ଭୁବନେଶ୍ୱର, ୩୧/୭(ସନ୍ଧାନ ନିଉଜ) ଚିକିଟିବ୍ଲକ ଉପକୂଳବର୍ତ୍ତୀ ସୁନାପୁରଏଠାରେ ବାହୁଦା ନଦୀ ସମୁଦ୍ରରେ ମିଶିଛି, ବାହୁଦା ନଦୀରେ ବର୍ଷା ଯୋଗୁ ଜଳ ବୃଦ୍ଧି ଏବଂ ବାହୁଦା ମୁହାଁଣ ବନ୍ଦ ହୋଇଯାଇଥିବାରୁ ନଦୀ ଉପକୂଳବର୍ତ୍ତୀ ଗ୍ରାମ ଗୁଡ଼ିକରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସମୁଦ୍ର ଅଶାନ୍ତ ହୋଇପଡ଼ିଥିବାବେଳେ କତୁରୁଠାରେ ବାହୁଦାମୁହାଁଣ ବାଲିରେ ପୋତିହୋଇ ପଡ଼ିଛି। ମୁହାଁଣ ଦେଇ ନଦୀର ଜଳ ଠିକ୍ ଭାବେ ସମୁଦ୍ରକୁ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ତଟବର୍ତ୍ତୀ ଗ୍ରାମର ଚାଷଜମି ଉଦ୍ବୃତ୍ତ ବର୍ଷାଜଳରେ ବୁଡ଼ି ରହିଛି। ମୁହାଁଣ ନିକଟବର୍ତ୍ତୀ ପଟ୍ଟିସୁନାପୁର,ଅନନ୍ତରାୟପୁର, ସୁନାପୁର,ସୋରଳ,କତୁରୁ,ଚନ୍ଦନବାଡ଼2, ରାମାୟାପାଟଣା,କଇଠା,କୃପାନିଧିପେଣ୍ ଠ, ଚର୍ତୁପାର୍ଶ୍ୱରେ ବର୍ଷାଜଳ ଘେରିଯାଇଥିବାରୁ ଏହି ୫ଟି ଗାଁ ଏବେ ପାଣି ଘେରରେ ରହିଛି। ଗାଁ ମଧ୍ୟରେ ଥିବା ରାସ୍ତା ଉପରେ ବର୍ଷାଜଳ ଜମିଛି। ଫଳରେ ଗ୍ରାମବାସୀ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ନଦୀ ତଟବର୍ତ୍ତୀ ଚିକିଟି ବ୍ଲକର ପାଞ୍ଚପଞ୍ଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ପ୍ରତିବର୍ଷ ବର୍ଷା ରୁତୁରେ ବାହୁଦାମୁହାଣ ବାଲିରେ ପୋତିହୋଇ ପଡ଼ୁଥିବାରୁ ଏପରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ତୁରନ୍ତ ବାହୁଦା ମୁହାଁଣ ଖନନ କରାଯାଇ ବର୍ଷାଜଳ ଯେପରି ସମୁଦ୍ରକୁ ଠିକ୍ ଭାବେ ନିଷ୍କାସନ ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସମାଜସେବୀ ଜନାର୍ଦ୍ଦନ ଓଡ଼ିଆ ଦାବୀକରିଛନ୍ତି l
ଉପକୂଳ ଓଡିଶାରେ ଜଳ ନିଷ୍କାସନ ହେଉନି, ଅଳ୍ପ ବର୍ଷାରେ ବନ୍ୟା ସ୍ତିତି ଭୟଙ୍କର
|
July 31, 2019 |