ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ସବଡେଗାରେ ବିଜେପି ର ସଭା ଅନୁଷ୍ଠିତ

Spread the love
  •  
  •  
  •  
  •  
  •  

ସୁନ୍ଦରଗଡ ତା::୩୦/୭/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଆଜି ସବଡେଗା ଅଘରିଆ ସମାଜ ଗୃହରେ ସବଡେଗା ବିଜେପି ମଣ୍ଡଲର ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସବଡେଗା ମଣ୍ଡଳର ଦଳୀୟ ସଭାପତି ସୁଜିତ କୁମାର ପଟେଲଙ୍କ ସଭାପତିତ୍ୱରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଯୋଗ ଦେଇଥିଲେ । ଦଳକୁ କିପରି ଭାବରେ ମଜବୁତ
କରାଯିବ ଓ ଆଗାମୀ ଦିନରେ ବିଜେପିର କଣ ରଣନୀତି ରହିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ସଭା କୁ ଜିଲ୍ଲା ପୂର୍ବବିଜେପି ସଭାପତି ବଟକିଶୋର ମିଶ୍ର ପରିଚାଳନା କରିଥିଲେ । ବିଜେପି ମଣ୍ଡଳର ସାଧାରଣ ସମ୍ପାଦକ ଅଚୁତାନନ୍ଦ ସାହୁ , ବାଲିସଙ୍କରା ବ୍ଲକ ସଭାପତି ଉଛବ ତନ୍ତୀ, ଗୁଳସନ ବାରୁଆ, ପ୍ରଶାନ୍ତ ସେଟ, ଚୁମନ ପଟେଲ,ଚିନୁ ପଟେଲ ଅତିଥି ରୂପେ
ଯୋଗ ଦେଇ ଦଳକୁ କିପରି ସାଙ୍ଗଠନିକ କ୍ଷେତ୍ରରେ ମଜବୁତ କରାଯିବ ତାର ରଣନୀତି ଉପରେ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ।

Related Posts

About The Author

Add Comment