କେନ୍ଦ୍ରାପଡା, ୧୮/୦୧/୨୦୧୨ (ସନ୍ଧାନ ନିଉଜ) ମହାକାଳପଡା ମା ତାରିଣୀ କଲେଜରେ ରାଜନୈତିକ ବୈଠକ କରିବା ପରେ ନିର୍ବାଚନ ଆଚରଣବିଧି ଉଲଂଘନ ହୋଇଥିବାରୁ କାର୍ଯ୍ୟାନିଷ୍ଠାନ ଗ୍ରହଣ କରିବାକୁ ସୁପାରିସ୍ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଏହି ମାମଲାରେ କଲେଜର ଅଧ୍ୟକ୍ଷଙ୍କୁ ନିଲମ୍ବନ କରିବା ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରାଳୟ ବିଭାଗକୁ ଚିଠି ଲେଖିଥିଲା ବେଳେ ସାଲେପୁର ଏସଡିପିଓଙ୍କୁ ନିଲମ୍ବନ କରିବା ପାଇଁ ଡିଜିପିଙ୍କୁ ଚିଠି ଲେଖି ଜଣାଇଛନ୍ତି । ଉଭୟେ ଉକ୍ତ ସଭାରେ ଉପସ୍ଥିତ ଥିଲେ ।
ଏହା ସହିତ ସାଲେପୁର ଏସଡିପିଓ ପ୍ରଶାନ୍ତ ମାଝୀଙ୍କୁ ତୁରନ୍ତ ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରିବାକୁ କୁହାଯାଇଛି। କଲେଜ ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଦାସ ଏବଂ ମାଝୀଙ୍କ ବିରୋଧରେ ୧୮୮ ଆଇପିସି ଅଧୀନରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ଗତକାଲି କଲେଜରେ ନିର୍ବାଚନୀ ବୈଠକ ହେଉଥିବାର ଭିଡିଓ ଭାଇରାଲ ହେବା ପରେ ନିର୍ବାଚନ କମିଶନ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲେ । ଏହା ପରେ ଜିଲ୍ଲାପାଳଙ୍କ ରିପୋର୍ଟକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ସୁପାରିସ କରିଛନ୍ତି ନିର୍ବାଚନ ଆୟୋଗ ।