ସୁନ୍ଦରଗଡ ତା:୧୪/୬/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଆଜି ହେଉଛି କୃଷି ଭିତ୍ତିକ ପହିଲି ରଜ ପର୍ବ । ଏଥି ପାଇଁ ଗାଁ ଠାରୁ ସହର ଉତ୍ସବମୁଖର ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ମାଟି ଓ ଆକାଶର ମିଳନ ର ପର୍ବ ମଧ୍ୟ କୁହାଯାଏ । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ ମାସ ପହିଲି ରେ ଆସିଥାଏ ଏହି ପର୍ବ ।ଆଷାଢ଼ ର ପହିଲାରେ ମା ମାଟି ରଜସ୍ଥଲା ହୋଇଥିବା ବେଳେ ଏହି ଦିନରେ ଚାଷ କାମକୁ ବାରଣ କରାଯାଇଥାଏ । ଆଜି ରଜ ର ପ୍ରାରମ୍ଭ ଥିବାବେଳେ ପ୍ରତ୍ୟେକ ଅଞ୍ଚଳରେ ତିନିଦିନ ଧରି ଚାଲିଥାଏ ସଜବାଜ ।କୁଆରୀ ମାନେ ଅଲତା,କୁମକୁମ୍ ନାଇ ସଜବାଜ ହେଉଛନ୍ତି ।କାଲି ହେଉଛି ରଜ ସଂକ୍ରାନ୍ତି ଥିବାବେଳେ ଭୂମି ଦହନ କରି ବସୁମତିଙ୍କୁ ସ୍ନାନ କରାଯାଇଥାଏ ।ଏହି ପରମ୍ପରାର ମହତ୍ତ୍ଵ ନିଆରା । ଏହି ରଜରେ ପାରମ୍ପରିକ ପିଠାପଣା ଖାଇ ଗାଁ ରେ ବୁଲିବା ସହିତ ଦୋଳିରେ ଝୁଲିଥାନ୍ତି । କୁଆରୀ ଓ ବୋହୂ ମାନଙ୍କୁ ଏହି ପର୍ବରେ ସମ୍ମାନିତ କରାଯାଉଥିବା କାରଣରୁ ଏହି ତିନିଦିନ କାମ କରିବାକୁ ବାରଣ କରାଯାଇଥାଏ । ଏହି ପର୍ବରେ ଭଉଣୀ ମାନେ ଭାଇର ମଙ୍ଗଳ କାମନା କରିଥାନ୍ତି ।



