାଳୟ ଓ ହିମାଚଳ ପ୍ରଦେଶରେ ୩-୩, ରାଜସ୍ଥାନ, ବିହାର ଓ କର୍ଣ୍ଣାଟକରେ ୨ଟି ଲେଖାଏଁ, ଆନ୍ଧ୍ରପ‌୍ରଦେଶ, ହରିୟାଣା, ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ଗୋଟିଏ ଲେଖାଏଁ ଆସନରେ ମତଦାନ ହେଉଛି।

ଉପନିର୍ବାଚନରେ ଏକାଧିକ ରାଜ୍ୟରେ ମତଦାନ ହେଉଛି। କିନ୍ତୁ ସର୍ବାଧିକ ଚର୍ଚ୍ଚାରେ ରହିବ ମଧ୍ୟପ୍ରଦେଶ। ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି। ଉପନିର୍ବାଚନ ପାଇଁ ମୁଖ୍ୟ ଶିବରାଜ ସିଂହ ଚୌହାନ ଅନେକ ରାଲି କରିଥିଲେ। କଂଗ୍ରେସ ମଧ୍ୟ ଏହାକୁ ମୁକାବିଲା କରିବା ଲାଗି ଜୋରଦାର ପ୍ରଚାର କରିଥିଲା।

Related Posts

About The Author

Add Comment