ଯାଜପୁର, : ୨୮/୬/୨୬ (ସନ୍ଧାନ ନ୍ୟୁଜ ) ଜିଲ୍ଲା ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅଧ୍ଯକ୍ଷ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ନରସିଂହ ଚୌଧୁରୀ ମହାବିଦ୍ୟାଳୟଠାରେ ଆନ୍ତର୍ଜାତିକ ମାଦକଦ୍ରବ୍ୟ ଅପବ୍ୟବହାର ଓ ବେଆଇନ ଚାଲାଣ ବିରୋଧ ଦିବସ ପାଳିତ ହୋଇଛି। ଏଥିରେ ପ୍ରାଧିକରଣ ସଚିବ ଲିପା ମହାନ୍ତି ଅଧ୍ଯକ୍ଷତା କରିଥିଲେ। ସଚିବ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅତିଥି ଆଲୋଚକ ଭାବେ ସିନିୟର୍ ସିଭିଲ୍ ଜଜ୍ ଲୋପା ବେହେରା, ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଡାକ୍ତର ପ୍ରଶାନ୍ତ କୁମାର ବେହେରା ଓ ପ୍ରାଧିକରଣ ପ୍ରାକ୍ତନ ସଦସ୍ଯ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ. ରୁଦ୍ରନାରାୟଣ ପୃଷ୍ଟି ପ୍ରମୁଖ ଯୋଗଦେଇ ଏହି ଦିବସ ପାଳନର ବିଶେଷତ୍ୱ ଏବଂ ଚଳିତବର୍ଷର ଥିମ୍ “ବିଶ୍ବ ନିଶାଦ୍ରବ୍ୟ ସମସ୍ୟା- ପୁରୁଣା ସମସ୍ୟା, ନୂଆ ଆହ୍ବାନ, ଅଭିନବ ସମାଧାନ” ସମ୍ବନ୍ଧୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାସହ ଦେଶାନ୍ତର ଶ୍ରମିକମାନଙ୍କ ସମସ୍ୟା ଓ ଏହାର ସମାଧାନ, ଯୌତୁକ ନିର୍ଯ୍ୟାତନା ସଂପର୍କିତ ଆଇନଗତ ଦିଗ, ବାଲ୍ୟବିବାହ ନିରୋଧୀ ଓ ଅଣସଂଗଠିତ ମହିଳା ଶ୍ରମିକ ସ୍ବାର୍ଥର ସୁରକ୍ଷା ଆଦି ବିଷୟରେ ସଚେତନତାଧର୍ମୀ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଅତିଥି ଆଲୋଚକମାନେ ଦେଇଥିଲେ। ରସାୟନ ବିଜ୍ଞାନ ପ୍ରଫେସର ଡ.ଦିବ୍ୟ ଲୋଚନ ସିଂହ ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ଓ ମହାବିଦ୍ୟାଳୟ କର୍ମଚାରୀମାନେ ସହଯୋଗ କରିଥିଲେ।
ଆନ୍ତର୍ଜାତିକ ମାଦକଦ୍ରବ୍ୟ ଅପବ୍ୟବହାର ଓ ବେଆଇନ ଚାଲାଣ ବିରୋଧୀ ଦିବସ ପାଳିତ
|
June 28, 2026 |



