ଆକ୍ରାନ୍ତଙ୍କ ସହ କଥା ହେବେ ପରିବାର ଲୋକ

Spread the love

ଭୁବନେଶ୍ୱର, ୨୪/୯(ସନ୍ଧାନ ନ୍ୟୁଜ୍): ରାଜ୍ୟର ସବୁ ସରକାରୀ ଓ ବେସରକାରୀ କୋଭିଡ୍ ହସ୍ପିଟାଲ୍‌ରେ ହେଲ୍ପ ଡେସ୍କ ବାଧ୍ୟତା ମୂଳକ କରାଯାଇଛି । ଏନେଇ ନୂଆ ଗାଇଡ୍ ଲାଇନ୍ ଜାରି ହୋଇଛି । ସ୍ୱାସ୍ଥ୍ୟ ବି ଭାଗର ଏହି ଗାଇଡ ଲାଇନ, ଅନୁସାରେ, ସବୁ ହସ୍ପିଟାଲରେ ଏଣିକି ୨୪ ଘଣ୍ଟିଆ ହେଲ୍ପ ଡେସ୍କ କାର୍ଯ୍ୟ କରିବ । ପ୍ରତି ହେଲ୍ପ ଡେସ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର ରହିବ । ଏହି ଟୋଲ ଫ୍ରି ନମ୍ବର ରାଜ୍ୟ ସ୍ତରୀୟ ପ୍ରାକୃତ ଅଧୁକାରୀ ତଥା ଅତିରିକ୍ତ ଡିଏମ୍ ଇଟିଙ୍କୁ ଅବଗତ କରାଯିବ । ଟୋଲ ଫି’ ନମ୍ବର ବିଜ୍ଞାପନ ମାଧ୍ୟମରେ ସାଧାରଣ ଲୋକଙ୍କୁ ଜଣାଇ ଦିଆଯିବ । ହେଲ୍ପ ଡେସ୍କରେ ସବୁ । ସମୟ ରେ ପର୍ଯ୍ୟାପ୍ତ କର୍ମଚାରୀ ରିବାକୁ କୁହାଯାଇଛି । କେବଳ ଫୋନ୍ ନୁହେଁ, ସୋସିଆଲ ମିଡିଆ ଯଥା; ହ୍ଵାଟ ସଆପ୍ ରେ ମଧ୍ୟ ରୋଗୀଙ୍କ ବାବଦରେ ସେମାନଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯିବ । ରୋଗୀଙ୍କ ଭଏସ୍ ଓ ଫଟୋ ମଧ୍ୟ ହ୍ରାସଆପ୍ ମାଧ୍ୟମରେ । ସମ୍ପର୍କୀୟଙ୍କୁ ହେଲ୍ପ ଡେସ୍‌ ଦେବ। ଏହାଛଡ଼ା କୋଭିଡ୍ ହସ୍ପିଟାଲରେ ଏକ କଫରେନ୍ ରୁମ୍ ବ୍ୟବସ୍ଥା ରହିବ। ଏଠାରେ ବସି ରୋଗୀଙ୍କ ସମ୍ପର୍କୀୟ । ସି ସି ଟି ଭି ମାଧ୍ୟମରେ ରୋଗୀଙ୍କୁ ଦେବେ ଓ ତାଙ୍କ ସହ କଥାବାର୍ଭା ହୋଇପାରିବେ । ରୋଗୀ ବାବଦରେ ତାଙ୍କ ସମ୍ପର୍କୀୟଙ୍କୁ ଦିନକୁ ଥରେ ଏଏଏସ୍ କିମ୍ବା ହାଟଆପ୍ ମାଧ୍ୟମରେ ସୂଚନା ଦିଆଯିବ । ଏକ ସପ୍ତାହ ମଧ୍ୟରେ ହେଲପ ଡେସ୍କ ପ୍ରତିଷ୍ଠା କରାଯାଉଛି କି ନାହିଁ, ତାହା ପ୍ରାକୃତ ମେଡିକାଲ ଅଧିକାରୀ ଏବଂ ପ୍ରକୃତ ବ୍ୟକ୍ତି ସୁନିଶ୍ଚିତ କରିବେ।

Related Posts

About The Author

Add Comment