ଅରକ୍ଷିତ ଦାସଙ୍କ ଓଳାଶୁଣୀ ମେଳା ଅନୁଷ୍ଟିତ ହେଉଚି

Spread the love

ଯାଜପୁର ସଦର, ୦୮ା୦୨: ଯାଜପୁର ଜିଲ୍ଲା ଅନ୍ତର୍ଗତ ତିନୋଟି ଜିଲ୍ଲାର କେନ୍ଦ୍ରବିନ୍ଦୁ ହୋଇଥିବା ବଡ଼ଚଣା ବ୍ଲକ ଅନ୍ତର୍ଗତ ପଲେଇ ଗ୍ରାମ ପଂଚାୟତର ଗୋବରୀ ନଦୀ ତଟ ଦେଶରେ ମା ଓଳାଶୁଣୀ ଠାକୁରାଣୀଙ୍କ ପିଠସ୍ଥଳି ରହିଥିବା ବେଳେ, ପାହାଡ଼ ପାଦଦେଶରେ ଅବସ୍ଥିତ ସନ୍ଥ ଅରକ୍ଷୀତ ଦାସଙ୍କ ସମାଧି ପୀଠ ଏହି ସ୍ଥାନରେ ବହୁ ସାଧୁ ସନ୍ଥ ମାନେ ଆସି ତପସ୍ୟା କରି ସିଦ୍ଧି ଲାଭ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ସନ୍ଥ ଅରକ୍ଷିତ ସାଧନା କରୁଥିବା ସମୟରେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀକ୍ଷେତ୍ର ପାଇଁ ଗୋଟିଏ ଦିନ ମାଗିଥିଲେ । ତାହା ଥିଲା ମାଘ ମାସ କୃଷ୍ଣପକ୍ଷ ଏକାଦଶୀ । ଏହି ତିଥିରେ ମହାପ୍ରଭୂଙ୍କ ସାଧନାରେ ସନ୍ତୁଷ୍ଟ ହୋଇ ବରପ୍ରଦାନ କରିଥିଲେ । ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ୧୮୭ ବର୍ଷଧରି ବିଧିବିଧାନ ଅନୁଯାୟୀ ଏହି ମେଳା କରାଯାଉଚି । ଚଳିତ ଫେବୃଆରୀ ୬ତାରିଖଠାରୁ ଆରମ୍ଭ ଏହି ମେଳା ଆରମ୍ଭ ହୋଇଯାଇଚି । ପ୍ରଥମେ ଦଶମୀ ଦିନ କେଶ ଯାତ୍ରା କରାଯାଇଥିବା ବେଳେ, ମହାପ୍ରଭୂ ତାଙ୍କର ଗୋଟିଏ କେଶକୁ ଓଳାଶୁଣୀ ଗୁମ୍ଫାର ମହନ୍ତ ରମାନନ୍ଦ ଦାଶ ବିମାନ ପୂଜାର୍ଚନା କରାଯିବା ପରେ ବିମାନ କେଶଯାତ୍ରା ଆରମ୍ଭ କରାଯାଇଚି । ବିମାନକୁ ରାତ୍ର ଦ୍ୱିତୀୟ ପ୍ରହରରେ ଅରକ୍ଷୀତ ଦାସଙ୍କ ସମାଧିପୀଠକୁ ନିଆଯାଇଚି । ସେଠାରେ ମହନ୍ତ ରମାନନ୍ଦ ଦାସ ଧୂପ ଦ୍ୱିପ ଶଙ୍ଖ ବଜାଇ ବିମାନକୁ ସ୍ୱାଗତ କରିଥିଲେ । ପରଦିନ ସକାଳୁ ଭକ୍ତମାନଙ୍କୁ ମହାପୁରୁଷଙ୍କ ପ୍ରସାଦ ବଣ୍ଟନ କରାଯାଇଥିବା ବେଳେ, ମହାପୁରଷ ପୂର୍ବଦିଗରେ ଓଳାଶୁଣୀ ଠାକୁରାଣୀ ପଶ୍ଚିଦ ପଟେ ଦୋକାନ ବଜାର ଗହଳି ଲାଗିରହିଚି । ଏହି ମେଳା ୯ଦିନ ଧରି ଅନୁଷ୍ଟିତ ହଉଥିବା ବେଳେ, ଲକ୍ଷାଧିକ ଭକ୍ତମାନଙ୍କ ସମାଗମକୁ ଆଖିଆଗରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଚି ।

Related Posts

About The Author

Add Comment