ଯାଜପୁର ସଦର, ୦୮ା୦୬: ଯାଜପୁର ଜିଲ୍ଲାରେ ରସୁଲପୁର ବ୍ଲକ୍ ବନ୍ଧଡିହ ପଂଚାୟତର ଆଖୁଆ ନାଳ ଉନ୍ନତ୍ତି ବିକାଶ କରିବା ପାଇଁ ୫ଟି ପଂଚାୟତର ଚାଷୀ ମାନଙ୍କ ପାଇଁ ୫ ହଜାରରୁ ଉର୍ଦ୍ଧ୍ୱ ଚାଷୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ୨କୋଟି ୩୮ ଲକ୍ଷ ଟଙ୍କା ରାଜ୍ୟ ସରକାର ମଞ୍ଜରୁ କରିଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଏହି ଆଖୁଆ ନାଳ ସେତୁ ନିର୍ମାଣ ପାଇଁ ଡ୍ରେନେଜ ବିଭାଗ ପକ୍ଷରୁ ୨.୩୮କୋଟି ଟଙ୍କାର ପକଳ୍ପ ଶିଳାନ୍ୟାସ କରାଯାଇଚି । ଏହି ଅର୍ଥରେ ନାଳ ୧୪ କିଲୋମିଟର ଅଂଶରୁ ୬ କିଲୋମିତର ଅଂଶ ଉନ୍ନତ୍ତି କରଣ କରାଯିବା ସହିତ ଏ ଅଞ୍ଚଳରେ ୪ଗୋଟି ପୋଲ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଚି । ଏହି ନାଳର ଉନ୍ନତ୍ତି କରଣ ହେଲେ ଏହି ବ୍ଲକର ବ୍ରହ୍ମବରଦା, ବନ୍ଧଡିହ, ବରୀ ବ୍ଲକର ଗୋଳକୁଣ୍ଡ, ବଡ଼ଚଣା ବ୍ଲକର ବଡ଼ବାଲିକୁଦା ଗ୍ରାମ ଗୁଡ଼ିକର ୫ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଉପକୃତ ହେବା ସହିତ ଚାଷୀଙ୍କ ଜଳ ସେଚନ ସୁବିଧା ସାଙ୍ଗକୁ ଉତ୍ପାଦନ କରାଯାଇ ଦ୍ରବ୍ୟକୁ ପରିବହନ ଏବଂ ଗମନା ଗମନର ସୁବିଧା ସୃଷ୍ଟି ହୋଇପାରିବ । ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସଙ୍କ ତତ୍ୱାବଧାନରେ ସେତୁ ନିର୍ମାଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଚି । ମାନନୀୟା ବିଧାୟୀକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଂଚାୟତ ଉଦ୍ଘାଟନ କରିଥିଲେ । ସମ୍ମାନୀୟ ଅତିଥି ବନ୍ଧଡିହ ପଂଚାୟତର ସରପଂଚ ବିକ୍ରମ କୁମାର ବେହେରା, ବିଜୁ ଜନତା ଦଳର ପଥ ପଦର୍ଶକ ଦେବେନ୍ଦ୍ର ନାଥ ଦାସ ଯୋଗ ଦେଇଥିଲେ । ଏହି ସେତୁ ନିର୍ମାଣ କରାଯିବା ପାଇଁ ନାଳର ଉନ୍ନତ୍ତି କରଣ ପାଇଁ ପଦକ୍ଷେପ ନିଆଯାଇଚି । ଏହି ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ନାଳକୂଳ ଠାରୁ ବ୍ରାହ୍ମଣୀ ନଦୀରୁ ବାହାରି ବରୀ ବ୍ଲକର ବିରୁପା ନଦୀକୁ ସଂଯୋଗ କରୁଥିବା ନାଳକୁ ଆଖୁଆ ନାଳ ନାମରେ ନାମିତ କରାଯାଇଚି । ନାଳର ଉଭୟ ପାଶ୍ୱର୍ରେ ହଜାର ହଜାର ଚାଷୀ ଜମି ରହିଥିବା ବେଳେ, ଏହି ନାଳଟି ସମ୍ପୁର୍ଣ୍ଣ ପୋତି ହୋଇଯାଇଥିବାରୁ ଏହି ନାଳ ଉପରେ ପାନାଦଳ ଭର୍ତ୍ତି ହୋଇ ରହିଥିବାରୁ ଜଳ ସେଚନର କୌଣସି ସୁବିଧା ଚାଷୀ ମାନଙ୍କ ପାଇଁ ବପଦ ସୃଷ୍ଟି କରୁଚି, ଯାହାକି ୫ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଉପକୃତ ହେବା ସହିତ ଜଳ ସେଚନର ସୁବିଧା ହୋଇ ପାରିବ । ଏ ଦିଗରେ ମାନନୀୟା ବିଧାୟୀକା ରାଜ୍ୟ ସରକାରଙ୍କ ନିକଟରେ ଅବଗତ କରାଇଥିଲେ । ଏହି ନାଳକୁ ପୁର୍ଣ୍ଣ ଉଦ୍ଧାର କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ଯାହା ଫଳରେ ଅର୍ଥ ବରାଦ କରାଯାଇଥିଲା । ବିଭିନ୍ନ ପଂଚାୟତକୁ ଯାତାୟତ କରାଯିବା ପାଇଁ ୪ଗୋଟି ପୋଲ ନିର୍ମାଣ କରାଯିବା ପାଇଁ ଆବିଶ୍ୟକତା ରହିଥିଲା । ପୋଲ ନିର୍ମାଣ ହେଲେ ୪ଗୋଟି ପଂଚାୟତର ଜନସାଧାରଣଙ୍କର ଜୀବନ ଜୀବିକା ନିର୍ବାହ ହୋଇ ପାରିବ ବୋଲି ବିଧାୟୀକା ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଅନ୍ୟ ମାନଙ୍କ ମଧ୍ୟରେ ଡ୍ରେନେଜ ବିଭାଗର ସହାକାରୀ ଯନ୍ତ୍ରୀ ସମ୍ବୁନାଥ ମଲିକ, ଯୁବନେତା ରାକେଶ ଦେଓ, ବନ୍ଧଡିହ ପଂଚାୟତ ସରପଂଚ ବିକ୍ରମ ବେହେରା, ବିକ୍ରମ କୁମାର ନାୟକ, ବନ୍ଧଡିହ ବୁଜୁ ଜନତା ଦଳର ସଭାପତି ଚିତ୍ତରଂଜନ ମହାନ୍ତୀ, ବରୀ ନିର୍ବାଚନ ମଣ୍ଡଳୀର ବିଶ୍ୱକର୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ ବରିଷ୍ଠ ସଂଗଠକ ଦେବେନ୍ଦ୍ର ନାଥ ଦାସ ଓ ବହୁ କର୍ମୀ ଯୋଗଦାନ କରିଥିଲେ ।
ଆଖୁଆ ନାଳ ଉନ୍ନତ୍ତି କରଣ ପାଇଁ ୨କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର
|
June 9, 2023 |