ଆଉ ଶୁଭିବନି ତାଙ୍କ ତବଲାର ସ୍ୱର ବିଶିଷ୍ଟ ତବଲାବାଦକ ରାଧାକାନ୍ତ ନନ୍ଦଙ୍କ ପରଲୋକ

Spread the love
ଭୁବନେଶ୍ୱର, ୩୦/୧୧ (ସନ୍ଧାନ ନିୟୁଜ୍) ଓଡ଼ିଶାର ସୁପ୍ରସିଦ୍ଧ ତବଲାବାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ରାଧାକାନ୍ତ ନନ୍ଦ ଆଉ ନାହାନ୍ତି। ସବୁବେଳେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଦ କରି ଆସୁଥିବା ତାଙ୍କ ଯାଦୁକରୀ ହାତ ଆଜି ନିରବି ଯାଇଛି। ଅନେକ ଜଣାଶୁଣା ଭଜନ ଓ ଗୀତରେ ଚମତ୍କାର ତବଲା ବାଦ୍ୟ କରି ଦର୍ଶକଙ୍କ ହୃଦୟକୁ ଜିତି ପାରିଥିବା ଲୋକପ୍ରିୟ ବାଦ୍ୟ ରାଧାକାନ୍ତ ନନ୍ଦ ଆଜି ହାରି ଯାଇଛନ୍ତି। ୬୩ବର୍ଷରେ ତାଙ୍କର ପରଲୋକ ହୋଇଛି। କର୍କଟ ରୋଗ ସହ ଯୁଝି ଯୁଝି ଶେଷରେ ସେ ଆରପାରିକୁ ଚାଲିଯାଇଛନ୍ତି। ଶନିବାର କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
 ରାଧାକାନ୍ତ ନନ୍ଦ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଗତକାଲି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।  ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ନନ୍ଦ । ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା। ସେ ‘ହରିବୋଲ’ ନାଆଁରେ ଓଡ଼ିଶା ସଙ୍ଗୀତ ଜଗତରେ ପରିଚିତ ଥିଲେ।
ସ୍ୱର୍ଗତଃ ନନ୍ଦ ଶତାଧିକ ଓଡ଼ିଆ କ୍ୟାସେଟ୍‌ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସେ ରାକେଶ ମହାନ୍ତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଦାଦାଗିରି’ରେ ମଧ୍ୟ (ମୁବାରକ-ହରି) ନାଆଁରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। କଟକର ଆଲିଶା ବଜାରରେ ରହୁଥିବା ନନ୍ଦ ଦୀର୍ଘ ୩ ଦଶନ୍ଧିରୁ ଅଧିକ କାଳ ଓଡ଼ିଆ ସଂଗୀତ ଜଗତରେ ସକ୍ରିୟ ଥିଲେ । ସର୍ଗତଃ ନନ୍ଦଙ୍କର ଦୁଇ ପୁତ୍ର, ପୁତ୍ରବଧୂ ଓ ବିଧବା ପତ୍ନୀ ଅଛନ୍ତି। ନିକଟରେ ତାଙ୍କୁ ରାଜ୍ୟ ସରକାର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପ୍ରଦାନ କରିଥିଲେ।

Related Posts

About The Author

Add Comment