ଆଇନ୍ ସ୍ବେଛାସେବୀ ମାନଙ୍କ ପ୍ରଶିକ୍ଷଣ।

Spread the love

ଯାଜପୁର  : ୧୧/୧୦/୨୬ (ସନ୍ଧାନ ନ୍ୟୁଜ) ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ଯକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କୋର୍ଟ ପରିସରସ୍ଥ ଭିଡିଓ କନଫରେନ୍ସିଂ ହଲ୍ ଠାରେ ନବନିଯୁକ୍ତ ପିଏଲଭି ମାନଙ୍କର ପ୍ରଶିକ୍ଷଣ ସହ ଏଲଏସୟୁସି ଏବଂ ଏଲ୍ ଏସ୍ ୟୁ ଏମ୍ ର ପ୍ରାରମ୍ଭିକ ତାଲିମ୍ ମିଳିତ ଭାବେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରିସୋର୍ସ ପର୍ସନ ଓ ପ୍ରଶିକ୍ଷକ ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଶ୍ବେଶ୍ବର ବିଶ୍ବ ପ୍ରକାଶ ରାୟ, ଅତିରିକ୍ତ ବରିଷ୍ଠ ଦେଓ୍ବାନୀ ଜଜ୍ ନେହା ଅଗ୍ରଓ୍ୱାଲ, ପୂର୍ବତନ ଜିଲ୍ଲା ଜଜ୍ ଚିନ୍ତାମଣି ପଣ୍ଡା, ପ୍ରାକ୍ତନ ପ୍ରାଧିକରଣ ସଦସ୍ଯ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ. ରୁଦ୍ରନାରାୟଣ ପୃଷ୍ଟି ବିରଜା ଲ କଲେଜ ଅଧ୍ୟାପିକା ମହେଶ୍ବତା ଉପାଧ୍ୟାୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ପ୍ରମୁଖ ଯୋଗଦେଇ ଶିଶୁ ଅଧିକାର ଓ ଜେଜେ ସିପିସି ଆକ୍ଟ ୨୦୧୫,ଫୌଜଦାରୀ ଆଇନ୍ ଏବଂ ପି ଡବଲ୍ୟୁ ଡି ଭି ର ମୂଳଦୁଆ ତାର ପ୍ରୟୋଗ, ପାରିବାରିକ ହିଂସା ଆଇନ୍, ପିଏଲଭି ମାନଙ୍କ ଭୂମିକା ଓ ଦାୟିତ୍ୱ ସହ ମହକିଲ ପରାମର୍ଶ, ଶିଶୁ ପ୍ରିୟ ପଞ୍ଚାୟତ ଗଠନ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର କାର୍ଯ୍ୟ ପରିସର ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ। ପ୍ରାଧିକରଣ ସଚିବ ଲିପା ମହାନ୍ତି ପ୍ରଶିକ୍ଷଣ ସଂଯୋଜନା କରିବା ସହ ପିଏଲଭି ମାନେ କିପରି ସ୍ବେଛାସେବୀ ମନନେଇ କାମ କରିବେ ସେ ନେଇ ପରାମର୍ଶ ଦେଇଥିଲେ। ଏହି ଏକ ଦିବସୀୟ ପ୍ରଶିକ୍ଷଣ ରେ ୬୦ ଜଣ ଆଇନ୍ ସ୍ବେଛାସେବୀ ଅଂଶ ଗ୍ରହଣ କରିଥିଲେ। ପ୍ରଶିକ୍ଷଣ ପରିଚାଳନା ରେ ପ୍ରାଧିକରଣ କର୍ମଚାରୀ ମାନେ ସହଯୋଗ କରିଥିଲେ।

Related Posts

About The Author

Add Comment