ଅସୁରକ୍ଷିତ ଅବସ୍ଥାରେ ବନ୍ତଳେଶ୍ୱର ଶୈବମନ୍ଦିର

Spread the love

ବଡଚଣା,୫.୯(ସନ୍ଧାନ ନିୟୁଜ):ବଡଚଣା ବ୍ଲକ ଅନ୍ତର୍ଗତ ବନ୍ତଳା ପଞ୍ଚୟାତର ଏହି ଗ୍ରାମର ଆରଧ୍ୟ ଦେବ ବନ୍ତଳେଶ୍ୱର ମନ୍ଦିର ଭଗ୍ନସ୍ତୁପରେ ପରିଣତ ହେବାକୁ ଯାଉଛି । ଦିର୍ଘ ତିନଶହରୁ ଉର୍ଦ୍ଧ ବର୍ଷ ଧରି ପୂଜାପାଇ ଆସୁଥିବା ମନ୍ଦିରର ଅବସ୍ଥା ଏବେ ଜରାଜିର୍ଣ୍ଣ । ଗ୍ରାମବାସୀଙ୍କ ସହଯୋଗରେ ଆଜକୁ ପ୍ରାୟ ଅନେକ ବର୍ଷ ପୂର୍ବେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । ରକ୍ଷଣାବେକ୍ଷଣା ଅଭାବରୁ ଏହି ମନ୍ଦିରର କିଛି ଅଂଶ ଏବେ ଭାଙ୍ଗିରୁଜି ଗଲାଣି । ଗ୍ରାମବାସୀଙ୍କ ତରଫରୁ ସ୍ଥାନୀୟ ଜନପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ । ନିର୍ବାଚନ ସମୟରେ ଅନେକ ରାଜନେତା ମନ୍ଦିର ନିର୍ମାଣ ପାଇଁ ପ୍ରତିସୂତି ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ ହୋଇଛି । ଏହି ମନ୍ଦିର ଉପରେ ଆଖପାଖ ଗ୍ରାମର ଜନସାଧାରଣ ବିବାହ,ବ୍ରତ ଉପଲକ୍ଷେ ଦିଅଁ ମଙ୍ଗଳାଠାରୁ ଆରମ୍ଭ କରି ବିଭିନ୍ନ ମାନସିକ ନେଇ ପୂଜାର୍ଚ୍ଚନା ପାଇ ଆସନ୍ତି । ମନ୍ଦିରର ବର୍ତ୍ତମାନ ପରିବେଶକୁ ଲକ୍ଷ୍ୟ କଲେ ମନ୍ଦିରର ଅନେକ ପଥର ଖସିବା ସହିତ ଗୁଳ୍ମ ଜାତୀୟ ଲତାରେ ମନ୍ଦିରର ଚର୍ତ୍ତୁପାଶ୍ୱର୍କୁ ଘେରୀଯାଇଛି । ଅସାରାଏ ବର୍ଷା ହେଲେ ମନ୍ଦିର ଭିତରେ ଆଣଣ୍ଠୁଏ ପାଣି ଠାକୁର ବୁଡି ରହନ୍ତି । ଫଳସୂରୁପ ଏଠାକୁ ଆସୁଥିବା ପୂଜକ ଓ ଶ୍ରଦ୍ଧାଳୁ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ମନ୍ଦିରର ବାହ୍ୟ ଚର୍ତ୍ତୁପାଶ୍ୱର୍ ନାଳନର୍ଦ୍ଦମାରେ ଭର୍ତ୍ତି ହୋଇ ସୌନ୍ଦର୍ଯ୍ୟ ନଷ୍ଟ କରିବା ସହିତ ଦୁଗର୍ନ୍ଧ ମୟ ପରିବେଶ ସୃଷ୍ଟି କରୁଛି । ଏଥିପ୍ରତି ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Related Posts

About The Author

Add Comment