ଆନ୍ତଃ ଶିଶୁ ଯତ୍ନ କେନ୍ଦ୍ର କ୍ରୀଡା ଓ ଶିକ୍ଷା ଭିତ୍ତିକ “ଉତ୍ସାହ” ଓ “ମହକ” ପ୍ରତିଯୋଗିତା ଅନୁଷ୍ଠିତ

Spread the love

ଯାଜପୁର, ସନ୍ଧାନ ନ୍ୟୁଜ :- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଦିନ ବ୍ୟାପି ଆୟୋଜିତ ଆନ୍ତଃ ଶିଶୁ ଯତ୍ନ ଅନୁଷ୍ଠାନ ଖେଳକୁଦ ପ୍ରତିଯୋଗିତା ଉତ୍ସାହ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ “ମହକ” ପୁରସ୍କାର ବିତରଣ ସମାରୋହ ଜିଲ୍ଲା ପରିଷଦ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ଶିଶୁଙ୍କ ମନରେ ଅଫୁରନ୍ତ ଓ ଅସରନ୍ତି ଶକ୍ତି ପ୍ରଦାନ କରିଥାଏ ଓ ବିଭିନ୍ନ ପ୍ରତିଯୋଗିତାମୂଳକ ଶିକ୍ଷା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ଵାରା ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣ ପ୍ରସ୍ପୁଟିତ ହୋଇ ସମାଜକୁ ଏକ ନୂଆ ଚିନ୍ତା କରିବାର ଆହ୍ବାନ ପ୍ରଦାନ କରିଥାଏ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବଭାଗର ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ ଉପସ୍ଥିତ ଶିଶୁ ମାନଙ୍କୁ ଆହ୍ବାନ ଦେଇଥିଲେ। ଅନ୍ୟତମ ଅତିଥି ତଥା ସାହିତ୍ୟିକ ଡ଼ା. ରୁଦ୍ର ନାରାୟଣ ପୃଷ୍ଟି ଯୋଗଦେଇ ଫୁଲ ଯେଉଁପରି ନିଜର ବାସ୍ନା ଦ୍ଵାରା ସମସ୍ତଙ୍କୁ ମହକାଇ ଥାଏ ସେହିଭଳି ଶିଶୁମାନେ ନିଜର ଚେଷ୍ଟା ଦ୍ଵାରା ଶିକ୍ଷା ଓ କ୍ରୀଡ଼ାରେ ନିଜକୁ ପ୍ରଥମ ହେବାର ଚେଷ୍ଟା କଲେ  ସମାଜରେ ଫୁଲ ପରି ମହକି ପାରିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଶିଶୁ ମଙ୍ଗଳ କମିଟିର ସଦସ୍ୟ, ଜୟନ୍ତ କୁମାର ଗୋସ୍ୱାମୀ, ତୃପ୍ତି ଜେନା ଓ ପ୍ରଶାନ୍ତ ମିଶ୍ର ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ଶ୍ରୀମତୀ ସବିତା ଚ୍ୟାଉ ପଟ୍ଟନାୟକ ଯୋଗଦେଇ ଶିଶୁ ମାନଙ୍କର ଏହି ପ୍ରତିଯୋଗିତା ସମସ୍ତ ଶିଶୁମାନଙ୍କର ବୈଦ୍ଧିକ ଓ ଶୈଖିକ ପରିବେଶ ସୃଷ୍ଟି କରି ସେମାନଙ୍କୁ ଏକ ନୂଆ ଜୀବନ ଦେବାରେ ସହାୟକ ହେବା ବୋଲି କହିଥିଲେ। ଦୁଇ ଦିନ ଧରି ଅନୁଷ୍ଠିତ ବିଭିନ୍ନ କ୍ରୀଡା ଯଥା – ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ୍ ଓ ବକ୍ତୃତା, ଚିତ୍ରାଙ୍କନ ଓ ଗୀତ ଭଳି ପ୍ରତିଯୋଗିତା ୫ ଟି ଶିଶୁ ଯତ୍ନ କେନ୍ଦ୍ରରେ ରହୁଥିବା ଶିଶୁମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ଓ ସମସ୍ତ ବିଭାଗରେ ଶ୍ରେଷ୍ଠତ୍ଵ ହୋଇଥିବା ଶିଶୁମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ମାନପତ୍ର ସହିତ ପୁରସ୍କାର ମାନ ବିତରଣ କରିଥିଲେ। ଉକ୍ତ ପୁରସ୍କାର ସମାରୋହ କୁ ଶିଶୁ ସୁରକ୍ଷା ୟୁନିଟ ର ମିହିର କୁମାର ଜେନା ପରିଚାଳନା କରିଥିବା ବେଳେ ସମଗ୍ର କାର୍ଯ୍ୟକ୍ରମ କୁ ବିଭାଗର କାଳୀ ପ୍ରସାଦ ସାହୁ, ଶିଶିର କୁମାର ମଲ୍ଲିକ, ଅର୍ଚ୍ଚନା କୁମାରୀ ସାମନ୍ତ, ପ୍ରମିଳା ସାହୁ, ରବୀନ୍ଦ୍ର ନାଥ ସେଠୀ, ପଦ୍ମଚରଣ ସାମନ୍ତରାୟ ଏବଂ ଚାଇଲ୍ଡ ହେଲ୍ପ ଲାଇନର ବରେନ୍ଦ୍ର କୃଷ୍ଣ ଦାସ, ବିନ୍ଦୁ ସାଗର ସାହୁ, ଲୋପାମୁଦ୍ରା ପଣ୍ଡା, ରଜତ ସାହୁ, ସାଇପ୍ରଭା ପଣ୍ଡା, ଜ୍ୟୋତିର୍ମୟୀ ମିଶ୍ର ପରିଚାଳନା ରେ ସହଯୋଗ କରିଥିଲେ।

Related Posts

About The Author

Add Comment