କଟକ, ୧୪/୫/୨୦୨୧ (ସନ୍ଧାନ ନିଉଜ) – କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଦର ଉପକଣ୍ଠ କିଶନନଗର ବଜାର,ଥାନା,ସ୍ୱାସ୍ଥ୍ୟକେନ୍ଦ୍ର,ପ୍ ରାଣୀ ଚିକିତ୍ସାକେନ୍ଦ୍ର,ତହସିଲ କାର୍ଯ୍ୟାଳୟ,ଜନ ଗହଳିପୂର୍ଣ ଅଞ୍ଚଳ ଆଦି ବହୁ ସ୍ଥାନରେ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କାର୍ଯ୍ୟ କରାଯିବାସହ,ସଚେତନତା ପ୍ରଚାର ପତ୍ର, ନୋଜମାସ୍କ ବଣ୍ଟନ କରାଯାଇଛି । ଏହି ସେଵା କାର୍ଯ୍ୟକ୍ରମକୁ ପରିଷଦର ଅନନ୍ତ ନାଥ, ସ୍ୱରୂପ ସୁମନ ଦାସ, ଜ୍ୟୋତି ପ୍ରକାଶ ନନ୍ଦ,ସତ୍ୟବ୍ରତ ରାଉତ, ସାରଦା ନନ୍ଦ, ଆଶୁତୋଷ ସାହୁ, ଜଗନ୍ନାଥ କୁଅଁର, ମନୋଜ ଭୋଇ, ସରୋଜ ବାରିକ, ବିମଳ ପଣ୍ଡା, ସଂଜୟ ସେଠୀ, ସୁନିଲ, ସଂଜୟ ସାହୁ,ବିନୋଦ ପରିଡ଼ା, ଅନାମ ଭୋଇ, ରଶ୍ମି ରଞ୍ଜନସାହୁ,ମନୋଜ ବେହେରା, ଅକ୍ଷୟ ଦାସ,ସଂଜୟ ଦାସ, ବଳରାମ ନାୟକ, ସୌମ୍ୟ ବେହେରା, ସଂଜୟ ମଲ୍ଲିକ, ତୁଷାର ବେହେରା, ସୌମ୍ୟ ପୃଷ୍ଟି, ଦିପୁ, ତ୍ରିନାଥ ବେହେରା, ଗଣେଶ ସାହୁ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହି ଅଭିଯାନ ବିଭିନ୍ନ ସ୍ଥାନରେ କରାଯାଇ ଜନସଚେତନତା ବୃଦ୍ଧି କରାଯିବାସହ ବିଶୋଧନ କାର୍ଯ୍ୟକ୍ରମକୁ ଜାରୀ ରଖିବାକୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି ।
ଉତ୍କଳ ବିକାଶ ପରିଷଦ ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ ଓ ନୋଜମାସ୍କ ବଣ୍ଟନ : ସାଧାରଣରେ ଉଚ୍ଚ ପ୍ରଶଂସା ।
|
May 15, 2021 |