ଉଚ୍ଛେଦ କରିବାକୁ ଯାଇ ଫେରିଲେ ମାଜିଷ୍ଟ୍ରେଟ, ପୋଲିସ

Spread the love

ଭଦ୍ରକ, (ସନ୍ଧାନ ନିଉଜ) ଭଦ୍ରକ ପୌରଂଚଳର ୧୦ୱାର୍ଡରେ ଥିବା ମ୍ୟୁନିସିପାଲଟିର ମାର୍କେଟ କଂପ୍ଲେକ୍ସ ପରିସରକୁ ଜବରଦଖଲ କରିଥିବା ଏକ ଚାଳଘର ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ଆଜି ପଦକ୍ଷେପ ନିଆଯାଇଥିଲା । ଏହି ପଦକ୍ଷେପ ସ୍ୱରୂପ ଉଚ୍ଛେଦ ପାଇଁ ଅତରିକ୍ତ ତହସିଲଦାର, ପୌରପାଳିକା ଯନ୍ତ୍ରୀ, ଅମୀନ ଓ ଶ୍ରମିକଙ୍କ ସହ ଜେସିବି ମେସିନ ବି ଯାଇଥିଲା । ଏହାବ୍ୟତୀତ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧ପ୍ଲାଟୁନ୍ ଫୋର୍ସ ସହ ଟାଉନ ଥାନା ଆଇଆଇସି ଉପସ୍ଥିତ ଥିଲେ । ପ୍ରକାଶ ଯୋଗ୍ୟ, ପୌରପାଳିକାର ଏହି ମାର୍କେଟ କଂପ୍ଲେକ୍ସକୁ ଲାଗି ଦୀର୍ଘ ବର୍ଷ ହେବ ଏହି ଚାଳ ଘରେ ଭାସ୍କର ବାରିକଙ୍କ ପରିବାର ରହୁଥିଲେ । ପୌରପାଳିକାର ଏହି ଜବରଦଖଲ ଉଚ୍ଛେଦକୁ ପରିବାର ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ତେବେ ପୋଲିସ ଓ ପ୍ରଶାସନ ଚାପରେ ଉକ୍ତ ପରିବାର ବର୍ଗ ଉକ୍ତ ଘରୁ ଜିନିଷପତ୍ର ବାହାର କରି ଦେଇଥିଲେ । ସେଠାରେ ଥିବା ଜେସିବି ଭାଙ୍ଗିବାକୁ ଉଦ୍ୟମ କରିବା ସମୟରେ ହଠାତ୍ ଫୋନ ପାଇଁ ଉପସ୍ଥ୍ିତ ମାଜିଷ୍ଟ୍ରେଟ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ ରଖିବା ସହ ଫେରି ଆସିଥିଲେ । ଫଳରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ମୀନାକ୍ଷୀ ଦାସ, ପୋଲିସ ଫୋର୍ସ, ପୌରକର୍ମଚାରୀମାନଙ୍କୁ ଜବଦ ଦଖଲ ଉଚ୍ଛେଦ ସ୍ଥଳରୁ ଫେରିବା ସହ ଜେସିବି ମେସିନ୍କୁ ବି ଫେରାଇ ଆଣିଥିଲେ । ଆଜିର ଏହି ପୌରପ୍ରଶାସନର ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ବହୁ ଆଡମ୍ବରରେ ଲଘୁକ୍ରିୟାରେ ପରିଣତ ହୋଇଛି । ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବା ସଂପର୍କରେ ପୌର ନିର୍ବାହୀ ଅଧିକାରିଣୀ ମନୋରମା ଭୂୟାଁ କୁହଁନ୍ତି, ଆଜିର ପ୍ରତିକୂଳ ପାଗକୁ ଲକ୍ଷ୍ୟ କରି ମାନବିକତା ଦୃଷ୍ଟିରୁ ଏହାକୁ ବନ୍ଦ କରାଗଲା । ତେବେ ସଂପୃକ୍ତ ଜବରଦଖଲକାରୀଙ୍କୁ ୨ଦିନ ସମୟ ଦିଆଯାଇଛି, ସେ ନିଜ ଆଡୁ ଉଚ୍ଛେଦ କରିବେ ବୋଲି କହିଥିଲେ ।

Related Posts

About The Author

Add Comment