ଉନ୍ନତି ଅପେକ୍ଷା ସମସ୍ୟା ବେଶୀ ନାମକୁ ଏନଏସି

Spread the love
  •  
  •  
  •  
  •  
  •  

ଉଦଳା, ୧୮.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-  କପ୍ତିପଦା ଉପଖଣ୍ଡର ସଦର ମହକୁମା ଉଦଳା ଏକମାତ୍ର ସହରାଂଚଳ ଭାବେ ବିଜ୍ଞାପିତ ଅଂଚଳ ପରିଷଦର ୧୨ଟି ୱାର୍ଡକୁ ନେଇ ଗଠିତ । ଲୋକସଖ୍ୟା ୨୫ ହଜାର ହଜାର ଛୁଇଁଲାଣି। ଉଦଳା ଏନଏସି. ୧୯୭୩ ମସିହାରେ ଗଠନ ହୋଇଥିବା ବେଳେ ସହର ଏବେ ଏକ ପୁରୁଣା କାଳର ବଜାର ଢ଼ାଞ୍ଚ ସହିତ ଅବହେଳିତ ଅବସ୍ଥାରେ ପଡିରହିଛି । କପ୍ତିପଦା ଉପଖଣ୍ଡର ଏକ ମାତ୍ର ସହରାଂଚଳକୁ ଏକ ମଡର୍ଣ୍ଣ ସହର କରିବାର ପ୍ରତିଶୃତି ଦେଇ ସବୁ ରାଜନୈତିକ ଦଳ ଓ ନେତା କ୍ଷମତାକୁ ଆସିଛନ୍ତି । କାଁ ଭୀ ନିର୍ମାଣ କାର୍ଯ୍ୟ ଦେଖାଇ ବିକାଶର ଭ୍ରମ ସୃଷ୍ଟି କରି ସହରବାସୀଙ୍କୁ ଠକି ଆସୁଥିବା ସବୁ ସମୟରେ ଅଭିଯୋଗ ହୋଇଆସିଛି । ୧୯୭୩ ମସିହା ଠାରୁ କଂଗ୍ରେସ ୩ଥର, ବିଜେଡି ୨ଥର (ବିଜେଡି ଥରେ ଜନତା ଦଳ ଥରେ) ଓ ଭାଜପା ୨ଥର ଶାସନ ହାତେଇଛନ୍ତି । ସହରର ମୁଖ୍ୟ ସମାସ୍ୟା ମଧ୍ୟରେ ରାସ୍ତା ଘାଟ, ଜଳ ନିଷ୍କାସନ ବ୍ୟବସ୍ଥା, ପାନୀୟ ଜଳ ) ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ପ୍ରମୁଖ ରହିଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ବ୍ୟବସ୍ଥା ସହରର ପ୍ରମୁଖ ସମାସ୍ୟା ଶିମିଳିପାଳର ପୂର୍ବ ପାଦ ଦେଶରେ ଥିବା ଏହି ଛୋଟ ସହରର ନବକଳେବର କେବେ ହେବ ଏନେଇ ସବୁ ସମୟରେ ସହର ବାସୀ ଦାବି କରିଆସିଛନ୍ତି । ବସଷ୍ଟାଣ୍ଡର ଦୁରାବସ୍ଥା, ଡାକ୍ତରଖାନାରେ ଡାକ୍ତର ସମସ୍ୟା ସାଙ୍ଗକୁ ବିଗତ ଦିନରେ ହୋଲିଙ୍ଗ୍ ଟ୍ୟାକ୍ସ ସମସ୍ୟା ସହରବାସୀଙ୍କୁ ବହୁ ଅସୁବିଧାରେ ପକାଇଆସୁଛି। ଅପରପକ୍ଷରେ ନବନିର୍ମିତ ମାର୍କେଟ କଲବ୍ଧ ବଂଟନର ଅନିୟମିତତା ଓ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ବାଦ୍ ଦେଇ ଠିକାଦାରଙ୍କୁ ଚଢା ଦରରେ ବଂଟନ କରିବା ଏବଂ ମାମଲା କୋର୍ଟକୁ ପହଂଚିବା ଏକ ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ପ୍ରସଙ୍ଗ ହୋଇରହିଛି । ଏକ କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟୟ ଅଟକଳ ପଡିରହିବା ରାଜନୈତିକ ଦଳଗୁଡ଼ିକୁ ଆଗାମୀ ନିର୍ବାଚନରେ ଅଡୁଆ କରିବ ଏଥିରେ ସନ୍ଦେହ ନାହିଁ । ବିକାଶର ଚିତ୍ର ଦିଗହରା ବୋଲି ସାଧାରଣରେ  ଚର୍ଚ୍ଚା ଚାଲିଥିବାର ଶୁଣିବାକୁ ମିଳୁଛି । ଅପରପକ୍ଷରେ ୨୦୦୩ ପର ଠାରୁ ଥରେ ବିଜେଡି ଓ ୨ ଥର ଭାଜପା ଉଦଳା ଏନ୍ଏସି ର ନଗରପାଳ ଅସନ ହାତେଇଥିଲେ। ସହରର ବାସ୍ତବ ଚିତ୍ର କିନ୍ତୁ ପୁରା ଓଲଟା। ଫଳରେ ସହରବାସୀ ଆଗାମୀ ପୌର ନିର୍ବାଚନରେ ଏହାର ଦୃଢ ଜବାବ୍‌ ଦେବେ ବୋଲି ମନସ୍ଥ କରିଥିବା ଶୁଣିବାକୁ ମିଳୁଛି । ମୋଟା ମୋଟି ଭାବେ ଉଦଳା ସହରର ପ୍ରବେଶ ପଥରେ ପରିଚୟ ଫଳକ, ରିଙ୍ଗ୍ ରୋଡ଼ ନିର୍ମାଣ, ମାଷ୍ଟର ଟ୍ରେନ ନିର୍ମାଣ, ଟାଉନ ପ୍ଳାନିଙ୍ଗ  ଜରିଆରେ ଉଦଳାସହରର ଆଧୁନିକୀକରଣ ଆଧୁନିକ ଟ୍ରାଫିକ ବ୍ୟବସ୍ଥା, ଶିଶୁ ଉଦ୍ୟାନ ଓ ପାର୍କ, ଆଇନ ଶୃଙ୍ଖଳା ଆଦି ପ୍ରସଙ୍ଗ ଏବେଠାରୁ ଆଲୋଚ୍ୟର ବିଷୟ ହେଲାଣି । ସବୁ ମୁଖ୍ୟ ସମସ୍ୟା ହେଲା ଉଦଳା ଏନ୍ ଏସିର ଡ୍ରେନେଜ: ସିଷ୍ଟମ ମୋଟେ ନାହିଁ କହିଲେ ଚଳେ । ସାମାନ୍ୟ ବର୍ଷାରେ ଉଦଳା ସହର ଉବୁଟୁବ ହୋଇଥାଏ। ଦୋକାନ ଘର ଗୁଡ଼ିକ ରେ ପାଣି ପଶିବା ସହିତ ରାସ୍ତା କଡ଼ରେ ଥିବା ବାସଗୃହ ଗୁଡ଼ିକରେ ମଧ୍ୟ ପାଣି ପଶୁଛି । ଯାହାକି ଦମକଳ ବାହିନୀଙ୍କm ପାଇଁ ସବୁବେଳ ଆବଶ୍ୟକତା ରହୁଛି । ଅପରପକ୍ଷରେ ଟ୍ରେନ ଗୁଡ଼ିକ ଆବଶ୍ୟକ ଥିବା ସ୍ଥାନରେ ନହୋଇ ଠିକାଦାରଙ୍କୁ ସୁହାଇଲା ଭଳିଆ ସ୍ଥାନରେ ହେବା ଯୋଗୁଁ ଜଳ ନିଷ୍କାସନ ହୋଇନପାରି ସମସ୍ୟା ଦିଗୁଣିତ ହୋଇଛି। ଆଗାମୀ ପୌର ନିର୍ବାଚନରେ ଉଦଳାବାସ କଣ ଜବାବ ଦେଉଛନ୍ତି ତାହା ଦେଖୁବାକୁ ବାକି ରହିଲା ।

 

Related Posts

About The Author

Add Comment