ଆସ୍ଥା ଭୋଟରେ ଜିତିଲେ ୟେଦୁରପ୍ପା: ଇସ୍ତପା ଦେଲେ କର୍ଣ୍ଣାଟକର ବାଚସ୍ପତି କେ.ଆର୍ ରମେଶ କୁମାର

Spread the love

ବାଙ୍ଗାଲୁରୁ ୨୯/୭ (ସନ୍ଧାନ ନିୟୁଜ ) କର୍ଣ୍ଣାଟକରେ ରାଜନୈତିକ ନାଟକର ସମାପ୍ତି ହୋଇଛି। ଆସ୍ଥା ଭୋଟରେ ଜିତିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା। ଏହାପରେ ଇସ୍ତପା ଦେଲେ କର୍ଣ୍ଣାଟକର ବାଚସ୍ପତି କେ.ଆର୍ ରମେଶ କୁମାର। ଆସ୍ଥା ଭୋଟରେ ୟେଦୁରପ୍ପାଙ୍କୁ ବହୁମତ ମିଳିଛି। ଆସ୍ଥା ଭୋଟରେ ଭୋଟିଂ ପାଇଁ ବିରୋଧି ଦଳ ଦାବି କରିନାହାଁନ୍ତି। ବର୍ତ୍ତମାନ କର୍ଣ୍ଣାଟକ ବିଧାନ ସଭାରେ ୨୦୭ ବିଧାୟକ ଅଛନ୍ତି। ଆସ୍ଥା ଭୋଟରେ ବହୁମତ ପ୍ରମାଣିତ କରିବା ପାଇଁ ୧୦୪ ବିଧାୟକଙ୍କର ଆବଶ୍ୟକତା ଥିବା ବିଜେପି ପାଖରେ ୧୦୫ ବିଧାୟକ ଅଛନ୍ତି। ତେଣୁ ସହଜରେ ୟେହୁରପ୍ପାଙ୍କୁ ବହୁମତ ମିଳିଛି।

ସୂଚନାଯୋଗ୍ୟଯେ, କର୍ଣ୍ଣାଟକ ରେ ଏଚଡି କୁମାର ସ୍ବାମୀଙ୍କ ଜେଡ଼ିଏସ୍-କଂଗ୍ରେସ ମେଣ୍ଟ ସରକାର ଭାଙ୍ଗି ଯିବା ପରେ ନୁଆ ସରକାର ଗଠନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା ବିଜେପି। କଂଗ୍ରେସ-ଜେଡିଏସ ଗଠବନ୍ଧନକୁ ୯୯ ଭୋଟ ମିଳିଥିବା ବେଳେ ଭାରତୀୟ ଜନତା ପାର୍ଟୀକୁ ୧୦୫ଟି ଭୋଟ ମିଳିଥିଲା। ଆସ୍ଥା ଭୋଟରେ ହାରିଯିବା ପରେ ଏଚଡି କୁମାର ସ୍ବାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଇଥିଲେ।

ଇତି ମଧ୍ୟରେ କର୍ଣ୍ଣାଟକର ବିଧାନସଭା ଅଧ୍ୟକ୍ଷ ଆର ରମେଶ କୁମାର ଗୁରୁବାର ଦିନ ଜଣେ ନିର୍ଦ୍ଦଳୀୟ ବିଧାୟକ ଏବଂ ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ସମେତ ତିନିଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ସେମାନେ ହେଲେ ରମେଶ ଜରକିହୋଲୀ- କଂଗ୍ରେସ, ମହେଶ କୁମଥଲ୍ଲୀ- କଂଗ୍ରେସ ଏବଂ ଆର ଶଂକର- ନିର୍ଦ୍ଦଳୀୟ। ଆଉ ଏହାରି ଭିତରେ ୧୪ ଜଣ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ କରିଥିଲେ ବାଚସ୍ପତି। ତେବେ ଅଯୋଗ୍ୟ ଘୋଷିତ ହୋଇଥିବା ସମସ୍ତ ବିଧାୟକମାନେ ଚଳିତ ବିଧାନସଭା କାର୍ଯ୍ୟକାଳ ମଧ୍ୟରେ ଆଉ ନିର୍ବାଚନ ଲଢିପାରିବେନି। ଅର୍ଥାତ୍ ୨୦୨୩ ମଧ୍ୟରେ ଏହି ୧୪ ଜଣ ବିଧାୟକ ଆଉ ନିର୍ବାଚନ ଲଢିପାରିବେନି। ଏଥି ମଧ୍ୟରେ କଂଗ୍ରେସର ୧୧ ଓ ଜେଡିଏସ୍‌ର ୩ ବିଧାୟକ ଅଯୋଗ୍ୟ ଘୋଷିତ ହୋଇଛନ୍ତି।

Related Posts

About The Author

Add Comment