ଆମରଣ ଅନଶନରେ ଗ୍ରାମବାସୀ

Spread the love

ରାଉରକେଲା, ୧୧/୦୧/୨୦୧୯ (ସନ୍ଧାନ ନିଉଜ): ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀକୁ ନିଲମ୍ବନ ଦାବି କରି ରାଉରକେଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନରେ ବସିଲେ ଲଙ୍କେଇ ଗାଁ 14 ନମ୍ବର ୱାର୍ଡର ଲୋକେ। ୱାର୍ଡରେ ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଜାଲିଆତି ହୋଇଥିବା ଅଭିଯୋଗ କରିବା ସହ ଅଧିକାରୀଙ୍କ ନିଲମ୍ବନ ଦାବି କରି ସେମାନେ ଧାରଣାରେ ବସିଛନ୍ତି । ପୂର୍ବରୁ ନିଯୁକ୍ତିରେ ହୋଇଥିବା ଅନିୟମିତତା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ନମିଳିବାରୁ ଏମାନେ ଧାରଣା ଦେଇଥିବା ଜଣାପଡିଛି। Report- S Nayak

Related Posts

About The Author

Add Comment