ଉପ-ନିର୍ବାଚନ ତାରିଖ ଘୋଷଣା ଯୋଗୁଁ ଦୁର୍ନୀତିଗ୍ରସ୍ତ ଅଧିକାରୀ ଆଶ୍ୱସ୍ତ

Spread the love

ଜଗତସିଂହପୁର, ୦୧/୧୦/୨୦ (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ନିର୍ବାଚନ କମିଶନ ତିର୍ତ୍ତୋଲ ଉପନିର୍ବାଚନ ତାରିଖ ଘୋଷଣା ପରେ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଆଶ୍ୱସ୍ତ ହୋଇଛନ୍ତି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ତିର୍ତୋଲ ନିର୍ବାଚନ ମଣ୍ଡଳୀର ଶଙ୍ଖେଶ୍ୱର ଗାଁ ହୋଇଥିବାରୁ ତାଙ୍କର ବଦଳି ହେବା ଅନୁମାନ କରାଯାଉଛି । ନଭେମ୍ବର ୩ରେ ତିର୍ତୋଲ ଉପନିର୍ବାଚନ ହେବା ନେଇ ଘୋଷଣା ପରେ ସେଠାରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଛି । ନିର୍ବାଚନ ଆଚରଣ ବିଧି ଅନୁଯାୟୀ ଯଦି ଜଣେ ସରକାରୀ କର୍ମଚାରୀ ନିର୍ଦ୍ଦିଷ୍ଟ ନିର୍ବାଚନମଣ୍ଡଳୀର ଭୋଟର କିମ୍ବା ବାସିନ୍ଦା ହୋଇଥିଲେ ସେ ସେହି ନିର୍ବାଚନମଣ୍ଡଳୀରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିପାରିବେ ନାହିଁ । ଜିଲ୍ଲାର ପ୍ରଶାସନିକ ଢାଞ୍ଚାରେ ଅନେକ ପରିବର୍ତ୍ତନ ଆଣି ଜିଲ୍ଲାପାଳ ଶ୍ରୀ ମହାପାତ୍ର ଚର୍ଚ୍ଚାକୁ ଆସିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାର ଅନ୍ୟ ଅଫିସଗୁଡିକ ୫ଟି କାର୍ଯ୍ୟକ୍ରମ, ଇ-ଅଫିସ ବ୍ୟବସ୍ଥା ଲାଗୁ ହୋଇଛି । ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଜାତୀୟ ସ୍କଚ ପୁରସ୍କାର ମିଳିଛି । ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଦୁର୍ନୀତିରେ ଜଡ଼ିତ ପ୍ରାୟ ୬୦ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଜିଲ୍ଲାପାଳ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଇ-ଅଫିସ ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ପ୍ରଶାସନରେ ସ୍ୱଚ୍ଛତା ଆସିବା ସହ ଦୁର୍ନୀତି ଓ ଅନିୟମିତତା କମିଥିଲା । ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ବିରୋଧରେ ଜିଲ୍ଲାପାଳ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲେ । ନିର୍ବାଚନ ଆଚରଣ ବିଧି ଲାଗୁ ପରେ ତାଙ୍କର ବଦଳି ହେବ ବୋଲି ଅନୁମାନ କରା ଯାଉଥିବାରୁ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଆଶ୍ୱସ୍ତ ହୋଇଛନ୍ତି ବୋଲି କଂଗ୍ରେସ ନେତା ଦେବେନ୍ଦ୍ର ମଲ୍ଲିକ କହିଛନ୍ତି ।

Related Posts

About The Author

Add Comment